ନେପାଳୀ ମହିଳା କ୍ରିକେଟର ଅଞ୍ଜଳିଙ୍କ ପ୍ରଶଂସନୀୟ ପ୍ରଦର୍ଶନ: ୨ଟି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୧ ରନ୍‌ ଦେଇ ହାସଲ କଲେ ୧୦ ଓ୍ଵିକେଟ୍‌

Advertisment
ନେପାଳୀ ମହିଳା କ୍ରିକେଟର ଅଞ୍ଜଳିଙ୍କ ପ୍ରଶଂସନୀୟ ପ୍ରଦର୍ଶନ: ୨ଟି ଅନ୍ତର୍ଜାତୀୟ ମ୍ୟାଚ୍‌ରେ ୧ ରନ୍‌ ଦେଇ ହାସଲ କଲେ ୧୦ ଓ୍ଵିକେଟ୍‌

Navbharat Times

ନୂଆଦିଲ୍ଲୀ: ମହିଳା କ୍ରିକେଟ୍‌ରେ ନେପାଳର ଝିଅ ଅଞ୍ଜଳି ଚାନ୍ଦ ପ୍ରଶସଂସନୀୟ ପ୍ରଦର୍ଶନ କରିଛନ୍ତି। ସେ ୨ଟି ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ରେ ମାତ୍ର ୧ ରନ୍‌ ଦେଇ ୧୦ଟି ଓ୍ଵିକେଟ୍‌ ଅକ୍ତିଆର କରିଛନ୍ତି । ମାଳଦୀପ ବିପକ୍ଷ ମ୍ୟାଚରେ ଅଞ୍ଜଳି ଶନିବାର ୪ ଓଭର ବୋଲିଂ କରି କେବଳ ୧ ରନ୍‌ ଦେଇଛନ୍ତି ଓ ବଦଳରେ ୪ଟି ଓ୍ଵିକେଟ୍‌ ନେଇଛନ୍ତି। ପୂର୍ବରୁ ସେ ଅନ୍ୟ ଏକ ଅନ୍ତର୍ଜାତୀୟ ମ୍ୟାଚ୍‌ରେ କୌଣସି ରନ୍‌ ନ ଦେଇ ୬ଟି ଓ୍ଵିକେଟ୍‌ ନେଇଥିଲେ । ଫଳରେ ମାତ୍ର ୧ ରନରେ ୧୦ ୱିକେଟ୍ ହାସଲ କରିବା ଭଳି ବିରଳ ରେକର୍ଡର ଅଧିକାରିଣୀ ହୋଇଛନ୍ତି ଅଞ୍ଜଳି।

publive-image Circle of Cricket

ଶନିବାର ଏକ  ଅନ୍ତର୍ଜାତୀୟ ମ୍ୟାଚରେ ୧୦ ଜଣ ଖେଳାଳି କୌଣସି ରନ୍‌ ସଂଗ୍ରହ ନ କରି ଆଉଟ ହୋଇ ଯାଇଥିବା ଭଳି ବିସ୍ମୟଜନକ ଖବର ସାମ୍ନାକୁ ଆସିଛି। ଏଭଳି ଅଦ୍ଭୁତ ବିଫଳତା ପ୍ରଦର୍ଶନ କରିଛି  ମାଳଦୀପର ମହିଳା କ୍ରିକେଟ୍‌ ଟିମ୍‌। ଦକ୍ଷିଣ ଏସିଆ କ୍ରୀଡ଼ାର ମହିଳା କ୍ରିକେଟ ବିଭାଗରେ ଆଜି ଖେଳା ଯାଇଥିବା ଏକ ମ୍ୟାଚରେ ମାଳଦୀପ  ଟିମ୍‌ର ୧୦ ଜଣ ଖେଳାଳି କୌଣସି ରନ୍‌ ନ କରି ପାଭଲିଅନ୍‌ ଫେରି ଆସିଥିବା ବେଳେ କେବଳ ଜଣେ ଖେଳାଳି ୧ ରନ୍‌ ସଂଗ୍ରହ କରିଛନ୍ତି। ଓପନର ଏମା ୧ ରନ୍‌ କରିଥିବା ବେଳେ ଟିମ୍‌କୁ ଅତିରିକ୍ତ ୭ ରନ୍‌ ମିଳିଛି। ମାଳଦୀପକୁ ଏଭଳି ଧୁଳି ଚଟାଇଛି  ନେପାଳ ମହିଳା କ୍ରିକେଟ ଦଳ। ମାଳଦୀପ ଦଳକୁ ନେପାଳ ୧୧.୩ ଓଭରରେ ୮ ରନ୍‌ରେ ଅଲଆଉଟ୍‌ କରିଛି । ମାଳଦୀପର ଏହି ବିପର୍ଯ୍ୟୟ ପଛରେ ନେପାଳୀ ବୋଲର ଅଞ୍ଜଳି ଚାନ୍ଦଙ୍କର ରହିଛି ଗୁରୁତ୍ବପୂର୍ଣ୍ଣ ଭୂମିକା।  ଅନ୍ୟ ପକ୍ଷରେ ନେପାଳର ମହିଳା ଟିମ୍‌ ୭ଟି ବଲ ଖେଳି ଲକ୍ଷ୍ୟ ହାସଲ କରିଛି। ଓପନର କାଜଲ ଶ୍ରେଷ୍ଠ ଅପରାଜିତ ୨ ରନ୍‌ କରିଥିବା ବେଳେ ରୋମା ଥାପା ଅପରାଜିତ ୭ ରନ୍‌ କରିଛନ୍ତି। ବାକି ରନ୍‌ ଅତିରିକ୍ତରୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe