ଭାରତୀୟ କ୍ଲବ୍‌ଙ୍କୁ ଅନୁମତି ଦେବାକୁ ଫିଫା ଓ ଏଏଫ୍‌ସିକୁ କ୍ରୀଡ଼ା ମନ୍ତ୍ରଣାଳୟର ଅନୁରୋଧ

ଭାରତୀୟ କ୍ଲବ୍‌ଙ୍କୁ ଅନୁମତି ଦେବାକୁ ଫିଫା ଓ ଏଏଫ୍‌ସିକୁ କ୍ରୀଡ଼ା ମନ୍ତ୍ରଣାଳୟର ଅନୁରୋଧ

The Hans India

ନୂଆଦିଲ୍ଲୀ : ସର୍ବଭାରତୀୟ ଫୁଟ୍‌ବଲ୍ ସଂଘ (ଏଆଇଏଫଏଫ)କୁ ଫିଫା ବାସନ୍ଦ କରିଦେବା ପରେ ଏବେ ଅଡୁଆରେ ପଡ଼ିଛନ୍ତି ଭାରତୀୟ ଫୁଟ୍‌ବଲ୍ କ୍ଲବ୍‌ଗୁଡିକ। ପୂର୍ବ ନିର୍ଧାରିତ ଖେଳ ସୂଚୀ ଅନୁସାରେ କେତେକ ଭାରତୀୟ କ୍ଲବ୍‌ ଏଏଫ୍‌ସି ପ୍ରତିଯୋଗିତାରେ ଖେଳିବାରୁ ବଞ୍ଚିତ ହେବା ଆଶଙ୍କା ରହିଛି। ଏହାକୁ ନଜରରେ ରଖି କେନ୍ଦ୍ର ସରକାରଙ୍କ କ୍ରୀଡ଼ା ମନ୍ତ୍ରଣାଳୟ ଫିଫା ଓ ଏସୀୟ ଫୁଟ୍‌ବଲ୍ ମହାସଂଘ (ଏଏଫସି)କୁ ଅନୁରୋଧ କରିଛି ଏମାନଙ୍କୁ ‌ଏଏଫ୍‌ସିରେ ‌ଖେଳିବାକୁ ଅନୁମତି ମିଳୁ।

ସୋମବାର ସକାଳେ ଫିଫା ଏକ ପ୍ରେସ୍ ବିଜ୍ଞପ୍ତିରେ ଏଆଇଏଫ୍‌ଏଫ୍‌ ଉପରେ ନିଲମ୍ବନ ଲାଗୁ କରିଥିଲା। ସେତେବେଳକୁ କିନ୍ତୁ ଶ୍ରୀ ଗୋକୁଳମ କେରଳ ଏଫ୍‌ସି ଉଜ୍‌ବେକିସ୍ତାନ ପହଞ୍ଚି ସାରିଥିଲା ଦ୍ବିତୀୟ ଏଏଫ୍‌ସି ମହିଳା କ୍ଲବ୍‌ ପ୍ରତିଯୋଗିତା ଖେଳିବାକୁ। ଅଗଷ୍ଟ ୨୩ ତାରିଖରେ ଏହି ଦଳ ଏକ ଇରାନୀୟ କ୍ଲବ୍‌ ବିପକ୍ଷରେ ଖେଳିବାର କାର୍ଯ୍ୟକ୍ରମ ରହିଛି। ୨୬ ତାରିଖରେ ଅନ୍ୟ ଏକ ମ୍ୟାଚ୍‌ ମଧ୍ୟ ରହିଛି। ଅନ୍ୟପକ୍ଷରେ ବାହାରିନ୍‌ରେ ସେପ୍ଟେମ୍ବର ୭ ତାରିଖରେ ଖେଳାଯିବାକୁ ଥିବା ଏଏଫ୍‌ସି କପ୍ ୨୦୨୨ (ଅନ୍ତଃଜୋନ୍‌ ସେମିଫାଇନାଲ୍‌ସ) ପାଇଁ ମଧ୍ୟ ଏଟିକେ ମୋହନ ବାଗାନ ଦଳ ପ୍ରସ୍ତୁତ ହେଉଛି।

କ୍ରୀଡ଼ା ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ଉଜ୍‌ବେକିସ୍ତାନରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କ ସହ ଯୋଗାଯୋଗ କରାଯାଇଛି। ସମସ୍ତ ସମ୍ଭାବ୍ୟ ସହାୟତା କରିବାକୁ ଅନୁରୋଧ ମଧ୍ୟ କରାଯାଇଛି। ଗୋକୁଳମ ଏଫ୍‌ସି ପରିଚାଳକଙ୍କ ସହ ମଧ୍ୟ କ୍ରୀଡ଼ା ମନ୍ତ୍ରଣାଳୟ ଯୋଗାଯୋଗ କରିଛି। ଏଆଇଏଫ୍‌ଏଫ୍‌ ନିଲମ୍ବନ ଖବର ଆସିବାମାତ୍ରେ ଗୋକୁଳମ ଏଫ୍‌ସି ଦଳର ଉପସଭାପତି ଭିସି ପ୍ରବୀଣ ତୁରନ୍ତ କ୍ରୀଡ଼ା ମନ୍ତ୍ରଣାଳୟ ସହ ଯୋଗାଯୋଗ କରିଥିବା ବେଳେ ସାଥିରେ ମଧ୍ୟ ଖେଳାଳିମାନେ ରହିଥିଲେ। ମନ୍ତ୍ରଣାଳୟ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇଛି। ତାସକେଣ୍ଟ ରହଣିକୁ ୪୮ ଘଣ୍ଟା ବଢ଼ାଇ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe