ସିଲି ପଏଣ୍ଟ୍‌: ବୁଢ଼ିଆଣୀର ନାଁ ସଚିନ

ସିଲି ପଏଣ୍ଟ୍‌: ବୁଢ଼ିଆଣୀର ନାଁ ସଚିନ

ନୂଆଦିଲ୍ଲୀ: କିମ୍ବଦନ୍ତୀ କ୍ରିକେଟର୍‌ ସଚିନ୍‌ ତେନ୍ଦୁଲକରଙ୍କୁ ପ୍ରଶଂସକ ବିଭିନ୍ନ ପ୍ରକାର ନାମରେ ଡାକିଥାଆନ୍ତି। କିଏ ମାଷ୍ଟର ବ୍ଲାଷ୍ଟର କୁହନ୍ତି ତ, ଆଉ କିଏ ଲିଟିଲ ମାଷ୍ଟର ଆଖ୍ୟା ଦିଅନ୍ତି। ଏପରିକି ସଚିନଙ୍କ ପାଇଁ ପାଗଳ କିଛି ପ୍ରଶଂସକ ନିଜ ଶରୀରରେ ତାଙ୍କ ନାଁର ଟାଟୁ କରିଥିବା ଦେଖିବାକୁ ମି‌ଳେ। କିଛି ନିଜ ପୋଷାକରେ ସଚିନଙ୍କ ଚିତ୍ର ଆଙ୍କି ଥିବାର ଉଦାହରଣ ବି ରହିଛି। ସଚିନ ଦୀର୍ଘ ଦିନ ପୂର୍ବରୁ କ୍ରିକେଟରୁ ଅବସର ନେଇ ସାରିଥିଲେ ବି ଆଜି ମଧ୍ୟ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା କମିବା ବଦଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ସଚିନଙ୍କର ଏଭଳି ଜଣେ ପାଗଳ ପ୍ରଶଂସକ ତାଙ୍କୁ ଅଦ୍ଭୁତ ଉପାୟରେ ସମ୍ମାନ ଜଣାଇଛନ୍ତି।

ଧ୍ରୁବ ପ୍ରଜାପତି ନାମକ ଏହି ପ୍ରଶଂକ ଜଣକ ଏକ ନୂଆ ପ୍ରଜାତିର ବୁଢ଼ିଆଣୀର ନାଁ ସଚିନଙ୍କ ନାଁ ଆଗରେ ରଖିଛନ୍ତି। ସ୍ପାଇଡର ବର୍ଗୀକରଣରେ ଗବେଷଣା କରୁଥିବା ଧ୍ରୁବ ଆବିଷ୍କାର କରିଥିବା ନୂଆ ପ୍ରଜାତିର ବୁଢ଼ିଆଣୀ ନାଁ ‘ମାରେଂଗୋ ସଚିନ୍‌ ତେନ୍ଦୁଲକର’ ରଖିଛନ୍ତି। ଗୁଜୁରାଟ ଏଜୁକେସନ୍‌ ଆଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ୍‌ (ଜିଏଆରଏଫ) କନିଷ୍ଠ ଗବେଷକ ଧ୍ରୁବ ନିକଟରେ ଦୁଇଟି ନୂଆ ପ୍ରଜାତିର ବୁଢ଼ିଆଣୀଙ୍କୁ ଖୋଜି ବାହାର କରିଛନ୍ତି। ଏହି ଦୁଇ ନୂଆ ପ୍ରଜାତିର ବୁଢ଼ିଆଣୀ ମଧ୍ୟରୁ ସେ ଜଣଙ୍କ ନାମ ମାରେଂଗୋ ସଚିନ୍‌ ତେନ୍ଦୁଲକର ଦେଇଛନ୍ତି। ଏହି ପ୍ରଜାତିର ବୁଢ଼ିଆଣୀ ବିଶେଷ ଭାବେ କେରଳ, ତାମିଲନାଡୁ ଓ ଗୁଜୁରାଟରେ ଦେଖିବାକୁ ମିଳିଥାଏ। ଏପରି ନାମକରଣ ପଛର କାରଣ ବିଷୟରେ ଧ୍ରୁବ କହନ୍ତି, ‘ସଚିନ୍‌ଙ୍କୁ ମୁଁ ବହୁତ ପସନ୍ଦ କରେ। ସେଥିପାଇଁ ନୂଆ ପ୍ରଜାତିର ବୁଢ଼ିଆଣୀ ଖୋଜି ବାହାର କରିବା ପରେ ସେମାନଙ୍କ ନାମକୁ ଏଭଳି ଭାବେ ନାମକରଣ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe