୨୭ ବର୍ଷ ପରେ ଇଂଲଣ୍ଡରେ ଶୃଙ୍ଖଳା ଜିତିଲା ଦକ୍ଷିଣ ଆଫ୍ରିକା

୨୭ ବର୍ଷ ପରେ ଇଂଲଣ୍ଡ ମାଟିରେ ଏକ ଦ୍ବିପାକ୍ଷିକ ଦିନିକିଆ ଶୃଙ୍ଖଳା ଜିତି ଇତିହାସ ରଚିଛି ଦକ୍ଷିଣ ଆଫ୍ରିକା। ଗୁରୁବାର ରାତିରେ ଲର୍ଡସରେ ଖେଳାଯାଇଥିବା ରୋମାଞ୍ଚକ ମୁକାବିଲାରେ ଦକ୍ଷିଣ ଆଫ୍ରିକା ୫ ରନ୍‌ରେ ବିଜୟ ସହ ତେମ୍ବା ବଭୂମାଙ୍କ ଦଳ ଏହି ପ୍ରତୀକ୍ଷିତ ସଫଳତା ଅର୍ଜନ କରିଛି।

sfsfcxc

Photograph: (NDTV.in)

ଲର୍ଡସ: ୨୭ ବର୍ଷ ପରେ ଇଂଲଣ୍ଡ ମାଟିରେ ଏକ ଦ୍ବିପାକ୍ଷିକ ଦିନିକିଆ ଶୃଙ୍ଖଳା ଜିତି ଇତିହାସ ରଚିଛି ଦକ୍ଷିଣ ଆଫ୍ରିକା। ଗୁରୁବାର ରାତିରେ ଲର୍ଡସରେ ଖେଳାଯାଇଥିବା ରୋମାଞ୍ଚକ ମୁକାବିଲାରେ ଦକ୍ଷିଣ ଆଫ୍ରିକା ୫ ରନ୍‌ରେ ବିଜୟ ସହ ତେମ୍ବା ବଭୂମାଙ୍କ ଦଳ ଏହି ପ୍ରତୀକ୍ଷିତ ସଫଳତା ଅର୍ଜନ କରିଛି। ଶେଷ ଥର ପାଇଁ ୧୯୯୮ରେ ଇଂଲଣ୍ଡରେ ଦକ୍ଷିଣ ଆଫ୍ରିକା ଏକ ଦିନିକିଆ ଶୃଙ୍ଖଳା ଜିତିଥିଲା। ଏହା ପରଠାରୁ ୪ ଥର ୨୦୦୮, ୨୦୧୨, ୨୦୧୭ ଓ ୨୦୨୨ରେ କିନ୍ତୁ ପରାଜିତ ହୋଇଥିଲା। ଅନ୍ୟପକ୍ଷରେ ୨୦୨୩ ଦିନିକିଆ ବିଶ୍ବକପ୍‌ ପରଠାରୁ ସଂଘର୍ଷ କରୁଥିବା ଇଂଲଣ୍ଡ ଘରୋଇ ମାଟିରେ ବି ଏଭଳି ପରାଜୟ ବରଣ କରି ଚାପରେ ରହିଛି।

ଗୁରୁବାର ରାତିରେ ଲର୍ଡସରେ ଖେଳାଯାଇଥିବା ଦ୍ବିତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକା ୫୦ ଓଭରରେ ୮ ୱିକେଟ୍ ହରାଇ ୩୩୦ ରନ୍ କରିଥିଲା। ମାଥ୍ୟୁ ବ୍ରିଜ୍‌କେ (୮୫), ତ୍ରିଷ୍ଟନ୍ ଷ୍ଟବ୍ସ (୫୮), ଐଦେନ ମାରକ୍ରମ (୪୯)ଙ୍କ ପାଳି ଦଳକୁ ଏହି ସ୍କୋର୍‌ ଦେଇଥିଲା। ଜୋଫ୍ରା ଆର୍ଚର୍‌ ୪ ଏବଂ ଆଦିଲ୍ ରସିଦ୍‌ ୨ ୱିକେଟ୍ ଅକ୍ତିଆର କରିଥିଲେ। ଜବାବରେ ଜୋ ରୁଟ୍‌ (୬୧) ଓ ଜୋସ୍ ବଟଲର୍ (୬୧)ଙ୍କ ଅର୍ଦ୍ଧଶତକ ପାଳି ସ‌ତ୍ତ୍ବେ ଇଂଲଣ୍ଡ ୩୨୫/୯ରେ ସୀମିତ ରହିଯାଇଥିଲା। ନାଣ୍ଡ୍ରେ ବର୍ଜର ୩ ଓ କେଶବ ମହାରାଜ ୨ ୱିକେଟ୍ ନେବା ନିର୍ଣ୍ଣାୟକ ହୋଇଥିଲା। ଏଥି ସହ ଭାରତ ନାମରେ ଥିବା ଲର୍ଡସ ପଶ୍ଚାତ୍‌ଧାବନ ରେକର୍ଡ ଅତୁଟ ରହିଥିଲା। ୨୦୦୨ ମସିହାରେ ୩୨୬/୮ ସ୍କୋର୍‌ କରି ଇଂଲଣ୍ଡକୁ ଭାରତ ରୋମାଞ୍ଚକ ଭାବେ ପରାସ୍ତ କରିବା ସହ ନ୍ୟାଟ୍‌ୱେଷ୍ଟ୍‌ ଟ୍ରଫି ଜିତିଥିଲା। ୨୫ ବର୍ଷ ପରେ ଦକ୍ଷିଣ ଆଫ୍ରିକା ମଧ୍ୟ ସବୁଠାରୁ ସ୍ବଳ୍ପ ରନ୍‌ ବ୍ୟବଧାନ ବିଜୟ ପାଇଛି। ୨୦୦୦ରେ କେପ୍‌ ଟାଉନ୍‌ରେ ଇଂଲଣ୍ଡ୍‌କୁ ୧ ରନ୍‌ରେ ହରାଇଥିଲା। ଚଳିତ ଶୃଙ୍ଖଳାରେ ଦକ୍ଷିଣ ଆଫ୍ରିକା ୨-୦ରେ ଆପରାଜେୟ ଅଗ୍ରଣୀ ନେବା ପରେ ରବିବାର ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ ଖେଳାଯିବ।

ବ୍ରିଜ୍‌କେଙ୍କ ବିଶ୍ବ ରେକର୍ଡ
ଦିନିକିଆ କ୍ରିକେଟ୍‌କୁ ଆସିବା ପରଠାରୁ ସ୍ବପ୍ନର ଯାତ୍ରାରେ ରହିଛନ୍ତି ଦକ୍ଷିଣ ଆଫ୍ରିକା ବ୍ୟାଟର୍‌ ମାଥ୍ୟୁ ବ୍ରିଜ୍‌କେ। ନିଜ ପ୍ରଥମ ୫ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ସେ ୫୦+ ‌ସ୍କୋର୍‌ କରି ନୂଆ ବିଶ୍ବ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ସେ ନିଜ ପ୍ରଥମ ୫ ପାଳିରେ ଯଥାକ୍ରମେ ୧୫୦, ୮୩, ୫୭, ୮୮, ୮୫ ରନ୍ କରିଛନ୍ତି। ପୂର୍ବରୁ ଏହି ବିଶ୍ବ ରେକର୍ଡ ଭାରତର ନବଜୋତ ସିଂହ ସିଦ୍ଧୁ (୧୯୮୭ ବିଶ୍ବକପ୍‌, ୪ ଥର ୫୦+ ସ୍କୋର୍‌)ଙ୍କ ନାମରେ ଥିଲା। ନିଜର ଏହି ଫର୍ମକୁ ନେଇ ବ୍ରିଜ୍‌କେ ମଜାରେ କହିଛନ୍ତି ‘ସ୍ବତନ୍ତ୍ର ଆରମ୍ଭ’। ମାତ୍ର ୧୫ ରନ୍ ପାଇଁ ଗୁରୁବାର ରାତିରେ ଶତକ ହରାଇବା ସହ ଲର୍ଡସ ସମ୍ମାନରୁ ବଞ୍ଚିତ ହୋଇଥିଲେ ମଧ୍ୟ ଏହି ଚମତ୍କାର ଫର୍ମ ଜାରି ରଖ‌ିବେ ବୋଲି ଆଶା ପ୍ରକଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe