ଏସିସି ବୈଠକରେ ବାକ୍‌ବିତଣ୍ଡା: ଟ୍ରଫି ଦେବାକୁ ମନା କଲେ ନକ୍‌ଭୀ, ୫ ଏସୀୟ ରାଷ୍ଟ୍ର ନେବେ ନିଷ୍ପତ୍ତି

Advertisment

ଏସିଆ କପ୍‌ ବିଜେତା ଭାରତୀୟ ଦଳକୁ ଟ୍ରଫିରୁ ବଞ୍ଚିତ ରଖାଯିବା ବିବାଦକୁ ନେଇ ମଙ୍ଗଳବାର ଏସିସି (ଏସୀୟ କ୍ରିକେଟ୍ ପରିଷଦ) ବୈଠକରେ ତମ୍ବିତୋଫାନ କରିଛି ବିସିସିଆଇ। ବିସିସିଆଇର ପ୍ରତିନିଧିତ୍ବ କରିଥିବା ଉପସଭାପତି ରାଜୀବ ଶୁକ୍ଳା....

ଏସିଆ କପ୍‌ ବିଜେତା ଭାରତୀୟ ଦଳକୁ ଟ୍ରଫିରୁ ବଞ୍ଚିତ ରଖାଯିବା ବିବାଦକୁ ନେଇ ମଙ୍ଗଳବାର ଏସିସି (ଏସୀୟ କ୍ରିକେଟ୍ ପରିଷଦ) ବୈଠକରେ ତମ୍ବିତୋଫାନ କରିଛି ବିସିସିଆଇ। ବିସିସିଆଇର ପ୍ରତିନିଧିତ୍ବ କରିଥିବା ଉପସଭାପତି ରାଜୀବ ଶୁକ୍ଳା....

adgdgdgdg

ଦୁବାଇ: ଏସିଆ କପ୍‌ ବିଜେତା ଭାରତୀୟ ଦଳକୁ ଟ୍ରଫିରୁ ବଞ୍ଚିତ ରଖାଯିବା ବିବାଦକୁ ନେଇ ମଙ୍ଗଳବାର ଏସିସି (ଏସୀୟ କ୍ରିକେଟ୍ ପରିଷଦ) ବୈଠକରେ ତମ୍ବିତୋଫାନ କରିଛି ବିସିସିଆଇ। ବିସିସିଆଇର ପ୍ରତିନିଧିତ୍ବ କରିଥିବା ଉପସଭାପତି ରାଜୀବ ଶୁକ୍ଳା ଏବଂ ପୂର୍ବତନ କୋଷାଧ୍ୟକ୍ଷ ଆଶିଷ ସେଲାର ଏ ନେଇ ଦୃଢ଼ ପ୍ରତିବାଦ କରିଥିଲେ। ଏସିସି ସଭାପତି ତଥା ପାକିସ୍ତାନର ଆଭ୍ୟନ୍ତରୀଣ ମନ୍ତ୍ରୀ ମୋହସିନ୍ ନକ୍‌ଭୀ କିନ୍ତୁ ନିଜ ଜିଦ୍‌ରେ ଅଟଳ ରହି ଟ୍ରଫି ପ୍ରସଙ୍ଗରେ ପରେ ଆଲୋଚନା ହେବ ବୋଲି କହି ଏଡ଼ାଇ ଯାଉଥିଲେ। ଭାରତର ଦୃଢ଼ ଯୁକ୍ତି ପରେ ସେ କହିଥିଲେ ‘‘ପୋଡିୟମ୍‌ରେ ମୁଁ ଅପେକ୍ଷା କରିବା ବେଳେ ନିଜକୁ କାର୍ଟୁନ୍ ଭଳି ଅନୁଭବ କରିଥିଲି। ମୁଁ ଏବେ ବି ଟ୍ରଫି ଦେବାକୁ ସହମତ ନୁହେଁ’’।  ଭାରତୀୟ ଦଳ ଏସିଆ କପ୍‌ ଫାଇନାଲ୍ ପୂର୍ବରୁ ନକ୍‌ଭୀଙ୍କ ହାତରୁ ଟ୍ରଫି ଗ୍ରହଣ କରିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ ମଧ୍ୟ ଏସିସି କୌଣସି ବିକଳ୍ପ ବ୍ୟବସ୍ଥା ନକରି ଟ୍ରଫି ଦେଇ ନଥିଲା। ଭାରତୀୟ ଖେଳାଳି ଫାଇନାଲ୍‌ ବିଜୟ ପରେ କାଳ୍ପନିକ ଟ୍ରଫି ସହ ଉତ୍ସବ ପାଳନ କରିଥିଲେ।

ଏସିସି‌ ବୈଠକରେ ବିସିସିଆଇ ପ୍ରତିନିଧି ଦୃଢ଼ ଯୁକ୍ତିର ସହ କହିଥିଲେ ‘‘ଏସିଆ କପ୍‌ କାହାରି ବ୍ୟକ୍ତିଗତ ସମ୍ପତ୍ତି ନୁହେଁ। ଏହା ଏସିସି ଅଫିସରେ ରହୁ ଏବଂ ଭାରତ ସେଠାରୁ ଏହାକୁ ଗ୍ରହଣ କରିବ।’’ ନକ୍‌ଭୀ କିନ୍ତୁ ଏଥିରେ ଏକମତ ନୁହନ୍ତି ବୋଲି କହିଥିଲେ ଏବଂ ଅନ୍ୟ ଏକ ବୈଠକରେ ନିଷ୍ପତ୍ତି ହେବ କହି ଏଡ଼ାଇ ଯାଇଥିଲେ। ଶେଷରେ ଏହି ବିବାଦର ସମାଧାନ ପାଇଁ ଏସିସିର ୫ ଟେଷ୍ଟ୍ ଖେଳୁଥିବା ରାଷ୍ଟ୍ର ଭାରତ, ପାକିସ୍ତାନ, ଶ୍ରୀଲଙ୍କା, ଆଫଗାନିସ୍ତାନ ଓ ବାଂଲାଦେଶ ଉପରେ ଛାଡ଼ି ଦେଇଛନ୍ତି। ମଙ୍ଗଳବାରର ବୈଠକରେ ଥିବା କାର୍ଯ୍ୟକ୍ରମ ଅନୁସାରେ ଉପସଭାପତି ନିର୍ବାଚନ ଓ ଯୁବ ଦଳର ଖେଳସୂଚୀ ପ୍ରସ୍ତାବ ମଧ୍ୟ ଚୂଡ଼ାନ୍ତ ହୋଇପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe