କଲମ୍ବୋ: ଅନେକ ଦୁର୍ନୀତି ମାମଲାରେ ଛନ୍ଦି ହୋଇଯାଇଥିବା ଶ୍ରୀଲଙ୍କା କ୍ରିକେଟର ମୁଖ୍ୟ ଅର୍ଥ ଅଧିକାରୀ (ସିଏଫ୍ଓ)ଙ୍କୁ ଆର୍ଥିକ ଦୁର୍ନୀତି ମାମଲାରେ ପୁଲିସ ଗିରଫ କରିଛି। ପୁଲିସ ମୁଖପାତ୍ର ରୁଓ୍ଵାଣ ଗୁଣାସେକରା କହିଛନ୍ତି, ଏସ୍ଏଲ୍ସିର ଅଭିଯୋଗରେ ପିଆଲ ନନ୍ଦନାକୁ ଗିରଫ କରାଯାଇଛି। ଏହା ପୂର୍ବରୁ ଶ୍ରୀଲଙ୍କା ସରକାରରେ ମନ୍ତ୍ରୀ ଓ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ଅର୍ଜୁନ ରଣତୁଙ୍ଗା କହିଛନ୍ତି, ତାଙ୍କ ଦେଶରେ ମ୍ୟାଚ ଫିକ୍ସିଙ୍ଗି ସହିତ ଜଡ଼ିତ ମାମଲା ଓ ଆଇନ ଗଠନ ପାଇଁ ଭାରତ ସହଯୋଗ କରିବ।
ପେଟ୍ରୋଲିୟମ ମନ୍ତ୍ରୀ ଗୁଣତୁଙ୍ଗା କହିଛନ୍ତି, ଭାରତର କେନ୍ଦ୍ରୀୟ ଯାଞ୍ଚ ବ୍ୟୁରୋ (ସିବିଆଇ) ଶ୍ରୀଲଙ୍କା କ୍ରିକେଟ ଉପରେ ଲାଗିଥିବା ଦୁର୍ନୀତି ଅଭିଯୋଗ ପାଇଁ ଯାଞ୍ଚ ବିଶେଷଜ୍ଞତା ଉପଲବ୍ଧ କରାଇପାରେ। ରଣତୁଙ୍ଗା ନୂଆଦିଲ୍ଲୀରୁ ଫେରିବା ପରେ କହିଛନ୍ତି, ଆମ ପାଖରେ ଏହି ସମସ୍ୟାର ସମାଧାନ ପାଇଁ ବିଶେଷଜ୍ଞତା ଅଥବା ଆଇନ ନାହିଁ। ଭାରତ ଏସଂପର୍କିତ ଆଇନ ଗଠନ କରିବାରେ ସହଯୋଗ କରିବ। ସିବିଆଇ ୨୦୦୦ରେ ରଣତୁଙ୍ଗା ଓ ଟିମର ପୂର୍ବତନ ଉପ-ଅଧିନାୟକ ଅରବିନ୍ଦ ଡି ସିଲଭାଙ୍କ ଉପରେ ମ୍ୟାଚ ଫିକ୍ସିଙ୍ଗ ଅଭିଯୋଗ ଆଣିଥିଲା ପରେ ଉଭୟଙ୍କୁ ଦୋଷମୁକ୍ତ କରିଥିଲା।
ଶ୍ରୀଲଙ୍କା କ୍ରିକେଟର ସିଏଫ୍ଓଙ୍କ ଗିରଫ ଏକ କଥିତ ଆର୍ଥିକ ଦୁର୍ନୀତି ସହିତ ଜଡ଼ିତ। ଏହା ଗତ ସେପ୍ଟେମ୍ବରରେ ଜଣାପଡ଼ିଥିଲା। ଏହି ମାମଲା ଶ୍ରୀଲଙ୍କାର ବର୍ତ୍ତମାନ ଇଂଲଣ୍ଡ ଗସ୍ତ ପ୍ରସାରଣ ଅଧିକାର ସହିତ ଜଡିତ ୫୫ ଳକ୍ଷ ଡଲାର ଦୁର୍ନୀତିକୁ ନେଇ ହୋଇଥିବା ଜଣାପଡ଼ିଥିଲା।
Follow Us