ଏସ୍‌ଆର୍‌ ଅନ୍‌ଲାଇନ୍ ଚେସ୍: ଲକ୍ଷ୍ମୀଦତ୍ତ ବିଜେତା

Advertisment
ଏସ୍‌ଆର୍‌ ଅନ୍‌ଲାଇନ୍ ଚେସ୍: ଲକ୍ଷ୍ମୀଦତ୍ତ ବିଜେତା

ଭୁବନେଶ୍ବର: ରାଜ୍ୟର ଅଗ୍ରଣୀ ଚେସ୍‌ ପ୍ରଶିକ୍ଷଣ ଅନୁଷ୍ଠାନ ଏସ୍‌ଆର୍ ଚେସ୍‌ କେନ୍ଦ୍ର ପକ୍ଷରୁ ଅନ୍‌ଲାଇନ୍ ଚେସ୍‌ ପ୍ରତ‌ିଯୋଗିତା ଜାରି ରହିଛି। ରବିବାର ଅନୁଷ୍ଠିତ ୧୪ତମ ଏସ୍‌ଆର୍‌ ଅନଲାଇନ୍ ଓପନ୍ (ବରିଷ୍ଠ) ପ୍ରତିଯୋଗିତାରେ ସୋୟମ୍‌ ଲକ୍ଷ୍ମୀଦତ୍ତ ଧନରାଜ ବିଜେତା ହୋଇଛନ୍ତି। କଟକ ମହାନଦୀ ବିହାର ସରସ୍ବତୀ ଶିଶୁ ମନ୍ଦିରର ଅଷ୍ଟମ ଶ୍ରେଣୀ ଛାତ୍ର ସୋୟମ୍‌ ୬ ରାଉଣ୍ଡରୁ ସମ୍ପୂର୍ଣ୍ଣ ୬ ପଏଣ୍ଟ୍ ପାଇ ପ୍ରଥମ ସ୍ଥାନରେ ରହିଥିଲେ। ନଖରା ଡିପିଏଲ୍ କଳିଙ୍ଗାର ନବମ ଶ୍ରେଣୀ ଛାତ୍ର ପ୍ରତୀକ ଚୌରାସିଆ (୫) ଓ ଭୁବନେଶ୍ବର ଷ୍ଟୁଆର୍ଟ ସ୍କୁଲ୍ ନବମ ଶ୍ରେଣୀ ଛାତ୍ର ନିଖିଲ ସାହୁ (୪.୫) ଯଥାକ୍ରମେ ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଥିଲେ।

୧୫ ବର୍ଷର କମ୍‌ରେ ଧୀର ଚାୱଲ (୪), ୧୩ ବର୍ଷରୁ କମ୍‌ରେ ଅରିନ୍‌ ଅନ୍ବେଷ ସ୍ବାଇଁ (୪.୫), ୧୧ ବର୍ଷରୁ କମ୍‌ରେ ବିକାଶ କୁମାର ଲେଙ୍କା, ଶ୍ରୀନିବାସ ରଥ, ଜ୍ଞାନଜ୍ୟୋତି ସିଂହ (ପ୍ରତ୍ୟେକ ୪ ପଏଣ୍ଟ), ୯ ବର୍ଷରୁ କମ୍‌ରେ ଶ୍ରଦ୍ଧା ସ୍ମରଣିକା ନନ୍ଦ, ଆଦିତ୍ୟ ବିକ୍ରମ ମିଶ୍ର (ଉଭୟ ୪), ସନ୍ଦୀପା ପ୍ରିୟଦର୍ଶିନୀ ସାହୁ (୩.୫), ୭ ବର୍ଷରୁ କମ୍‌ରେ ଅର୍ନବ ବିଶ୍ବାଳ (୩), ଶୁଭସ୍ମିତା ପ୍ରିୟଦର୍ଶିନୀ (୨) ପ୍ରମୁଖ ଶ୍ରେଷ୍ଠ ବିବେଚିତ ହୋଇଥିଲେ। ଏସ୍‌ଆର୍‌ ଚେସ୍ କେନ୍ଦ୍ରର ସମ୍ପାଦକ ସତ୍ୟରଂଜନ ପଟ୍ଟନାୟକ, ଡାକ୍ତର ମାନସ ରଂଜନ ମିଶ୍ର ଏବଂ ପ୍ରଶିକ୍ଷକ ସତ୍ୟଜିତ ପଟ୍ଟନାୟକ ଏହି ପ୍ରତିଯୋଗିତାକୁ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe