ଗଲ୍‌ ଟେଷ୍ଟ୍‌: ଅବ୍‌ଦୁଲ୍ଲାଙ୍କ ଶତକ, ପାକିସ୍ତାନ ପାଇଁ ବିଜୟ ସୁଯୋଗ

Advertisment
ଗଲ୍‌ ଟେଷ୍ଟ୍‌: ଅବ୍‌ଦୁଲ୍ଲାଙ୍କ ଶତକ, ପାକିସ୍ତାନ ପାଇଁ ବିଜୟ ସୁଯୋଗ

Dawn

ଗଲ୍‌: ପ୍ରଥମ ୩ ଦିନ ଘରୋଇ ଶ୍ରୀଲଙ୍କା ନିୟଂତ୍ରଣରେ ରହିଥିବା ଗଲ୍‌ ଟେଷ୍ଟ୍‌ ଚତୁର୍ଥ ଦିବସରେ ପାକିସ୍ତାନ ନିୟଂତ୍ରଣକୁ ଚାଲିଯାଇଛି। ପ୍ରଥମ ୩ ଦିନରେ ୨୯ ୱିକେଟ୍‌ର ପତନ ଘଟିଥିଲା ବେଳେ ମୋଟ ୭୬୯ ରନ୍‌ ସଂଗ୍ରହ ହୋଇଥିଲା। ହେଲେ ମଙ୍ଗଳବାର ଚତୁର୍ଥ ଦିବସରେ ମାତ୍ର ୪ ୱିକେଟ୍‌ ଝଡ଼ିଛି ଏବଂ ୨୩୦ ରନ୍‌ ସଂଗ୍ରହ ହୋଇଛି। ଏଥିରେ ଶ୍ରୀଲଙ୍କା ପୂର୍ବ ସ୍କୋର୍‌ (୩୨୯/୯)ରେ ଆଉ ମାତ୍ର ୮ ରନ୍‌ ଯୋଡ଼ି ଦ୍ବିତୀୟ ପାଳିର ଶେଷ ୱିକେଟ୍‌ ହରାଇଥିଲା ବେଳେ ପାକିସ୍ତାନ ୩ ୱିକେଟ୍‌ ବିନିମୟରେ ୨୨୨ ରନ୍‌ କରିନେଇଛି। ଫଳରେ ବୁଧବାର ପଞ୍ଚମ ତଥା ଅନ୍ତିମ ଦିବସରେ ବିଜୟ ପାଇଁ ଶ୍ରୀଲଙ୍କାକୁ ୭ ୱିକେଟ୍‌ ଏବଂ ପାକିସ୍ତାନକୁ ୧୨୦ ରନ୍‌ର ଆବଶ୍ୟକତା ରହିଛି। ଓପ୍‌ନର ଅବ୍‌ଦୁ୍ଲା ସଫିକ୍‌ (୧୧୨*) ଶତକ ହାସଲ କରି କ୍ରିଜ୍‌‌ରେ ଥିବାରୁ ପାକିସ୍ତାନ ପାଇଁ ବିଜୟ ସୁଯୋଗ ରହିଛି। ଅବ୍‌ଦୁଲ୍ଲାଙ୍କର ଏହା ଦ୍ବିତୀୟ ଟେଷ୍ଟ୍‌ ଶତକ।

ତୃତୀୟ ଦିବସର ଅସମାପ୍ତ ସ୍କୋର୍‌ ୩୨୯/୯ରୁ ଖେଳିଥିବା ଶ୍ରୀଲଙ୍କା ମଙ୍ଗଳବାର ୮ ରନ୍‌ ଯୋଡ଼ିପାରିଥିଲା। ଫଳରେ ପାକିସ୍ତାନ ସମ୍ମୁଖରେ ୩୪୨ ରନ୍‌ର ବିଜୟ ଲକ୍ଷ୍ୟ ରହିଥିଲା। ଏହାକୁ ପିଛା କରିଥିବା ପାକିସ୍ତାନ ପାଇଁ ପ୍ରାରମ୍ଭିକ ଯୋଡ଼ି ଅବ୍‌ଦୁଲା ଓ ଇମାମ ଉଲ୍‌ ହକ୍‌ (୩୫) ପ୍ରଥମ ୱିକେଟ୍‌ରେ ୮୭ ରନ୍ ଯୋଡ଼ିଥିଲେ। ହେଲେ ୧୭ ରନ୍‌ ବ୍ୟବଧାନରେ ସିଂହଳୀ ବୋଲର ଯୁଗଳ ଝଟ୍‌କା ଦେବାରୁ ଇମାମ ଏବଂ ଆଝାର ଅଲ୍ଲୀ ପାଭିଲିୟନ୍‌ ଫେରିଯାଇଥିଲେ। ଅବ୍‌ଦୁଲ୍ଲାଙ୍କ ସହ ଅଧିନାୟକ ବାବର ଆଜମ୍‌ (୫୫) ତୃତୀୟ ୱି‌କେଟ୍‌ରେ ୧୦୧ ରନ୍ ଯୋଡ଼ି ଦଳକୁ ବିଜୟ ଦିଗରେ ଅଗ୍ରସର କରୁଥିଲା ବେଳେ ତାଙ୍କୁ ପ୍ରଭାତ ଜୟସୂରିଆ ଦ୍ବିତୀୟ ପାଳିରେ ନିଜ ଦ୍ବିତୀୟ ଶିକାର କରିନେଇଥିଲେ। ଚତୁର୍ଥ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ପାକିସ୍ତାନ ୨୨୨/୩ କରିଛି।

ସଂକ୍ଷିପ୍ତ ସ୍କୋର: ଶ୍ରୀଲଙ୍କା ପ୍ରଥମ ପାଳି: ୨୨୨ (ଦୀନେଶ ଚଣ୍ଡିମାଳ-୭୬, ସାହିନ୍ ସାହା ଆଫ୍ରିଦି-୪/୫୮)। ପାକିସ୍ତାନ ପ୍ରଥମ ପାଳି: ୨୧୮ (ବାବର ଆଜମ-୧୧୯, ପ୍ରଭାତ ଜୟସୁରିଆ-୫/୮୨)। ଶ୍ରୀଲଙ୍କା ଦ୍ବିତୀୟ ପାଳି: ୧୦୦ ଓଭରରେ ୩୩୭/୯ (ଦୀନେଶ ଚଣ୍ଡିମାଳ-୯୪*, କୁସାଲ ମେଣ୍ଡିଜ୍‌-୭୬, ଓସା‌ଦା ଫର୍ଣ୍ଣାଣ୍ଡୋ-୬୪, ମହମ୍ମଦ ନୱାଜ-୫/୮୮, ୟାସିର୍‌ ସାହା-୩/୧୨୨, ହାସନ ଅଲୀ-୧/୧୯, ନସିମ ସାହା-୧/୨୪)। ପାକିସ୍ତାନ ଦ୍ବିତୀୟ ପାଳି: ୮୫ ଓଭରରେ ୨୨୨/୩ (ଅବ୍‌ଦୁଲ୍ଲା ସଫିକ-୧୧୨*, ବାବର ଆଜମ-୫୫, ଇମାମ ଉଲ୍‌ ହକ୍‌-୩୫, ପ୍ରଭାତ ଜୟସୁରିଆ-୨/୮୯, ରମେଶ ମେଣ୍ଡିସ-୧/୭୬)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe