ଶ୍ରୀଲଙ୍କା ଜିତିଲା ବିଶ୍ବକପ୍‌ କ୍ବାଲିଫାୟର୍ସ ଟ୍ରଫି

ଶ୍ରୀଲଙ୍କା ଜିତିଲା ବିଶ୍ବକପ୍‌ କ୍ବାଲିଫାୟର୍ସ ଟ୍ରଫି

The Indian Express

ହରାରେ : ବିଶ୍ବକପ୍‌ ଯୋଗ୍ୟତା ଅର୍ଜନ କରି ସାରିଥିବା ଶ୍ରୀଲଙ୍କା ଦଳ ବିଶ୍ବକପ୍‌ ଯୋଗ୍ୟତା ପର୍ଯ୍ୟାୟ ଟ୍ରଫି ସହ ଭାରତ ଗସ୍ତ ପୂର୍ବରୁ ଆତ୍ମବିଶ୍ବାସ ଅର୍ଜନ କରିଛି। ପୂର୍ବରୁ ଗ୍ରୁପ୍ ଟପ୍ପର ହୋଇ ସୁପର୍‌ ସିକ୍ସ ଆସିଥିବା ଶ୍ରୀଲଙ୍କା ଶୀର୍ଷ ସ୍ଥାନରେ ରହି ଫାଇନାଲ୍ ଖେଳିଥିଲା। ରବିବାରର ଫାଇନାଲ୍‌ରେ କିନ୍ତୁ ୟୁରୋପୀୟ ଦଳ ନେଦରଲାଣ୍ଡ୍ସକୁ ୧୨୮ ରନ୍‌ର ବଡ଼ ବ୍ୟବଧାନରେ ହରାଇ ଟ୍ରଫି ଜିତି ନେଇଛି। ଉପବିଜେତା ହୋଇଥିଲେ ମଧ୍ୟ ଅକ୍ଟୋବର-ନଭେମ୍ବରରେ ଭାରତରେ ଖେଳାଯିବାକୁ ଥିବା ବିଶ୍ବକପ୍‌ ଲାଗି ନେଦରଲାଣ୍ଡ୍ସ ଯୋଗ୍ୟତା ଅର୍ଜନ କରିଛି।

ଟସ୍ ହାରି ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରିତ ଶ୍ରୀଲଙ୍କା ୪୭.୫ ଓଭରରେ ସମସ୍ତ ୱିକେଟ୍ ହରାଇ ୨୩୩ ରନ୍ କରିଥିଲା। ସହନ ଆରାଚିଗେ (୫୭) କେବଳ ଅର୍ଦ୍ଧଶତକ ହାସଲ କରିପାରିଥିଲେ। କୁସାଲ ମେଣ୍ଡିଜ୍ (୪୩), ଚରିତ ଅସଲଙ୍କା (୩୬), ୱାନିନ୍ଦୁ ହସରଙ୍ଗା (୨୯) କେବଳ ୨୫ ଅତିକ୍ରମ କରିପାରିଥିଲେ। ନେଦରଲାଣ୍ଡସର ୪ ଜଣ ବୋଲର (ଲୋଗାନ ଭା ବିକ୍‌, ରୢନ୍ କ୍ଲେନ୍‌, ବିକ୍ରମଜିତ ସିଂହ, ସକିବ୍ ଜୁଲଫିକର) ୨ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ। ଆର୍ଯ୍ୟନ ଦତ୍ତ ଗୋଟିଏ ୱିକେଟ୍ ନେଇଥିଲେ। ନେଦରଲାଣ୍ଡ୍ସ କିନ୍ତୁ ୨୩.୩ ଓଭରରେ ମାତ୍ର ୧୦୫ ରନ୍‌ କରି ସମସ୍ତ ୱିକେଟ୍ ହରାଇ ଦେଇଥିଲା। ପ୍ରାରମ୍ଭିକ ବ୍ୟାଟର୍‌ ମ୍ୟାକ୍ସ ଓ’ଦାୱଦ ସର୍ବାଧିକ ୩୩ ରନ୍ କରିଥିଲେ। ମହେଶ ତୀକ୍ଷଣା (୪/୩୧), ଦିଲସାନ ମଧୁଶଙ୍କା (୩/୧୮), ୱାନିନ୍ଦୁ ହସରଙ୍ଗା (୨/୩୫) ସଫଳ ବୋଲର ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe