ଶ୍ରୀଲଙ୍କା କ୍ରିକେଟ ଦଳର ଅଲରାଉଣ୍ଡର ଆହତ, ବଲ ବାଜି ଓଠ ଫାଟି ଭାଙ୍ଗିଗଲା ଚାରିଟି ଦାନ୍ତ

Advertisment
ଶ୍ରୀଲଙ୍କା କ୍ରିକେଟ ଦଳର ଅଲରାଉଣ୍ଡର ଆହତ, ବଲ ବାଜି ଓଠ ଫାଟି ଭାଙ୍ଗିଗଲା ଚାରିଟି ଦାନ୍ତ

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଘରୋଇ ଟୁର୍ଣ୍ଣାମେଣ୍ଟ ଲଙ୍କା ପ୍ରମିୟର ଲିଗ-୨୦୨୨ ସିଜନର ମ୍ୟାଚ ଖେଳା ଯାଉଛି। ଏହି ମ୍ୟାଚ ସମୟରେ ପଡ଼ିଆରେ ଏକ ବଡ଼ ଅଘଟଣ ଘଟିଥିବା ଦେଖବାକୁ ମିଳୁଛି। ଏହି ମ୍ୟାଚ ବେଳେ ଜଣେ ଷ୍ଟାର ଖେଳାଳି ଗୁରୁତର ଆହତ ହୋଇଥିବା ଖବର ଆସିଛି।

ଏହି ଖେଳାଳି ଶ୍ରୀଲଙ୍କାର ଅଲରାଉଣ୍ଡର କ୍ରିକେଟର ଚମିକା କରୁଣାରତ୍ନେ। ଚମିକାଙ୍କ ମୁହଁରେ ଖେଳ ସମୟରେ ବଲ ବାଜିଛି। ବଲ ବାଜିବା ହେତୁ ତାଙ୍କ ମୁହଁରୁ ରକ୍ତସ୍ରାବ ହୋଇଥିଲା। କେବଳ ଏତିକି ନୁହେଁ, ତିନି ଚାରିଟି ଦାନ୍ତ ବି ଭାଙ୍ଗି ଯାଇଛି। ଏହି ଅଘଟଣ ପରେ ମ୍ୟାଚକୁ କିଛି ସମୟ ପାଇଁ ସ୍ଥଗିତ ରଖାଯାଇଥିଲା। ଆଉ ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ଚମିକାଙ୍କୁ ହସ୍ପିଟାଲ ନିଆଯାଇଥିଲା।

ତେବେ ଟୁଇଟ ହୋଇଥିବା ଭିଡିଓରୁ ଦେଖିବାକୁ ମିଳୁଛି ଚମିକା ପଛ ବାଉଣ୍ଡ୍ରି ଆଡକୁ ଯାଉଥିବା ସମୟରେ କ୍ୟାଚ ଧରିଥିଲେ। କିନ୍ତୁ କ୍ୟାଚ ଧରିବା ପୂର୍ବରୁ ବଲ ତାଙ୍କ ମୁହଁରେ ବାଜିଥିଲା। ବଲ ଧରିବା ପରେ ସେ ତାକୁ ତାଙ୍କ ସାଥୀ ଖେଳାଳିଙ୍କୁ ଦେଇ ଦେଇଥିଲେ। ଆଉ ତା’ପରେ ଦେଖିଲା ବେଳକୁ ତାଙ୍କ ମୁହଁରୁ ରକ୍ତ ବାହାରୁଥିଲା।

ଗତକାଲି ଭାରତ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଦିନିକିଆ ଖେଳ ସମୟରେ ଅଧିନାୟକ ରୋହିତ ଶର୍ମା  ଫିଲ୍ଡିଂ କରୁଥିବା ବେଳେ ଗୁରୁତର ଆହତ ହୋଇଥିଲେ । ବଲ ବାଜି ତାଙ୍କ ଆଙ୍ଗୁଠି ଫାଟି ଯାଇଥିଲା ଓ ରକ୍ତ ବାହାରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe