ଶ୍ରୀଦେବୀଙ୍କ ହାର୍ଟ ସମସ୍ୟା ନଥିଲା: ସଞ୍ଜୟ କପୁର

ଶ୍ରୀଦେବୀଙ୍କ ହାର୍ଟ ସମସ୍ୟା ନଥିଲା: ସଞ୍ଜୟ କପୁର

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଶ୍ରୀଦେବୀଙ୍କ ଶନିବାର-ରବିବାର ରାତି ପରଲୋକ ହୋଇଯାଇଛି। ବର୍ଷିଆନ ଅଭିନେତ୍ରୀଙ୍କ ନିଧନ ଦୃଦ୍‌ଘାତ ଯୋଗୁଁ ହୋଇଛି ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିବା ବେଳେ, ବଲିଉଡ ଅଭିନେତା ସଞ୍ଜୟ କପୁର ରବିବାର ଏକ ଭିନ୍ନ ମନ୍ତବ୍ୟ ଦେଇଛନ୍ତି। ସଞ୍ଜୟ କହିଛନ୍ତି, ଶ୍ରୀଦେବୀଙ୍କ ହାର୍ଟ ସମସ୍ୟା ନଥିଲା। ପୂର୍ବରୁ ତାଙ୍କର କେବେ ହୃଦୟ ସମସ୍ୟା ନଥିଲା। ଦୃଦଘାତରେ ମୃତ୍ୟୁ ଖବର ଶୁଣି ପୂରା ପରିବାର ସ୍ତବ୍ଧ ପାଲଟି ଯାଇଥିଲା ବୋଲି ସଞ୍ଜୟ କହିଛନ୍ତି। ହୃଦଘାତ ସମୟରେ ସେ ହୋଟେଲ ରୁମ୍‌ରେ ଥିଲେ। ସେ ଯାହା ବି ହେଉ ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡ଼ିବ। ଆଜି ରାତ୍ରି ସୁଦ୍ଧା ଶ୍ରୀଦେବୀଙ୍କ ପାର୍ଥିବ ଶରୀର ପହଞ୍ଚିବ ଓ ସୋମବାର ଅନ୍ତିମ ସଂସ୍କାର ହେବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି।

ବଲିଉଡର ପ୍ରଖ୍ୟାତ ଅଭିନେତ୍ରୀ ଶ୍ରୀଦେବୀ ଏକ ବିବାହ ଭୋଜିରେ ଯୋଗଦେବାକୁ ଯାଇଥିବା ବେଳେ ତାଙ୍କର ହୃଦ୍‌ଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ଶ୍ରୀଦେବୀ ଥିଲେ ବଲିଉଡର ପ୍ରଥମ ସୁପରଷ୍ଟାର ଅଭିନେତ୍ରୀ। ଶତାଧିକ ଫିଲ୍ମରେ ସେ ଅଭିନୟ କରି ନିଜର ଅଭିନୟର ଚାତୁରୀରେ ଦର୍ଶକଙ୍କୁ ବାନ୍ଧି ରଖିପାରିଥିଲେ।

ମୃତ୍ୟୁ ସମୟରେ ତାଙ୍କ ପାଖରେ ତାଙ୍କ ସ୍ୱାମୀ ବନି କାପୁର ଓ କନ୍ୟା ଖୁସୀ ଉପସ୍ଥିତ ଥିଲେ। ସେ ଦୁବାଇରେ ମୋହିତ ମରୁହାଙ୍କ ବିବାହଭୋଜିରେ ଯୋଗଦେବାକୁ ଯାଇଥିବା ବେଳେ ଏହି ଦୁଃଖଦ ଘଟଣା ଘଟିଛି। ତାଙ୍କ ମୃତ୍ୟୁରେ ସାରା ବଲିଉଡ୍‌ରେ ସ୍ତବ୍ଧ ହୋଇଯାଇଛି। ଆଜି ତାଙ୍କ ମରଶରୀରକୁ ଦୁବାଇରୁ ମୁମ୍ବାଇକୁ ଅଣାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe