Sri Lankan wicketkeeper Niroshan Dickwella (L) and Dimuth Karunaratne (C) celebrates after he dismissed Bangladesh cricketer Soumya Sarkar (R) during the final day of the opening Test match between Sri Lanka and Bangladesh at the Galle International Cricket Stadium in Galle on March 11, 2017. / AFP PHOTO / LAKRUWAN WANNIARACHCHI
ଢାକା: ବାଂଲାଦେଶ ଓ ଶ୍ରୀଲଙ୍କା ମଧ୍ୟରେ ଗୁରୁବାରଠୁ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟ ପ୍ରଥମ ଦିନରୁ ହିଁ ବୋଲରଙ୍କ କବଳକୁ ଚାଲିଯାଇଛି। ପ୍ରଥମ ଦିନ ପାଖାପାଖି ୮୮ ଓଭର ଖେଳ ହୋଇଥିଲା ବେଳେ ୧୪ ଓ୍ଵିକେଟ୍ର ପତନ ଘଟିଛି। ଏଥି ମଧ୍ୟରେ ଉଭୟ ଦଳ ପ୍ରଥମ ଦିନ ମୋଟ ୨୭୮ ରନ୍ କରିଛନ୍ତି। ସେଥିରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଭ୍ରମଣକାରୀ ଶ୍ରୀଲଙ୍କା ୬୫.୩ ଓଭରରେ ୨୨୨ ରନ୍ କରି ସମସ୍ତ ଓ୍ଵିକେଟ୍ ହରାଇବା ପରେ ଘରୋଇ ବାଂଲାଦେଶ ୨୨ ଓଭରରେ ୫୬ ରନ୍ କରି ୪ ଓ୍ଵିକେଟ୍ ହରାଇଛି। ଫଳରେ ୬ ଓ୍ଵିକେଟ୍ ହାତରେ ଥାଇ ବାଂଲାଦେଶ ପ୍ରଥମ ପାଳିରେ ୧୬୬ ରନ୍ ପଛୁଆ ରହିଛି।
ଶ୍ରୀଲଙ୍କା ପ୍ରଥମ ପାଳିରେ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ କୁସାଲ୍ ମେଣ୍ଡିସ୍ (୬୮) ଓ ରୋସେନ୍ ସିଲ୍ଭା (୫୬) ଅର୍ଧଶତକ ହାସଲ କରିଥିଲା ବେଳେ ଧନଞ୍ଜୟ ଡି ସିଲ୍ଭା (୧୯), ଦନୁଷ୍କା ଗୁଣତିଳକା (୧୩), ଦିଲ୍ରୁଓ୍ଵାନ୍ ପେରେରା (୩୧) ଓ ଅକିଲ ଧନଞ୍ଜୟ (୨୦) ଦୁଇ ଅଙ୍କ ବିଶିଷ୍ଟ ସ୍କୋର୍ ଅବଦାନ ରଖିଥିଲେ। ଏକ ସମୟରେ ଶ୍ରୀଲଙ୍କା ୬୧ ରନ୍ରେ ଗୋଟିଏ ଓ୍ଵିକେଟ୍ ହରାଇଥିଲା ବେଳେ ଆଶ୍ଚର୍ଯ୍ୟଜନକ ଭାବେ ପରବର୍ତୀ ୫ ଓ୍ଵିକେଟ୍ ମାତ୍ର ୪୯ ରନ୍ ବ୍ୟବଧାନରେ ହରାଇଥିଲା। ବାଂଲାଦେଶ ପକ୍ଷରୁ ଅବ୍ଦୁର୍ ରଜାକ (୪/୬୩), ତାଇଜୁଲ୍ ଇସ୍ଲାମ (୪/୮୩) ଓ ମୁସ୍ତାଫିଜୁର ରହମନ୍ (୨/୧୭) ଚମତ୍କାର ବୋଲିଂ କରି ସିଂହଳୀ ପ୍ରଥମ ପାଳିର ୧୦ ଓ୍ଵିକେଟ୍ ବାଣ୍ଟି ନେଇଥିଲେ। ଜବାବରେ ବାଂଲାଦେଶ ପ୍ରଥମ ଓଭରରୁ ହିଁ ବିପର୍ଯ୍ୟାୟର ସାମ୍ନା କରିଥିଲା। ସୁରଙ୍ଗା ଲାକ୍ମଲ ପ୍ରଥମ ଓଭରର ତୃତୀୟ ବଲ୍ରେ ତମିମ୍ ଇକ୍ବାଲ୍ (୪)ଙ୍କୁ ପାଭିଲିୟନ୍ ପଠାଇଦେବା ପରେ ଦ୍ୱିତୀୟ ଓଭରର ତୃତୀୟ ବଲ୍ରେ ପ୍ରଥମ ଟେଷ୍ଟର ଶତକ ହାସଲକାରୀ ମୋମିନୁଲ୍ ହକ୍ (୦) ଦୁର୍ଭାଗ୍ୟଜନକ ଭାବେ ରନ୍ ଆଉଟ୍ ହୋଇ ବାଂଲାଦେଶ ସଂକଟ ବଢ଼ାଇ ଦେଇଥିଲେ। ଏହାପରେ ଲାକ୍ମଲ୍ ତାଙ୍କ ଦ୍ୱିତୀୟ ଓ୍ଵିକେଟ୍ ଭାବେ ମୁସ୍ଫିକର ରହିମ୍ (୧)ଙ୍କୁ ଶିକାର କରିଥିଲା ବେଳେ ଇମ୍ରୁଲ୍ କେୟସ୍ (୧୯)ଙ୍କୁ ଦିଲ୍ରୁଓ୍ଵାନ୍ ପେରେରା ଆଉଟ୍ କରି ଶ୍ରୀଲଙ୍କାକୁ ଦୃଢ଼ ସ୍ଥିତି ଦେଇଥିଲେ। ପ୍ରଥମ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହାର ବେଳକୁ ଓ୍ଵିକେଟ୍ ରକ୍ଷକ ଲିଟନ୍ ଦାସ ୨୪ ଏବଂ ରାତ୍ରୀ ଜଗୁଆଳି ମେହେଦି ହାସନ୍ ମିରାଜ୍ ୫ ରନ୍ରେ ଅପରାଜିତ ରହିଥିଲେ।
Follow Us