ମୁମ୍ବାଇ: ଚଳିତ ଡିସେମ୍ବର ୯ ତାରିଖରୁ କଟକରେ ଆରମ୍ଭ ହେବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଲା ଲାଗି ବୁଧବାର ଭାରତୀୟ ଦଳ ଘୋଷଣା କରାଯାଇଛି। ଆଘାତ ଜନିତ ସମସ୍ୟା ଲାଗି ଦୁଇମାସ ହେବ କ୍ରିକେଟ୍‌ରୁ ଦୂରେଇ ରହିଥିବା ତାରକା ଅଲ୍‌ରାଉଣ୍ଡର୍ ହାର୍ଦିକ ପାଣ୍ଡ୍ୟା ଦଳକୁ ଫେରିଛନ୍ତି। କୋଲକାତାରେ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ବେକ ମୋଡ଼ି ହୋଇଯାଇଥିବା ଉପଅଧିନାୟକ ଶୁବମନ୍ ଗିଲ୍‌ଙ୍କୁ ସର୍ତ୍ତମୂଳକ ଭାବେ ଦଳରେ ସାମିଲ କରାଯାଇଛି।

Advertisment

Int'l Day of Persons with Disabilities: ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ

ଉପଅଧିନାୟକ ଗିଲ୍‌ଙ୍କୁ ସର୍ତ୍ତମୂଳକ ସୁଯୋଗ

Demand: ୧୩ ଦଫା ଦାବି ନେଇ କଳା ବ୍ୟାଚ୍ ପରିଧାନ କଲେ ଡ଼ାକ୍ତର

ସେ ଏହି ଶୃଙ୍ଖଳା ଖେଳିବା, ନ ଖେଳିବା ଚଳିତ ମାସ ୫ ତାରିଖରେ ହେବାକୁ ଥିବା ଫିଟ୍‌ନେସ୍ ଟେଷ୍ଟ୍‌ ଉପରେ ନିର୍ଭରଶୀଳ ରହିବ। ଗିଲ୍ ସେହିଦିନ ବେଙ୍ଗାଲୁରୁସ୍ଥିତ ବିସିସିଆଇ ପାରଦର୍ଶିତା କେନ୍ଦ୍ର (ସିଓଇ)ରେ ହେବାକୁ ଥିବା ଫିଟ୍‌ନେସ୍ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହେଲେ ହିଁ ଦଳର ଆନୁଷ୍ଠାନିକ ସଦସ୍ୟ ହେବେ। ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିବା ରିଙ୍କୁ ସିଂହ ଓ ନୀତୀଶ କୁମାର ରେଡ୍ଡୀଙ୍କୁ କିନ୍ତୁ ଦଳରୁ ବାଦ୍ ଦିଆଯାଇଛି। ଭାରତୀୟ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଶୁବମନ୍ ଗିଲ୍ (ଉପଅଧିନାୟକ, ଫିଟ୍‌ନେସ୍ ପରୀକ୍ଷାରେ ଯଦି ଉତ୍ତୀର୍ଣ୍ଣ ହେବେ), ଅଭିଷେକ ଶର୍ମା, ତିଳକ ବର୍ମା, ହାର୍ଦିକ ପାଣ୍ଡ୍ୟା, ଶିବମ୍‌ ଦୁବେ, ଅକ୍ଷର ପଟେଲ, ଜିତେଶ ଶର୍ମା (ୱିକେଟ୍‌ରକ୍ଷକ), ସଞ୍ଜୁ ସାମ୍‌ସନ୍ (ୱିକେଟ୍‌ରକ୍ଷକ), ଯଶପ୍ରୀତ୍ ବୁମ୍‌ରା, ବରୁଣ ଚକ୍ରବର୍ତ୍ତୀ, ଅର୍ଶଦୀପ ସିଂହ, କୁଲଦୀପ ଯାଦବ, ହର୍ଷିତ ରାଣା, ୱାସିଂଟନ୍ ସୁନ୍ଦର।