ସିଆଲହଟ: ବାଂଲାଦେଶ ବିପକ୍ଷ ଦୁଇ ମ୍ୟାଚ୍ ବିଶିଷ୍ଟ ଟେ୍ଵଣ୍ଟି-୨୦ ଶୃଙ୍ଖଳାକୁ ଶ୍ରୀଲଙ୍କା ୨-୦ରେ ପୋଛି ନେଇଛି। ରବିବାର ଦ୍ୱିତୀୟ ମ୍ୟାଚ୍ରେ ଶ୍ରୀଲଙ୍କା ୭୫ ରନ୍ରେ ଶୋଚନୀୟ ଭାବେ ବାଂଲାଦେଶକୁ ପରାସ୍ତ କରିଥିଲା। କୁସାଲ ମେଣ୍ଡିଜ୍ ମ୍ୟାଚ୍ ଏବଂ ଶୃଙ୍ଖଳାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇ ଦୋହରା ସଫଳତା ଅର୍ଜନ କରିଥିଲେ। ରବିବାର ଶ୍ରୀଲଙ୍କା ୨୦ ଓଭରରେ ୪ ଓ୍ଵିକେଟ୍ ହରାଇ ୨୧୦ ରନ୍ କରିଥିଲା। ଦିମୁଥ ଗୁଣତିଳକ (୪୨, ୩୭ ବଲ୍, ୩ ଚୌକା, ୨ ଛକା) ଏବଂ କୁସାଲ ମେଣ୍ଡିଜ୍ (୭୦, ୪୨ ବଲ୍, ୬ ଚୌକା, ୩ ଛକା) ପ୍ରଥମ ଓ୍ଵିକେଟ ପାଇଁ ୧୧ ଓଭରରେ ୯୮ ରନ୍ ଉଠାଇବା ପରେ ତିସରା ପେରେରା (୩୧, ୧୭ ବଲ୍), ଉପୁଲ ଥରଙ୍ଗା (୨୫, ୧୩ ବଲ୍) ଏବଂ ଶଣକା (୩୦*, ୧୧ ବଲ୍, ୫ ଚୌକା, ୧ ଛକା) ଦଳକୁ ୨୦୦ ରନ୍ ପାର କରାଇବାରେ ମୁଖ୍ୟ ଭୂମିକା ତୁଲାଇଥିଲେ। ଜବାବରେ ବାଂଲାଦେଶ ୧୮.୪ ଓଭରରେ ୧୩୫ ରନ୍ରେ ସମସ୍ତ ଓ୍ଵିକେଟ୍ ହରାଇଥିଲା। ପ୍ରାରମ୍ଭିକ ବ୍ୟାଟସମ୍ୟାନ୍ ତମିମ୍ ଇକ୍ବାଲ (୨୯, ୨୩ ବଲ୍)ଙ୍କ ଛାଡ଼ ଅନ୍ୟ କେହି ତିଷ୍ଠି ନ ଥିଲେ।
ଶ୍ରୀଲଙ୍କା ଜିତିଲା ଟେ୍ଵଣ୍ଟି-୨୦ ଶୃଙ୍ଖଳା
Advertisment
Follow Us