India's Srikanth Kidambi poses for photographers after he won his men's final match of the French Open badminton tournament in Paris, Sunday, Oct. 29, 2017. (AP Photo/Thibault Camus)
ଫ୍ରାନ୍ସ: ଭାରତୀୟ ବ୍ୟାଡ୍ମିଣ୍ଟନ୍ ତାରକା କିଦାମ୍ବି ଶ୍ରୀକାନ୍ତ ଚଳିତ ବର୍ଷ ନିଜର ଦମ୍ଦାର ପ୍ରଦର୍ଶନ ଜାରି ରଖି ଫ୍ରେଞ୍ଚ୍ ଓପନ୍ ସୁପର ସିରିଜ୍ ଟ୍ରଫି ଜିତି ନେଇଛନ୍ତି। ରବିବାର ଫାଇନାଲ୍ରେ ଚତୁର୍ଥ ମାନ୍ୟତା ଶ୍ରୀକାନ୍ତ ମାତ୍ର ୩୫ ମିନି୍ଟ ମଧ୍ୟରେ ସିଧାସଳଖ ୨୧-୧୪, ୨୧-୧୩ ଗେମ୍ରେ ଜାପାନ ପ୍ରତିଦ୍ୱନ୍ଦ୍ୱୀ କେଣ୍ଟା ନିଶିମୋତୋଙ୍କୁ ପରାସ୍ତ କରିଦେଇଥିଲେ। ଏଥି ସହିତ ପୂର୍ବରୁ ଡେନ୍ମାର୍କ, ଇଣ୍ଡୋନେସିଆ ଏବଂ ଅଷ୍ଟ୍ରେଲିଆ ଓପନ୍ ଜିତିଥିବା ଶ୍ରୀକାନ୍ତ ରବିବାର ଫ୍ରେଞ୍ଚ୍ ଓପନ୍ ଜିତି ଚଳିତ ବର୍ଷ ନିଜର ଚତୁର୍ଥ ସୁପର ସିରିଜ୍ ଟ୍ରଫି କରାୟତ କରିଛନ୍ତି। ଏହା ମଧ୍ୟ ଶ୍ରୀକାନ୍ତଙ୍କର ମୋଟ ଷଷ୍ଠ ସୁପର ସିରିଜ୍ ଟ୍ରଫି। ସେ ମଧ୍ୟ ପ୍ରଥମ ଭାରତୀୟ ପୁରୁଷ ଖେଳାଳି ଭାବେ ପ୍ରଥମ ଥର ଲାଗି ଫ୍ରେଞ୍ଚ୍ ଓପନ୍ ଟ୍ରଫି ଜିତିବାର ଗୌରବ ପାଇଥିଲେ। ଗତ ସପ୍ତାହରେ ଡେନ୍ମାର୍କ ଓପନ୍ ଟ୍ରଫି ଜିତିଥବା ଶ୍ରୀକାନ୍ତ ପ୍ରଥମ ଭାରତୀୟ ଭାବେ ଗୋଟିଏ ବର୍ଷରେ ୪ ସୁପର ସିରିଜ୍ ଟ୍ରଫି ଜିତିବାର କୀର୍ତ୍ତିମାନ ନିଜ ନାମରେ କରି ନେଲେ। ଏହା ପୂର୍ବରୁ କେବଳ ବିଶ୍ୱର ଅନ୍ୟ ୩ ପୁରୁଷ ଖେଳାଳି ୪ ବା ତା’ଠୁ ଅଧିକ ସୁପର ସିରିଜ୍ ବିଜେତା ହୋଇଥିଲେ। ଫ୍ରେଞ୍ଚ୍ ଓପନ୍ ଟ୍ରଫି ଜିତି ଶ୍ରୀକାନ୍ତ ଏହି କ୍ଲବ୍ରେ ସାମିଲ ହେଇଛନ୍ତି।
Follow Us