ବିଶ୍ୱକପ୍‌: ଶ୍ରୀଲଙ୍କା ବିପକ୍ଷରେ ୯ ଓ୍ଵିକେଟ୍‌ରେ ଜିତିଲା ଦକ୍ଷିଣ ଆଫ୍ରିକା, ଆମଲା-ଡୁପ୍ଲେସିସ୍‌ଙ୍କ ବିସ୍ଫୋରକ ବ୍ୟାଟିଂ

Advertisment
ବିଶ୍ୱକପ୍‌: ଶ୍ରୀଲଙ୍କା ବିପକ୍ଷରେ ୯ ଓ୍ଵିକେଟ୍‌ରେ ଜିତିଲା ଦକ୍ଷିଣ ଆଫ୍ରିକା, ଆମଲା-ଡୁପ୍ଲେସିସ୍‌ଙ୍କ ବିସ୍ଫୋରକ ବ୍ୟାଟିଂ

Zee News

ଇଂଲଣ୍ଡ: ପ୍ରଥମ ପର୍ଯ୍ୟାୟର ମ୍ୟାଚ୍‌ ଗୁଡ଼ିକରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ ମଧ୍ୟ ଆଇସିସି (ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ବିଶ୍ୱକପ୍‌-୨୦୧୯ର ୩୫ତମ ମ୍ୟାଚ୍‌ରେ ଶ୍ରୀଲଙ୍କା ବିପକ୍ଷରେ ଦକ୍ଷିଣ ଆଫ୍ରିକା ଏକତରଫା ବିଜୟୀ ହୋଇଛି। ଏହି ମ୍ୟାଚ୍‌ରେ ହାସିମ୍‌ ଆମଲା (ଅପରାଜିତ ୮୦ ରନ୍‌, ୧୦୫ ବଲ, ୫ ଚୌକା) ଓ ଅଧିନାୟକ ଫାପ୍‌ ଡୁପ୍ଲେସିସ୍‌ (ଅପରାଜିତ ୯୬ ରନ୍‌, ୧୦୩ ବଲ, ୧୦ ଚୌକା, ୧ ଛକା) ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ଫଳରେ ଶ୍ରୀଲଙ୍କାକୁ ଦକ୍ଷିଣ ଆଫ୍ରିକା ଶୁକ୍ରବାର ସହଜରେ ପରାସ୍ତ କରିଛି। ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ୩୭.୨ ଓଭରରେ ମାତ୍ର ଗୋଟିଏ ଓ୍ଵିକେଟ୍‌ ହରାଇ ଲକ୍ଷ୍ୟ ପୂରା କରିଛି। ଟିମ୍‌ ୨୦୬ ରନ୍‌ ସଂଗ୍ରହ କରି ୯ ଓ୍ଵିକେଟ୍‌ରେ ବିଜୟୀ ହୋଇଛି।

ସ୍କେର ୩୧ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ପ୍ରଥମ ଝଟକା ଲାଗିଥିଲା। ଓପନର କ୍ୱିଣ୍ଟନ୍‌ ଡିଙ୍କୁ ଲାସିଥ ମାଲିଙ୍ଗା ବୋଲଡ୍‌ କରିଥିଲେ। ଏହା ପୂର୍ବରୁ ଡି କକ୍‌ ୧୬ଟି ବଲ ଖେଳି ୧୫ ରନ୍‌ କରିଥିଲେ। ଏଥିରେ ୩ଟି ଚୌକା ସାମିଲ ଥିଲା।

ପ୍ରଥମ ଇନିଂସରେ ଶ୍ରୀଲଙ୍କାକୁ ଦକ୍ଷିଣ ଆଫ୍ରିକା ବଡ଼ ସ୍କୋର କରିବାକୁ ସୁଯୋଗ ଦେଇନ ଥିଲା। ରିଭରସାଇଡ ଗ୍ରାଉଣ୍ଡରେ ଟୁର୍ଣ୍ଣାମେଣ୍ଟର ୩୫ତମ ମ୍ୟାଚ୍‌ରେ ଶୁକ୍ରବାର ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଶ୍ରୀଲଙ୍କା ବ୍ୟାଟିଂ କରିଥିଲା। ଦକ୍ଷିଣ ଆଫ୍ରିକାର ଘାତକ ବୋଲିଂ ଯୋଗୁଁ ଶ୍ରୀଲଙ୍କା ୪୯.୩ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୨୦୩ ରନ୍‌ କରିଛି। ଫଳରେ ଦକ୍ଷିଣ ଆଫ୍ରିକାକୁ ୨୦୪ ରନ୍‌ ଟାର୍ଗେଟ ମିଳିଥିଲା। କ୍ରିସ୍‌ ମୋରିସ ଓ ଡେ୍ଵନ ପ୍ରିଟୋରିଅସ୍‌ ୩-୩ ଓ୍ଵିକେଟ୍‌ ନେଇଥିଲେ। କାଗିସୋ ରାବଡ଼ାଙ୍କୁ ୨ଟି ଓ୍ଵିକେଟ୍‌ ମିଳିଥିବା ବେଳେ ଆଣ୍ଡିଲେ ଫେଲୁକଓ୍ଵାଓ ଗୋଟିଏ ଓ୍ଵିକେଟ ନେଇଥିଲେ।

publive-image Hindustan Times

ଶ୍ରୀଲଙ୍କା ପାଇଁ କୁଶାଲ ପେରେରା ଓ ଅଭିଷକା ଫର୍ଣ୍ଣାଡୋ ୩୦-୩୦ ରନ୍‌ ସଂଗ୍ରହ କରିଥିଲେ। ଧନଂଜୟ ଡି ସିଲଭା ୨୪ ରନ, କୁଶାଲ ମେଣ୍ଡିସ ୨୩ ରନ, ଥିରସା ପେରେରା ୨୧ ରନ୍‌ କରିଥିବା ବେଳେ ଜୀବନ ମେଣ୍ଡିସ ୧୮ ରନ୍‌ ଓ ଇସୁରୁ ଉଡାନ ୧୭ ରନ୍‌ କରିଥିଲେ। ଟିମ୍‌ର ଅନ୍ୟ ଖେଳାଳିଙ୍କ ବ୍ୟାଟିଂ ନୈରାଶ୍ୟଜନକ ଥିଲା।

ଶ୍ରୀଲଙ୍କା ଆଜି ବିନା ରନ୍‌ରେ ପ୍ରଥମ ଓ୍ଵିକେଟ୍‌ ହରାଇଥିବା ବେଳେ ଦ୍ୱିତୀୟ ଓ୍ଵିକେଟ ପାଇଁ ୬୨ ରନ୍‌ ଯୋଡ଼ିଥିଲା। ସ୍କୋର ୭୨ ରନ୍‌ରେ ୩ୟ ଓ୍ଵିକେଟ, ୧୦୦ ରନ୍‌ରେ ୪ର୍ଥ ଓ୍ଵିକେଟ ଓ ୧୧ ରନ୍‌ରେ ୫ମ ଓ୍ଵିକେଟ ପଡ଼ିଥିଲା। ୨୭.୧ ଓଭର ବେଳକୁ ଶ୍ରୀଲଙ୍କା ୫ ଜଣ ଖେଳାଳିଙ୍କୁ ହରାଇ ସାରିଥିଲା। ସ୍କୋର ୧୩୫ ରନ୍‌ରେ ଧନଂଜୟ, ୧୬୩ ରନ୍‌ରେ ଜୀବନ ମେଣ୍ଡିସ, ୧୮୪ ରନ୍‌ରେ ଥିରସା ପେରେରା ଓ ୧୯୭ ରନ୍‌ରେ ଇସୁରୁ ଆଉଟ୍‌ ହୋଇଥିଲେ। ଲାସିଥ ମାଲିଙ୍ଗାଙ୍କୁ ଦକ୍ଷିଣ ଆଫ୍ରିକା ଶେଷ ଓ୍ଵିକେଟ୍‌ ଭାବେ ଆଉଟ୍‌ କରିଥିଲା।
WC:

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe