ଶ୍ରଦ୍ଧାଞ୍ଜଳି ଓଡ଼ିଶା ମହିଳା ଫୁଟ୍‌ବଲ୍ ଦଳ ପ୍ରଶିକ୍ଷକ

ଶ୍ରଦ୍ଧାଞ୍ଜଳି ଓଡ଼ିଶା ମହିଳା ଫୁଟ୍‌ବଲ୍ ଦଳ ପ୍ରଶିକ୍ଷକ

ଭୁବନେଶ୍ବର : ସେପ୍ଟେମ୍ବର ୨୭ରୁ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଗୁଜରାଟରେ ଅନୁ‌ଷ୍ଠିତ ହେବାକୁ ଥିବା ୩୬ତମ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଲାଗି ଅନ୍ତର୍ଜାତୀୟ ଫୁଟ୍‌ବଲର୍‌ ଶ୍ରଦ୍ଧାଞ୍ଜଳି ସାମନ୍ତରାୟଙ୍କୁ ଓଡ଼ିଶା ଦଳର ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି। ଗୁରୁବାରଠାରୁ କିଟ୍‌ ପରିସରରେ ଆରମ୍ଭ ହୋଇଥିବା ଓଡ଼ିଶା ମହିଳା ଦଳର ପ୍ରଶିକ୍ଷଣ ଶିବିରରୁ ସେ ଦାୟିତ୍ବ ସମ୍ଭାଳିଛନ୍ତି। ଗତ ସପ୍ତାହରେ ନୂଆଦିଲ୍ଲୀରେ ୧୭ ବର୍ଷରୁ କମ୍‌ ଟିକେଟ୍ ଲଞ୍ଚିଂ କାର୍ଯ୍ୟକ୍ରମ ଅବସରରେ ଅନୁଷ୍ଠିତ ଫିଫା ଲିଜେଣ୍ଡ୍‌ସ ମ୍ୟାଚ୍‌ରେ ଖେଳି ଫେରିଥିବା ଶ୍ରଦ୍ଧାଞ୍ଜଳି ମର୍ଯ୍ୟାଦାଜନକ ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଉପରେ ଏକାଗ୍ର ହୋଇଛନ୍ତି। ଏହି ଗୁରୁ ଦାୟିତ୍ବକୁ ସେ ସଫଳତାରେ ରୂପାୟନ କରିବେ ବୋଲି ମଧ୍ୟ ଦୃଢ଼ ଆଶା ପୋଷଣ କରିଛନ୍ତି।

ସୂଚନାଯୋଗ୍ୟ, ଭାରତୀୟ ମହିଳା ଫୁଟ୍‌ବଲ୍‌ ଦଳର ଏହି ପୂର୍ବତନ ଅଧିନାୟିକା ଦୀର୍ଘ ୧୧ ବର୍ଷ ହେଲାଣି ରାଜ୍ୟ ଦଳ ସହିତ ଜାତୀୟ ଦଳର ମଧ୍ୟ ବିଭିନ୍ନ ଭୂମିକା (ପ୍ରଶିକ୍ଷକ/ଚୟନକର୍ତ୍ତା)ରେ ଦାୟିତ୍ବ ତୁଲାଇ ଆସୁଛନ୍ତି। ନିୟମିତ ସୁଯୋଗ ପ୍ରଦାନ କରୁଥିବାରୁ ଶ୍ରଦ୍ଧାଞ୍ଜଳି ନିଜ ନିଯୁକ୍ତିଦାତା ନାଲକୋ ସହିତ ଫାଓ ଏବଂ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗକୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe