ଏସ୍‌ଆର୍‌ ଅନ୍‌ଲାଇନ୍‌ ଓପନ୍‌ ଚେସ୍‌: ଜୟଦିତ୍ୟ ବିଜେତା

Advertisment
ଏସ୍‌ଆର୍‌ ଅନ୍‌ଲାଇନ୍‌ ଓପନ୍‌ ଚେସ୍‌: ଜୟଦିତ୍ୟ ବିଜେତା

ଭୁବନେଶ୍ବର: ଏସ୍‌ ଆର୍‌ ଚେସ୍‌ କେନ୍ଦ୍ର ଆନୁକୂଲ୍ୟରେ ଆୟୋଜିତ ୩୮ତମ ଏସ୍‌ଆର୍‌ ଅନ୍‌ଲାଇନ୍‌ ଓପନ୍‌ ଚେସ୍‌ ପ୍ରତିଯୋଗିତାରେ ଦୋହାର ଜୟଦିତ୍ୟ ଗନ୍ତାୟତ ବିଜେତା ହୋଇଛନ୍ତି। ସେ ୬.୫ ପଏଣ୍ଟ୍‌ ପାଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ତାଙ୍କ ପଛକୁ ଡିପିଏସ୍‌ କଳିଙ୍ଗ ସ୍କୁଲର ଆଦିତ୍ୟ ବିକ୍ରମ ମିଶ୍ର, ୟୁନିଟ୍‌-୮ ଡିଏଭିର ସୁପ୍ରତୀକ ତ୍ରିପାଠୀ ସମାନ ୫.୫ ପଏଣ୍ଟ୍‌ ଲେଖାଏଁ ପାଇ ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲା ବେଳେ ଶ୍ରୀୟାଂଶ କାନୁନ୍‌ଗୋ (୫) ଚତୁର୍ଥରେ ରହି ପୁରସ୍କୃତ ହୋଇଥିଲେ। ବିଭିନ୍ନ ବର୍ଗରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଅଭିଷେକ ତ୍ରିପାଠୀ, ପୂର୍ଣ୍ଣ୍ୟଶ୍ଳୋକ ପୃଷ୍ଟି, ସିଦ୍ଧାର୍ଥ ମିଶ୍ର, ସାଇ ଅମ୍ରିତ ପରିଜା, ବିଭୋର ପ୍ରିୟଦର୍ଶୀ, ବିନାୟକ କୁମାର ସାମଲ, ଆଦିତ୍ୟ ନାରାୟଣ ମହାନ୍ତି, ଶିଭମ ସାହୁ, ସୂର୍ଯ୍ୟାଂଶୁ ମହାକୁଡ଼, ସାନ୍‌ଭୀ ମହାନ୍ତି, ଅକ୍ଷୟ ଅଗ୍ରୱାଲ, ଅଦିତି ମହାରଣା, ଜୀତେଶ ସାମଲ ଓ ଭିଭାନ ପାଲିତଙ୍କୁ ପୁରସ୍କୃତ କରାଯାଇଥିଲା। ଏସ୍‌ ଆର୍‌ ଚେସ୍‌ କେନ୍ଦ୍ର ସଭାପତି ଶୁଭାଶିଷ ପଟ୍ଟନାୟକ, ସମ୍ପାଦକ ସତ୍ୟରଂଜନ ପଟ୍ଟନାୟକ ଓ ପ୍ରଶିକ୍ଷକ ସତ୍ୟଜିତ ପଟ୍ଟନାୟକଙ୍କ ତତ୍ବାବଧନରେ ଏହି ପ୍ରତିଯୋଗିତା ପରିଚାଳିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe