ବିସିସିଆଇ କଟକଣା ଲଗାଇବା ପରେ ବିଦେଶୀ ଟିମ୍‌ରେ ଖେଳିବେ ଶ୍ରୀସନ୍ଥ!

ବିସିସିଆଇ କଟକଣା ଲଗାଇବା ପରେ ବିଦେଶୀ ଟିମ୍‌ରେ ଖେଳିବେ ଶ୍ରୀସନ୍ଥ!

ଦୁବାଇ: ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ) ଦ୍ୱାରା କଟକଣା ଜାରି କରିବା ପରେ ଭାରତୀୟ କ୍ରିକେଟର ଏସ୍‌ ଶ୍ରୀସନ୍ଥ ବିଦେଶୀ ଟିମ୍‌ରେ ଖେଳିବାକୁ ଆଶା ରଖିଛନ୍ତି। ଏକ ଜାତୀୟ ଗଣମାଧ୍ୟମର ସାକ୍ଷାତକାରରେ ଶ୍ରୀସନ୍ଥ କହିଛନ୍ତି, ବିସିସିଆଇ କଟକଣା ଜାରି କରିଛି କିନ୍ତୁ ଆଇସିସି ନୁହେଁ, ଯେଉଁଥି ପାଇଁ ଟିମ୍‌ ଇଣ୍ଡିଆ ପାଇଁ ଖେଳି ପାରିବେ ନାହିଁ।

ଶ୍ରୀସନ୍ଥ ଅନ୍ୟ ଦେଶର ଟିମ୍‌ରେ ସାମିଲ ହେବା ପାଇଁ ପୂର୍ବ ସୂଚନା ଦେଇଛନ୍ତି। ମୁଁ ଆଉ କେଉଁ ଦେଶ ପାଇଁ ଖେଳି ପାରେ। ମୋର ବୟସ ଏବେ ୩୪ ବର୍ଷ, ଆହୁରି ୬ ବର୍ଷ ଖେଳି ପାରିବି ବୋଲି ସେ କହିଛନ୍ତି। କେରଳ ହାଇକୋର୍ଟ ସୋମବାର ବୋର୍ଡ ଦ୍ୱାରା ଲଗାଯାଇଥିବା କଟକଣାକୁ ଜାରି ରଖିଛି।

ଶ୍ରୀସନ୍ଥ କହିଛନ୍ତି, ମୁଁ ଖେଳିବାକୁ ଚାହୁଁଛି। କ୍ରକେଟକୁ ବହୁତ ଭଲ ପାଏ। ବିସିସିଆଇ ଏକ ଘରୋଇ ଫାର୍ମ, ଯିଏକି ନିଜକୁ ଭାରତୀୟ ଟିମ୍‌ ମନେକରୁଛି। କିନ୍ତୁ ଆପଣଙ୍କୁ ଜାଣିବାକୁ ହେବ ଯେ ବିସିସିଆ ଏକ ଘରୋଇ କମ୍ପାନି। ଶ୍ରୀସନ୍ଥଙ୍କ ବୟାନ ଉପରେ ବିସିସିଆଇର କାର୍ଯ୍ୟକାରୀ ସଚିବ ଅମିତାଭ ଚୌଧୁରୀ କହିଛନ୍ତି, କୌଣସି ଖେଳାଳିଙ୍କ ଉପରେ ଆଇସିସିର ସମ୍ପୁର୍ଣ୍ଣ ସଦସ୍ୟ କଟକଣା ଲଗାଇଲେ, ସେ ଅନ୍ୟ ସମ୍ପୁର୍ଣ୍ଣ ସଦସ୍ୟ ଓ ଆସୋସିଏସନ୍‌ ସହିତ ଖେଳି ପାରିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe