ଖେଳ ମନ୍ତ୍ରାଳୟ ଦେବ ପୋଷାକ ଖର୍ଚ

Advertisment
ଖେଳ ମନ୍ତ୍ରାଳୟ ଦେବ ପୋଷାକ ଖର୍ଚ

ନୂଆଦିଲ୍ଲୀ: ଅଣଅନୁବନ୍ଧିତ ସଂଘର ଖେଳାଳିଙ୍କ ପୋଷାକ ଏବଂ ଖେଳ ଉପକରଣ ଖର୍ଚ ବହନ କରିବାକୁ ଭାରତୀୟ ଅଲିମ୍ପିକ୍ସ ସଂଘ ମନା କରିଦେବା ପରେ କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ସେମାନଙ୍କୁ ସହାୟତାର ହାତ ବଢ଼ାଇଛି। ଏଭଳି ଖେଳାଳିଙ୍କ ପୋଷାକ ଏବଂ ଉପକରଣ ଖର୍ଚ ମନ୍ତ୍ରାଳୟ ବହନ କରିବ ବୋଲି କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ବୁଧବାର ଘୋଷଣା କରିଛନ୍ତି। ମନ୍ତ୍ରାଳୟ ଭାରତୀୟ ଏସୀୟ କ୍ରୀଡ଼ା ଦଳରେ ଥିବା ଆଇଓଏର ଅଣଅନୁବନ୍ଧିତ ଖେଳାଳିଙ୍କ ବୀମା ଖର୍ଚ ମଧ୍ୟ ମନ୍ତ୍ରାଳୟ ଦେବ। ସୂଚନାଯୋଗ୍ୟ ଯେ କୁରଶ, ସ୍ପଟ୍‌ କ୍ଲାଇମ୍ବିଂ, ପେନସାକ୍‌ ସିଲାଟ ଭଳି ଖେଳ ଆଇଓଏ ସହ ଅନୁବନ୍ଧିତ ହୋଇ ନାହାନ୍ତି କିମ୍ବା ଭାରତ ସରକାର ସେମାନଙ୍କୁ ସ୍ୱୀକୃତି ଦେଇ ନାହାନ୍ତି। ଭାରତୀୟ ଦଳରେ ଥିବା ୫୪୧ ଖେଳାଳିଙ୍କ ମଧ୍ୟରୁ ୧୧୪ ଜଣ ହେଉଛନ୍ତି ଏଭଳି ଖେଳର ଖେଳାଳି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe