ଇଣ୍ଡିଅନ୍‌ ଗ୍ରାଁ ପ୍ରି-୪: ଓଡ଼ିଶାରୁ ଭାଗନେବେ ୧୯; ନଜରରେ ଶ୍ରାବଣୀ, ଅମିୟ, ଆର୍ଯ୍ୟନ

Advertisment
ଇଣ୍ଡିଅନ୍‌ ଗ୍ରାଁ ପ୍ରି-୪: ଓଡ଼ିଶାରୁ ଭାଗନେବେ ୧୯; ନଜରରେ ଶ୍ରାବଣୀ, ଅମିୟ, ଆର୍ଯ୍ୟନ

ଭୁବନେଶ୍ବର: ଶନିବାର ଇଣ୍ଡିଆନ୍‌ ଗ୍ରାଁ ପ୍ରି-୩ ଶେଷ ହୋଇଥିଲା ବେଳେ ମଙ୍ଗଳବାର ଖେଳାଯିବ ଇଣ୍ଡିଅନ୍‌ ଗ୍ରାଁ ପ୍ରି-୪। କଳିଙ୍ଗ ଷ୍ଟାଡିୟମ୍‌ ମୁଖ୍ୟ ପଡ଼ିଆରେ ଥିବା ସିନ୍ଥେଟିକ୍ ଆଥଲେଟିକ୍ ଟ୍ରାକ୍ ଏବଂ ଅଭ୍ୟାସ ପଡ଼ିଆରେ ଏହା ଖେଳାଯିବ। ଉଭୟ ପୁରୁଷ ଓ ମହିଳାରେ ୧୭ଟି ଇଭେଣ୍ଟ ଅନୁଷ୍ଠିତ ହେବ। ଓଡ଼ିଶାରୁ ୧୯ ଜଣ ଆଥ୍‌ଲେଟ୍‌ ଭାଗନେବେ। ଅଲିମ୍ପିଆନ୍‌ ଶ୍ରାବଣୀ ନନ୍ଦ, ଜାତୀୟ କୀର୍ତ୍ତିମାନଧାରୀ ଅମିୟ ମଲ୍ଲିକ ଏବଂ ଗ୍ରା ପ୍ରି-୩ର ୨୦୦ ମିଟରର ଦ୍ବିତୀୟ ସ୍ଥାନରେ ଥିବା ଆର୍ଯ୍ୟନ ଏକ୍କାଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଶ୍ରାବଣୀ, ଅମିୟ ଓ ଆର୍ଯ୍ୟନ ୧୦୦ ମିଟର ରେସ୍‌ରେ ଭାଗନେବେ। ଅମିୟ ଓ ଆର୍ଯ୍ୟନ ଗୋଟିଏ ରେସ୍‌ ଥିବାରୁ ଉଭୟଙ୍କ ମଧ୍ୟ ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିବ। ମାଷ୍ଟର୍ସ ଦୌଡ଼କୁଦରେ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଆସୁଥିବା ୪୨ ବର୍ଷିୟା ଡିସ୍‌କସ୍‌ ଫିଙ୍ଗାଳି ପାର୍ବତୀ ସେଠୀ ମଧ୍ୟ ଚର୍ଚ୍ଚାରେ ରହିବେ। ଲମ୍ବଡିଆଁରେ ଚଳିତ ଋତୁରେ ଆଗରେ ରହିଥିବା ଆନ୍‌ସି ‌ସୋଜାନ ଓ ନୟନା ଜେମ୍ସଙ୍କ ସହ ୯ ମାସ ପରେ ପ୍ରତିଯୋଗିତାକୁ ‌ଫେରିଥିବା କନିଷ୍ଠ ବିଶ୍ବ ରୌପ୍ୟ ବିଜୟିନୀ ଶୈଲୀ ସିଂହଙ୍କ ପାଖରେ ନିଜ ନିଜର କରିସ୍ମା ଦେଖାଇବାର ସୁଯୋଗ ରହିବ। ‌ସେହିପରି ରୋହିତ ଯାଦବ ଓ ସାହିଲ ସିଲୱା (ପୁରୁଷ ଜାଭଲିନ୍‌), ସୀମା ଅଣ୍ଟିଲ (ମହିଳା ଡିସକସ୍‌), ଜିସ୍ନା ମାଥ୍ୟୁ ଓ ଭିଥ୍ୟା ରାମରାଜ (ମହିଳା ୪୦୦ ମିଟର ଦୌଡ଼) ଏବଂ ଏମ୍‌ପି ଜାବିର (ପୁରୁଷ ୪୦୦ ମିଟର ବାଧାଦୌଡ଼)ଙ୍କ ଉପରେ ପ୍ରଶଂସକଙ୍କ ଦୃଷ୍ଟି ରହିବ। ମଙ୍ଗଳବାର ଅପରାହ୍ନ ୫ଟାରୁ ମହିଳା ପୋଲ୍ ଭଲ୍ଟରୁ ଅଭିଯାନ ଆରମ୍ଭ ହେବ ଏବଂ ମହିଳା ୧୫୦୦ ମିଟର୍‌ ଦୌଡ଼ରେ ଶେଷ ହେବ।

ଓଡ଼ିଶା ଖେଳାଳି (ମହିଳା): ମନୀଷା ମେରେଲ (ଲମ୍ବ ଡିଆଁ), ପାର୍ବତୀ ସେଠୀ (ଡିସକସ୍‌), ରଞ୍ଜିତା ମହନ୍ତ, ଶ୍ରାବଣୀ ନନ୍ଦ, ବୋନିତା ଲାକ୍ରା (୧୦୦ ମିଟର ଦୌଡ଼), ସୁସ୍ମିତା ଟିଗା (୩୦୦୦ ମିଟର ଷ୍ଟିପଲଚେଜ୍‌), ନମିତା ପ୍ରଧାନ (୧୫୦୦ ମିଟର ଦୌଡ଼)। ପୁରୁଷ: ବିଘ୍ନରାଜ ମିରିଦିଆ (୪୦୦ ମିଟର ଦୌଡ଼), ଲାଲୁ ପ୍ରସାଦ ଭୋଇ, ସରୁନ ପାୟାସିଂହ, ସମ୍ରାଟ ସ’ (ଲମ୍ବଡିଆଁ), ଅଭିଜିତ ସାହୁ, ଅମିୟ କୁମାର ମଲ୍ଲିକ, ଆର୍ଯ୍ୟନ ଏକ୍କା, ଅବିନାଶ ସାହୁ, ମହେନ୍ଦ୍ର ସାନ୍ତା (୧୦୦ ମିଟର ଦୌଡ଼), କିଶୋର କୁମାର ଜେନା (ଜାଭଲିନ୍‌), ଅଶୋକ ଦଣ୍ଡସେନା, ଦୟାନିଧି ମୁଣ୍ଡା (୧୫୦୦ ମିଟର ଦୌଡ଼)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe