‘ଏସିଆ କପ୍‌ ୨୦୨୨’ ଆୟୋଜନ କରିପାରିବ କି, ନାହିଁ ଜୁଲାଇ ୨୭ ସୁଦ୍ଧା ସ୍ଥିର କରିବା ପାଇଁ ଶ୍ରୀଲଙ୍କାକୁ କହିଲା ‘ଏସିସି’

Advertisment
‘ଏସିଆ କପ୍‌ ୨୦୨୨’ ଆୟୋଜନ କରିପାରିବ କି, ନାହିଁ ଜୁଲାଇ ୨୭ ସୁଦ୍ଧା ସ୍ଥିର କରିବା ପାଇଁ ଶ୍ରୀଲଙ୍କାକୁ କହିଲା ‘ଏସିସି’

Image Courtesy of India Today

ନୂଆଦିଲ୍ଲୀ: ଅର୍ଥନୈତିକ ସଙ୍କଟ ଯୋଗୁଁ ଦେଶବ୍ୟାପୀ ପ୍ରତିବାଦ ଚାଲିଥିବା ପରିସ୍ଥିତିରେ ‘ଏସିଆ କପ୍‌ ୨୦୨୨’ ଆୟୋଜନ କରିପାରିବ କି, ନାହିଁ ସୁନିଶ୍ଚିତ କରିବା ଲାଗି ଶ୍ରୀଲଙ୍କାକୁ ଜୁଲାଇ ୨୭ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି।

ଅଗଷ୍ଟ ୨୭ରୁ ଆରମ୍ଭ ହେବା ପାଇଁ ସ୍ଥିର ହୋଇଥିବା ‘ଏସିଆ କପ୍‌ ୨୦୨୨’ ପାଇଁ ଶ୍ରୀଲଙ୍କା ‘ହୋଷ୍ଟ୍‌ ରାଇଟ୍‌’ ପାଇଛି। ‘ଏସିଆନ୍‌ କ୍ରିକେଟ୍‌ କାଉନ୍‌ସିଲ୍‌’ର ଏକ ସୂତ୍ର ଗଣମାଧ୍ୟମକୁ କହିଛି ଯେ, ‘ଏସିଆ କପ୍‌’ ଆୟୋଜନ କରିବେ ବୋଲି ଏଯାବତ୍‌ ଆଶାବାଦୀ ଥିବା ‘ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ’ ସଦସ୍ୟମାନଙ୍କ ସହିତ ଯୋଗସୂତ୍ର ରଖାଯାଇଛି।

publive-image Image Courtesy of Cricket Addictor

ସେମାନେ ଏସିଆ କପ୍‌ ଆୟୋଜନ କରିପାରିବେ କି, ନାହିଁ ତାହା କହିବା ଏବେ ମଧ୍ୟ କଷ୍ଟକର। ମୋ ଜାଣିବାରେ ସେମାନେ ଆୟୋଜନ ପାଇଁ ଖୁବ୍‌ ଆଶାବାଦୀ ଓ ସକରାତ୍ମକ ମନୋଭାବ ପୋଷଣ କରୁଛନ୍ତି। ନିଷ୍ପତ୍ତି ନେବା ପାଇଁ ଏବେ ମଧ୍ୟ ସମୟ ଅଛି। କିନ୍ତୁ, ଆୟୋଜନ ପ୍ରସଙ୍ଗ ସ୍ଥିର କରିବା ପାଇଁ ତାଙ୍କୁ ଔପଚାରିକ ଭାବେ କୁହାଯାଇଛି ବୋଲି ଏ ବିଷୟରେ ଜାଣିଥିବା ବ୍ୟକ୍ତିଜଣକ କହିଛନ୍ତି।

ଯଦି ଶ୍ରୀଲଙ୍କା ଏହି ମ୍ୟାଚ୍‌ ଆୟୋଜନ କରି ନ ପାରେ ‌ତେବେ, ଅନ୍ୟତ୍ର ମ୍ୟାଚ୍‌ ଖେଳିବା ପାଇଁ ବ୍ୟବସ୍ଥା କରାଯିବ। ୨୦୨୦ରେ ଶ୍ରୀଲଙ୍କା ଏହି ମ୍ୟାଚ୍‌ ଆୟୋଜନ କରିବା କଥା, କିନ୍ତୁ କୋଭିଡ୍‌-୧୯ ମହାମାରୀ ଯୋଗୁଁ ଏହା ୨ଥର ସ୍ଥଗିତ ରଖାଯାଇଛି। ୨୦୨୩ରେ ପାକିସ୍ତାନ ଏହି ମ୍ୟାଚ୍‌ ଆୟୋଜନ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe