ଅଭ୍ୟାସ ମ୍ୟାଚ୍‌ରେ ଶ୍ରୀଶାନ୍ତଙ୍କ ସ୍ଲେଜିଂ

Advertisment
ଅଭ୍ୟାସ ମ୍ୟାଚ୍‌ରେ ଶ୍ରୀଶାନ୍ତଙ୍କ ସ୍ଲେଜିଂ

Asianet News Malayalam

କୋଚି : ପ୍ରାୟ ୮ ବର୍ଷ ବ୍ୟବଧାନ ପରେ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ପ୍ରତିଦ୍ବନ୍ଦ୍ବିତାମୂଳକ କ୍ରିକେଟ୍‌କୁ ଫେରିବା ଲାଗି ପ୍ରସ୍ତୁତ ହେଉଛନ୍ତି। ଚଳିତ ମାସ ୧୦ ତାରିଖରୁ ଆରମ୍ଭ ହେବାକୁ ଥିବା ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ଲାଗି ଘୋଷିତ ସମ୍ଭାବ୍ୟ କେରଳ ଦଳରେ ‌ସେ ସାମିଲ ହୋଇଛନ୍ତି। ଏହି ପ୍ରତିଯୋଗିତା ଆରମ୍ଭ ହେବା ପୂର୍ବରୁ ଆୟୋଜିତ ଅଭ୍ୟାସ ମ୍ୟାଚ୍‌ରେ ତାଙ୍କୁ ଦେଖିବାକୁ ମିଳିଛି। ଏହି ମ୍ୟାଚ୍‌ ବେଳର ଏକ ୟୁଟ୍ୟୁବ ଭିଡିଓକୁ କେରଳ ‌କ୍ରିକେଟ୍‌ ସଂଘ ନିଜ ଟ୍ବିଟର୍‌ ପୃଷ୍ଠାରେ ପ୍ରକାଶ କରିଛି। ଯେଉଁଥିରେ ୩୭ ବର୍ଷୀୟ ଶ୍ରୀଶାନ୍ତଙ୍କ ଭାବଭଙ୍ଗୀରେ କୌଣସି ପରିବର୍ତ୍ତନ ଘଟିନଥିବା ପ୍ରତୀୟମାନ ହୋଇଛି। ପୂର୍ବ ଭଳି ସେ ନିଜ ଆଚରଣ ଦେଖାଉଛନ୍ତି ଏବଂ ‌ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ‌ମଧ୍ୟ ସ୍ଲେଜିଂ କରୁଥିବାର ଦେଖିବାକୁ ମିଳିଛି। ଅଭ୍ୟାସ ମ୍ୟାଚ୍‌ରେ ସେ ଦୁଇଟି ୱିକେଟ୍‌ ଅକ୍ତିଆର କରିଥିଲେ।

ଏବେ ଅବସର ଯୋଜନା ନାହିଁ: ଗେଲ୍‌
ନୂଆଦିଲ୍ଲୀ : ‘ୟୁନିଭର୍ସ ବସ୍‌’ ଭାବେ ପରିଚିତ ୱେଷ୍ଟଇଣ୍ଡିଜ୍‌ର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ କ୍ରିସ୍‌ ଗେଲ୍‌ ନୂଆ ବର୍ଷରେ ନିଜ ପ୍ରଶଂସକଙ୍କ ପାଇଁ ଖୁସି ଖବର ଦେଇଛନ୍ତି। ପ୍ରତିପକ୍ଷ ବୋଲରଙ୍କ ନିଦ ହଜାଉଥିବା ଏହି ବ୍ୟାଟ୍ସମ୍ୟାନ୍‌ଙ୍କ ଅବସର ନେବାର ଯୋଜନା ଏବେ ନାହିଁ ବୋଲି କହିଛନ୍ତି। ଭାରତରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ବକପ୍‌ ନୁହେଁ ୨୦୨୨ ବିଶ୍ବକପ୍‌ରେ ମଧ୍ୟ ଖେଳିବାକୁ ଆଶା ରଖିଛନ୍ତି ସେ। ଅଲ୍‌ଟିମେଟ୍‌ କ୍ରିକେଟ୍‌ ଚ୍ୟାଲେଞ୍ଜ (‌ୟୁକେସି)ରେ ଖେଳିବା ପୂର୍ବରୁ ଏକ ଗଣମାଧ୍ୟମ‌କୁ ସାକ୍ଷାତକାର ଦେଇ ଗେଲ୍‌ କହିଛନ୍ତି ଯେ ‘‘ହଁ, ଏବେ ମୋର ଅବସର ନେବାର ଯୋଜନା ନାହିଁ। ପୁଣି ଆଉ ଦୁଇଟି ବିଶ୍ବକପ୍‌ ଖେଳିବି। ମୋର ବିଶ୍ବାସ ଆଉ ୫ ବର୍ଷ ଖେଳିପାରିବି। ତେଣୁ ‌୪୫ ବର୍ଷ ବୟସ ପୂର୍ବରୁ ଅବସର ନେବାର କୌଣସି ସମ୍ଭାବନା ନାହିଁ’’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe