ଇଣ୍ଡିଆନ୍‌ ମହିଳା ଲିଗ୍‌: ମୁମ୍ବାଇ ନାଇଟ୍ସ ଏଫ୍‌ସିଠୁ ହାରିଲା ସ୍ପୋର୍ଟ୍ସ ଓଡ଼ିଶା

ଇଣ୍ଡିଆନ୍‌ ମହିଳା ଲିଗ୍‌: ମୁମ୍ବାଇ ନାଇଟ୍ସ ଏଫ୍‌ସିଠୁ ହାରିଲା ସ୍ପୋର୍ଟ୍ସ ଓଡ଼ିଶା

ଭୁବନେଶ୍ବର : ଅହମଦାବାଦରେ ଚାଲିଥିବା ଇଣ୍ଡିଆନ୍‌ ମହିଳା ଲିଗ୍‌ (ଆଇଡବ୍ଲୁଏଲ୍‌) ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଶନିବାର ସ୍ପୋର୍ଟ୍ସ ଓଡ଼ିଶା ‌୧-୨ ଗୋଲ୍‌ରେ ମୁମ୍ବାଇ ନାଇଟ୍ସ ଏଫ୍‌ସିଠୁ ହାରିଯାଇଛି। ଫଳରେ ଗ୍ରୁପ୍‌-ଏ’ରେ ସ୍ଥାନ ପାଇଥିବା ଏହି ଦଳ ୫ ମ୍ୟାଚ୍‌ ଖେଳି ୩ ବିଜୟ ଓ ୨ ପରାଜୟରୁ ୯ ପଏଣ୍ଟ ପାଇ ଟେୁବଲର ପଞ୍ଚମ‌ ସ୍ଥାନରେ ରହିଛି। ମ୍ୟାଚ୍‌ର ୩୭ତମ ମିନିଟ୍‌ରେ ଅଞ୍ଜୁଙ୍କ ଗୋଲ୍‌ରେ ଓଡ଼ିଶା ଦଳ ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ତେବେ ଏହି ଖୁସି ବେଶି ସମୟ ରହିନଥିଲା। ପ୍ରଥମାର୍ଦ୍ଧର ଇନ୍‌ଜୁରି ସମୟରେ ମୁମ୍ବାଇ ଦଳର ରିତୁ ରାଣୀ (୪୫+୫ ମିନିଟ୍‌) ଏହି ଗୋଲ୍‌ଟି ଶୁଝି ସ୍ଥିତି ସମାନ କରିଥିଲେ। ଦ୍ବିତୀୟାର୍ଦ୍ଧ ଆରମ୍ଭରୁ କରିସ୍ମା ପୁରୁଷୋତ୍ତମ ଶିର୍ବୋଇକର (୪୭ ମିନିଟ୍‌)ଙ୍କ ଗୋଲ୍‌ ମୁମ୍ବାଇକୁ ଅଗ୍ରଣୀ ଦେଇଥିଲା। ଶେଷ ପର୍ଯ୍ୟନ୍ତ ଓଡ଼ିଶା ଦଳ ଗୋଲ୍‌ ଶୁଝିବାକୁ ବହୁ ଚେଷ୍ଟା କରିଥିଲେ ମଧ୍ୟ ସଫଳ ‌ନ ହୋଇ ପରାଜୟ ବରଣ କରିଥିଲା। କରିସ୍ମା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe