ଏସ୍‌ପିଏଲ୍‌: ଓ୍ଵାରିଅର୍ସ ଓ ଏମ୍ପରର୍ସ ବିଜୟୀ

Advertisment
ଅନ୍ତଃଜୋନ୍‌ ତିନିଦିନିଆ ମହିଳା କ୍ରିକେଟ୍‌: ପୂର୍ବାଞ୍ଚଳ ପୁଣି ପ୍ରଥମ ପାଳିରେ ପଛୁଆ

ଭୁବନେଶ୍ୱର: ଓଡ଼ିଶା ସଚିବାଳୟ କ୍ରିକେଟ୍‌ ସଂଘ ଆନୁକୂଲ୍ୟରେ ସଚିବାଳୟ ପଡ଼ିଆରେ ଚାଲିଥିବା ଏକାଦଶ ସେକ୍ରେଟାରିଏଟ୍‌ ପ୍ରିମିୟର ଲିଗ୍‌ (ଏସ୍‌ପିଏଲ୍‌) ଦିବାରାତ୍ର କ୍ରିକେଟ୍‌ ପ୍ରତିଯୋଗିତା (୮ ଜଣିଆ)ର ଶନିବାର ଦୁଇଟିି ମ୍ୟାଚ୍‌ରେ ଓ୍ଵାରିଅର୍ସ ଏବଂ ଏମ୍ପରର୍ସ ବିଜୟୀ ହୋଇଛନ୍ତି। ଓ୍ଵାରିଅର୍ସ (୮ ଓଭରରେ ୮୬/୧) ୨୪ ରନ୍‌ରେ ପାଟ୍ରିଅଟ୍‌ସ (୬୨/୫)କୁ ପରାସ୍ତ କରିଥିଲା। ଅପରାଜିତ ୫୯ ରନ୍‌ କରିଥିବା ବିଜୟୀ ଦଳର ପ୍ରସନ୍ନ କୁମାର ଦାସ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଅନ୍ୟ ମ୍ୟାଚ୍‌ରେ ଗ୍ଲାଡିଏଟର୍ସ (୮ ଓଭରରେ ୬୪/୨)କୁ ୩ ଓ୍ଵିକେଟ୍‌ରେ ଏମ୍ପରର୍ସ (୭.୪ ଓଭରରେ ୬୭/୪) ପରାସ୍ତ କରିଥିଲା। ଅପରାଜିତ ୨୦ ରନ୍‌ କରିଥିବା ବିଜୟୀ ଦଳର ଆଲୋକ ମହାପାତ୍ର ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ମାରୁତି ଆଚାର୍ଯ୍ୟ ଓ ଲୁଲୁ ମହାପାତ୍ର ମ୍ୟାଚ୍‌ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe