ନାଇରୋବି (କେନିୟା): ପୂର୍ବତନ ୪୦୦ ମିଟର ବାଧାଦୌଡ଼ ବିଶ୍ୱ ବିଜେତା କେନିଆର ନିକୋଲାସ୍ ବେଟ୍ଙ୍କର ବୁଧବାର ଏକ କାର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ୨୮ ବର୍ଷୀୟ ଏହି ଆଥ୍ଲେଟ୍ ଏକ ଏସ୍ୟୁଭି ଗାଡ଼ିକୁ ଚଲାଇ ଆସୁଥିଲା ବେଳେ ପଶ୍ଚିମ କେନିଆସ୍ଥିତ ନନ୍ଦି କାଉଣ୍ଟିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି କେନିଆ ଧାବକ ୨୦୧୫ ବିଶ୍ୱ ପ୍ରତିଯୋଗିତାରେ ୪୦୦ ମିଟର ବାଧାଦୌଡ଼ରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ୨୦୧୬ ଅଲିମ୍ପିକ୍ରେ ସେ ଅଂଶଗ୍ରହଣ କରିଥିଲେ ମଧ୍ୟ ସେମିଫାଇନାଲ୍ରୁ ବିଦା ହୋଇଥିଲେ। ତାଙ୍କର ଏହି ଅକାଳ ବିୟୋଗରେ ସାରା କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳିଯାଇଛି।
ଦୁର୍ଘଟଣାରେ ବାଧାଦୌଡ଼ ବିଶ୍ୱ ବିଜେତା ମୃତ
Advertisment
Follow Us