ଦକ୍ଷିଣ ଆଫ୍ରିକା ୩୩୩ ରନ୍‌ରେ ବିଜୟୀ

Advertisment
ଦକ୍ଷିଣ ଆଫ୍ରିକା ୩୩୩ ରନ୍‌ରେ ବିଜୟୀ

ପଶ୍ଚଷ୍ଟମ୍‌: ସ୍ଥାନୀୟ ସେନ୍‌େଓ୍ଵସ୍‌ ପାର୍କରେ ଶେଷ ହୋଇଥିବା ପ୍ରଥମ ଟେଷ୍ଟରେ ଘରୋଇ ଦକ୍ଷିଣ ଆଫ୍ରିକା ଦଳ ବୃହତ୍‌ ବ୍ୟବଧାନରେ ବିଜୟୀ ହୋଇଛି। ଏହି ଟେଷ୍ଟର ପଞ୍ଚମ ତଥା ଅନ୍ତିମ ଦିବସରେ ଘରୋଇ ଦଳ ୩୩୩ ରନ୍‌ରେ ଅପେକ୍ଷାକୃତ ଦୁର୍ବଳ ବାଂଲାଦେଶ ଦଳକୁ ପରାସ୍ତ କରିଦେଇଛି। ପ୍ରଥମ ପାଳିରେ ଉନ୍ନତ ବ୍ୟାଟିଂ ଜରିଆରେ ୩୨୦ ରନ୍‌ କରିଥିବା ବାଂଲାଦେଶ ଦଳ ନିକଟରେ ୪୨୪ ରନ୍‌ର ବିଜୟ ଲକ୍ଷ୍ୟ ଛାଡ଼ିଥିଲା ଦକ୍ଷିଣ ଆଫ୍ରିକା। ହେଲେ କେଶବ ମହାରାଜ (୪/୨୫), କାଗିସୋ ରବାଡା (୩/୩୩) ଓ ମର୍ନି ମର୍କେଲ (୨/୧୯)ଙ୍କ ଘାତକ ବୋଲିଂର ସାମ୍‌ନା କରିନପାରି ବାଂଲାଦେଶ ଦଳ ଦ୍ୱିତୀୟ ପାଳିରେ ମାତ୍ର ୯୦ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇ ବୃହତ୍‌ ପରାଜୟକୁ ଆଦରିନେଲା। ଚତୁର୍ଥ ଦିବସରେ ବର୍ଷା ଗୋଟିଏ ଅଧିବେଶନର ଖେଳ ନଷ୍ଟ କରିଦେଇଥିଲା ବେଳେ ବାଂଲାଦେଶ ୪୯ ରନ୍‌ରେ ୩ ଓ୍ଵିକେଟ୍‌ ହରାଇଥିଲା। ସୋମବାର ଶେଷ ଦିନ ଭ୍ରମଣକାରୀ ଦଳ ଆଉ ୪୧ ରନ୍‌ ଯୋଡ଼ି ଅବଶିଷ୍ଟ ୭ ଓ୍ଵିକେଟ୍‌ ହରାଇଥିଲା। ଇମ୍ରୁଲ କେୟସ (୩୨), ଅଧିନାୟକ ମୁସ୍‌ଫିକର ରହିମ୍‌ (୧୬) ଓ ମେହଦି ହାସନ୍‌ ମିରାଜ୍‌ (୧୫) ଦୁଇଅଙ୍କ ଛୁଇ ପାରିଥିଲେ। ତେବେ ପ୍ରଥମ ପାଳିରେ ୧୯୯ ରନ୍‌ କରିଥିବା ଡିନ୍‌ ଏଲ୍‌ଗାର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଏଥି ସହିତ ଦକ୍ଷିଣ ଆଫ୍ରିକା ୨ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାରେ ୧-୦ର ଅଗ୍ରଣୀ ପାଇଛି।
ସକ୍ଷିପ୍ତ ସ୍କୋର୍‌: ଦକ୍ଷିଣ ଆଫ୍ରିକା ପ୍ରଥମ ପାଳି: ୪୯୬/୩ରେ ଘୋଷଣା (ଡିନ୍‌ ଏଲ୍‌ଗାର-୧୯୯, ହାସିମ୍‌ ଆମ୍‌ଲା-୧୩୭, ମର୍କରାମ-୯୭, ମୁସ୍ତାଫିଜର ରହମନ୍‌-୧/୯୮, ସାଫିଉଲ୍‌ ଇସ୍‌ଲାମ୍‌-୧/୭୪)। ବାଂଲାଦେଶ ପ୍ରଥମ ପାଳି: ୩୨୦ (ମୋମିନୁଲ୍‌ ହକ୍‌-୭୭, ତମିମ୍‌ ଇକ୍‌ବାଲ-୬୬, ମୁସ୍‌ଫିକର ରହିମ୍‌-୪୪, କେଶବ ମହାରାଜ-୩/୯୨, ମର୍ନି ମର୍କେଲ-୨/୫୧, କାଗିସୋ ରବାଡା-୨/୮୪)। ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ପାଳି: ୨୪୭/୬ରେ ଘୋଷଣା (ଫାଫ୍‌ ଡୁପ୍ଲେସିସ୍‌-୮୧, ତେନ୍ଦା ବଭୂମା-୭୧, ମୁସ୍ତାଫିଜର ରହମନ୍‌-୨/୩୦, ମୋମିନୁଲ୍‌ ହକ୍‌-୩/୨୭)। ବାଂଲାଦେଶ ଦ୍ୱିତୀୟ ପାଳି: ୯୦ (ଇମ୍ରୁଲ କେୟସ୍‌-୩୨, କେଶବ ମହାରାଜ-୪/୨୫, ମର୍ନି ମର୍କେଲ-୨/୧୯, କାଗିସୋ ରବାଡା-୩/୩୩)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe