ଡେନ୍‌ମାର୍କ ଓପନ୍‌ କ୍ବାର୍ଟରରେ ଶ୍ରୀକାନ୍ତ

Advertisment
ଜାପାନ ଓପନ୍‌: ପ୍ରିକ୍ବାର୍ଟରରେ ଶ୍ରୀକାନ୍ତ, ପ୍ରଣୟ; ଲକ୍ଷ୍ୟ ଓ ସାଇନା ବିଦା

News18.com

ଡାନିସ: ପଞ୍ଚମ ମାନ୍ୟତାପ୍ରାପ୍ତ ଭ‌ାରତୀୟ ବ୍ୟାଡ୍‌ମିଣ୍ଟନ ତାରକା କିଦାମ୍ବି ଶ୍ରୀକାନ୍ତ ଚଳିତ ଡେନ୍‌ମାର୍କ ଓପନ୍‌ ପ୍ରତିଯୋଗିତାରେ ବିଜୟ ଜାରି ରଖି କ୍ବାର୍ଟର ଫାଇନାଲ୍‌ ସ୍ଥାନ ପକ୍କା କରିଛନ୍ତି। ବୁଧବାର ପୁରୁଷ ଏକକ ବର୍ଗ ଦ୍ବିତୀୟ ପର୍ଯ୍ୟାୟ ମୁକାବିଲାରେ ଏହି ପୂର୍ବତନ ଶୀର୍ଷ ମାନ୍ୟତା ଖେଳାଳି ୩୩ ମିନିଟ୍‌ ସମୟ ନେଇ ୨୧-୧୫, ୨୧-୧୪ରେ କାନାଡ଼ାର ଜାସନ ଆନ୍ଥୋନିଙ୍କୁ ପରାସ୍ତ କରିଥିଲେ। ସେମିଫାଇନାଲ୍‌ ସ୍ଥାନ ଲାଗି ୨୭ ବର୍ଷୀୟ ଶ୍ରୀକାନ୍ତ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଚାଇନିଜ ତାଇପେର ତିଏନ ଚେନ ଚୋଉଙ୍କୁ ଭେଟିବେ। ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ଅନ୍ୟତମ ଭାରତୀୟ ଲକ୍ଷ୍ୟ ସେନ୍ ଦ୍ବିତୀୟ ରାଉଣ୍ଡରେ ହାନ୍ସ କ୍ରିଷ୍ଟିଆନ ସୋଲବର୍ଗଙ୍କଠାରୁ ୨୧-୧୫, ୭-୨୧, ୧୭-୨୧ରେ ହାରି ବିଦାୟ ନେଇଛନ୍ତି। ପୂର୍ବରୁ ଶୁଭଙ୍କର ଦେ ଓ ଅଜୟ ଜୟରାମ ପ୍ରଥମ ରାଉଣ୍ଡରୁ ବିଦାୟ ନେଇ ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe