ଜାଫରଙ୍କ ଇସ୍ତଫା: ଶ୍ରୀକାନ୍ତ ଓଡ଼ିଶା ରଣଜୀ ଦଳର ନୂଆ ପ୍ରଶିକ୍ଷକ

Advertisment
ଜାଫରଙ୍କ ଇସ୍ତଫା: ଶ୍ରୀକାନ୍ତ ଓଡ଼ିଶା ରଣଜୀ ଦଳର ନୂଆ ପ୍ରଶିକ୍ଷକ

କଟକ : ବଦଳିଲେ ଓଡ଼ିଶା ରଣଜୀ ଦଳର ମୁଖ୍ୟ ପ୍ରଶିକ୍ଷକ। ଭାରତୀୟ ଦଳର ପୂର୍ବତନ ଟେଷ୍ଟ ଓପ୍‌ନର ଵାସିମ ଜାଫରଙ୍କ ଇସ୍ତଫାକୁ କ୍ରିକେଟ ପରାମର୍ଶଦାତା ସମିତି (ସିଏସି) ଗ୍ରହଣ କରିବା ପରେ ଓଡ଼ିଶା କ୍ରିକେଟ ଏକାଡେମିର ବୈଷୟିକ ନିର୍ଦ୍ଦେଶକ ଆର‌୍‌ ଶ୍ରୀକାନ୍ତଙ୍କୁ ନୂଆ ପ୍ରଶିକ୍ଷକ ଭାବେ ନିଯୁକ୍ତି ପାଇଁ ସୁପାରିସ୍ କରାଯାଇଛି। ଶ୍ରୀକାନ୍ତ ପୂର୍ବରୁ ଓଡ଼ିଶା ପାଇଁ ରଣଜୀ ମ୍ୟାଚ୍‌ ଖେଳିଥିଲା ବେଳେ ୨୦ ବର୍ଷର ପ୍ରଶିକ୍ଷକ ଅଭିଜ୍ଞତା ରଖିଛନ୍ତି। ବର୍ତ୍ତମାନ ସେ ଯୁବ ପ୍ରଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେଇଆସୁଛନ୍ତି। ଏହାବାଦ୍‌ ପୂର୍ବରୁ ଓଡ଼ିଶା କନିଷ୍ଠ ଦଳର ମଧ୍ୟ ପ୍ରଶିକ୍ଷକ ଭାବେ କାର୍ଯ୍ୟ କରିସାରିଛନ୍ତି।

ଵାସିମ ଜାଫରଙ୍କୁ ଓଡ଼ିଶା କ୍ରିକେଟ୍‌ର ମୁଖ୍ୟ ପ୍ରଶିକ୍ଷକ ଭାବେ ଓସିଏ ୨୦୨୧-୨୨ ଋତୁ ପାଇଁ ନିଯୁକ୍ତ କରିଥିଲା ବେଳେ ତାଙ୍କ ଅଧୀନରେ ଓଡ଼ିଶା ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଥିଲା। ରଣଜୀ ଟ୍ରଫିରେ ମୁମ୍ବାଇ ଓ ସୌରାଷ୍ଟ୍ରଠୁ ଓଡ଼ିଶା ପାଳି ପରାଜୟ ବରଣ କରିଥିଲା ବେଳେ ଗୋଆ ବିପକ୍ଷରେ ଅମୀମା˚ସିତ ରଖିଥିଲା। ବିଜୟ ହଜାରେ ଟ୍ରଫିରେ ବିଦର୍ଭ, ଗୁଜୁରାଟ, ଆନ୍ଧ୍ରପ୍ରଦେଶ ବିପକ୍ଷରେ ବିଜୟୀ ହୋଇଥିଲା ବେଳେ ହିମାଚଳ ପ୍ରଦେଶ ଓ ଜାମ୍ମୁ କାଶ୍ମୀରଠୁ ହାରିଯାଇଥିଲା। ସେହିପରି ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ କେବଳ ଗୋଆକୁ ପରାସ୍ତ କରିବା ବ୍ୟତୀତ ପୁଦୁଚେରୀ, ପଞ୍ଜାବ, ମହାରାଷ୍ଟ୍ର, ତାମିଲନାଡୁଠାରୁ ପରାସ୍ତ ହୋଇଥିଲା। ତଥାପି ଜାଫରଙ୍କ ଚୁକ୍ତି ଅବଧିକୁ ୨୦୨୨-୨୩ ଋତୁ ପାଇଁ ଓସିଏ ବୃଦ୍ଧି କରିଥିଲା। ହେଲେ ବା˚ଲାଦେଶ କନିଷ୍ଠ କ୍ରିକେଟ୍‌ ଦଳର ପ୍ରଶିକ୍ଷକ ଭାବେ ନିଯୁକ୍ତି ସୁଯୋଗ ପାଇଥିବାରୁ ଜାଫର ଓସିଏକୁ ତାଙ୍କର ଇସ୍ତଫା ପଠାଇଥିଲେ। କିନ୍ତୁ ତାହାକୁ ଗ୍ରହଣ କରାଯାଇନଥିଲା। ଜାଫରଙ୍କୁ ମନାଇବା ପାଇଁ ସମସ୍ତ ଉଦ୍ୟମ ବିଫଳ ହୋଇଥିଲା। ଯେଉଁଥିପାଇଁ ବାଧ୍ୟ ହୋଇ ଓସିଏର କ୍ରିକେଟ ପରାମର୍ଶଦାତା ସମିତି ତାଙ୍କ ଇସ୍ତଫାକୁ ଗ୍ରହଣ କରିଥିଲା ଓ ବିକଳ୍ପ ଭାବେ ଶ୍ରୀକାନ୍ତଙ୍କୁ ନାମ ମୁଖ୍ୟ ପ୍ରଶିକ୍ଷକ ପାଇଁ ସୁପାରିଶ କରିଥିବା ଓସିଏ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe