ଦୂତି ଚାନ୍ଦଙ୍କୁ ଶୁଭେଚ୍ଛା ଜଣାଇଲେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ

୨୦୦ ମିଟର ସେମିରେ ଦୂତି

ଭୁବନେଶ୍ୱର: ଓ୍ଵାର୍ଲ୍ଡ ୟୁନିଭରସିଟି ଗେମ୍ସରେ ସ୍ୱର୍ଣ୍ଣପଦକ ଜିତିଥିବା ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କୁ ଗୁରୁବାର କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ଶୁଭେଚ୍ଛା ଜଣାଇଛନ୍ତି। ଇଟାଲିରେ ଅନୁଷ୍ଠିତ ୩୦ତମ ସମର ଓ୍ଵାର୍ଲ୍ଡ ୟୁନିଭରସିଟି ଗେମ୍ସର ୧୦୦ ମିଟର ବର୍ଗରେ ପ୍ରଥମ ଭାରତୀୟ ଭାବେ ଦୂତି ଚାନ୍ଦ ସ୍ୱର୍ଣ୍ଣପଦକ ଜିତି ଓଡ଼ିଶା ସମେତ ଭାରତର ଗର୍ବ ଓ ଗୌରବ ବଢ଼ାଇଛନ୍ତି ବୋଲି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି।

ଦୂତିଙ୍କ ଏହି ସଫଳତା ଆଗାମୀ ଦିନରେ ଜାରି ରହିବା ସହ ଭବିଷ୍ୟତ ଖେଳାଳୀଙ୍କୁ ଆଗାକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ ବୋଲି ଶ୍ରୀ ବେହେରା ଆଶା ପ୍ରକାଶ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଯେ, ଦୂତି ଚାନ୍ଦ ଏହି ଦୌଡ଼ ପ୍ରତିଯୋଗିତାରେ ୧୧.୩୨ ସେକେଣ୍ଡରେ ଫିନିସିଂ ଲାଇନ୍‌ ଛୁଇଁବା ସହ ସ୍ୱିଜରଲାଣ୍ଡର ହେଜ୍‌ ପଣ୍ଟଙ୍କୁ ପଛରେ ପକାଇ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଦୂତି ଚାନ୍ଦଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe