ଏଫ୍‌ଆଇଏଚ୍‌ ଆଥ୍‌ଲେଟ୍‌ ସମିତିକୁ ଶ୍ରୀଜେଶ ପୁଣି ନିର୍ବାଚିତ, ହକି ଇଣ୍ଡିଆର ଅଭିନନ୍ଦନ

Advertisment
ଏଫ୍‌ଆଇଏଚ୍‌ ଆଥ୍‌ଲେଟ୍‌ ସମିତିକୁ ଶ୍ରୀଜେଶ ପୁଣି ନିର୍ବାଚିତ, ହକି ଇଣ୍ଡିଆର ଅଭିନନ୍ଦନ

ନୂଆଦିଲ୍ଲୀ : ଭାରତୀୟ ହକି ଗୋଲ୍‌ରକ୍ଷକ ପି ଆର୍‌ ଶ୍ରୀଜେଶ ପୁଣି ଥରେ ଏଫ୍‌ଆଇଏଚ୍‌ ଆଥ୍‌ଲେଟ୍ସ ସମିତିକୁ ନିର୍ବାଚିତ ହୋଇଛନ୍ତି। ଗୁରୁବାର ଅନୁଷ୍ଠିତ ଭର୍ଚୁଆଲ କାର୍ଯ୍ୟକାରିଣୀ ବୈଠକରେ ତାଙ୍କୁ ଦ୍ବିତୀୟ ଥର ଲାଗି ଜଣେ ସଦସ୍ୟ ଭାବେ ମନୋନୀତ କରାଯାଇଥିଲା। ୨୦୧୭ରୁ ସେ ପ୍ରଥମ ଥର ନିର୍ବାଚିତ ହୋଇଥିଲେ। ନିର୍ବାଚିତ ହେବା ପରେ ଶ୍ରୀଜେଶ କହିଛନ୍ତି ଯେ ‘‘ସମିତି ସମ୍ମୁଖରେ ମୋ ସାଥୀ ଖେଳାଳିଙ୍କ ବାର୍ତ୍ତା ପହଞ୍ଚାଇବା ଲାଗି ଆଉ ଏକ ସୁଯୋଗ ପାଇଛି। ଗତ ୪ ବର୍ଷ ହେବ ମୁଁ କେବଳ ଜଣେ ଖେଳାଳି ଭାବେ ବ୍ୟକ୍ତିଗତ ବିକାଶ ପାଇ ନୁହେଁ ବରଂ ସାଥୀ ହକି ଖେଳାଳିଙ୍କ ମତ ବୁଝିବା, ଦେଖିବା ଏବଂ ଉପସ୍ଥାପନା କରିବାର ଅନନ୍ୟ ସୁଯୋଗ ସମିତି ମୋତେ ଦେଇଛି।’’ ସେ ଦ୍ବିତୀୟ ଥର ନିର୍ବାଚିତ ହେବା ପରେ ତାଙ୍କୁ ହକି ଇଣ୍ଡିଆ ଅଭିନନ୍ଦନ ଜଣାଇଛନ୍ତି। ‌

‘‘ପଡ଼ିଆ ଭିତରେ ନିଜ ଖେଳରେ ଚମତ୍କାର ପ୍ରଦର୍ଶନ କରିବା ସହ ପଡ଼ିଆ ବାହାରେ ମଧ୍ୟ ନିଜ ଚମକ ରଖିଛନ୍ତି। ସେ ଏଫ୍‌ଆଇଏଚ୍‌ ଆଥ୍‌ଲେଟ୍ସ ସମିତିକୁ ପୁନଃ ନିର୍ବାଚିତ ହୋଇଥିବାରୁ ଆମେ ବହୁତ ଖୁସି। ହକି ଇଣ୍ଡିଆ ପକ୍ଷରୁ ମୁଁ ଶ୍ରୀଜେଶଙ୍କୁ ଶୁଭେଚ୍ଛା ଜଣାଉଛି। ଦ୍ବିତୀୟ ପାଳିରେ ସେ ଭଲ କରନ୍ତୁ ବୋଲି କାମନା କରୁଛି ବୋଲି ହକି ଇଣ୍ଡିଆ ପକ୍ଷରୁ ଜାରି ବିଜ୍ଞପ୍ତିରେ ସଭାପତି ଜ୍ଞାନେନ୍ଦ୍ରୋ ନିଙ୍ଗୋମ୍ବାମ କହିଛନ୍ତି। ଏଫ୍‌ଆଇଏଚ୍‌ ଆଥଲେଟ୍ସ ସମିତି ବର୍ତ୍ତମାନ ଏବଂ ପୂର୍ବତନ ଖେଳାଳିଙ୍କୁ ନେଇ ଗଠିତ। ସମିତି ଖେଳାଳି ତଥା କ୍ରୀଡ଼ାର ଅଭିବୃଦ୍ଧି ପାଇଁ ଆବଶ୍ୟକ ହେଉଥିବା ବିଭିନ୍ନ ଉତ୍ସ ଏବଂ ପଦକ୍ଷେପଗୁଡ଼ିକର ବିକାଶ ପାଇଁ ସମସ୍ତ ଆଥଲେଟ୍‌ଙ୍କ ତରଫରୁ ଏଫ୍‌ଆଇଏଚ୍‌ କାର୍ଯ୍ୟନିର୍ବାହୀ ବୋର୍ଡ, ଏଫ୍‌ଆଇଏଚ୍‌ ସମିତି, ପରାମର୍ଶଦାତା ମଣ୍ଡଳି ଏବଂ ଅନ୍ୟାନ୍ୟ ସଂସ୍ଥାକୁ ସୁପାରିଶ କରିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe