ଏସିଆ କପ୍‌ ଫାଇନାଲ: ପାକିସ୍ତାନକୁ ୨୩ ରନ୍‌ରେ ପରାସ୍ତ କରି ୬ଷ୍ଠ ଥର ପାଇଁ ଚାମ୍ପିଅନ ହେଲା ଶ୍ରୀଲଙ୍କା

Advertisment
ଏସିଆ କପ୍‌ ଫାଇନାଲ: ପାକିସ୍ତାନକୁ ୨୩ ରନ୍‌ରେ ପରାସ୍ତ କରି ୬ଷ୍ଠ ଥର ପାଇଁ ଚାମ୍ପିଅନ ହେଲା ଶ୍ରୀଲଙ୍କା

ଦୁବାଇ: ରବିବାର ଏସିଆ କପ୍‌-୨୦୨୨ର ଫାଇନାଲ ମ୍ୟାଚରେ ପାକିସ୍ତାନକୁ ୨୩ ରନ୍‌ରେ ପରାସ୍ତ କରି ଶ୍ରୀଲଙ୍କା ଚାମ୍ପିଅନ ହୋଇଛି । ଫାଇନାଲ ମ୍ୟାଚରେ ଶ୍ରୀଲଙ୍କାର ଜବରଦସ୍ତ ବୋଲିଂ ଦେଖିବାକୁ ମିଳିଥିଲା । ଶ୍ରୀଲଙ୍କ ପକ୍ଷରୁ ପ୍ରମୋଦ ମଦୁଶାନ୍ ୪ଟି ୱିକେଟ ନେଇଥିବା ବେଳେ ୱାନିନ୍ଦୁ ହାସରାଙ୍ଗା ୩ଟି, ଚାମିକା ୨ଟି ଓ ମହେଶ ଗୋଟିଏ ୱିକେଟ ନେଇ ଶ୍ରୀଲଙ୍କାକୁ ବିଜୟ ଦେଇଥିଲେ । ଦ୍ବିତୀୟ ପାଳିରେ ପାକିସ୍ତାନ ୧୭୧ ରନ୍‌ର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ସମସ୍ତ ୱିକେଟ ହରାଇ ୧୪୭ ରନ୍‌ କରିବାରେ ସକ୍ଷମ ହୋଇଥିଲା । ପାକିସ୍ତାନ ପକ୍ଷରୁ ମହମ୍ମଦ ରିଜୱାନ୍ ୪୯ ବଲରୁ ୫୫ ରନ୍‌ କରିଥିବା ବେଳେ ଅହମ୍ମଦ ୩୨ ରନ୍‌ କରିଥିଲେ କିନ୍ତୁ ପାକିସ୍ତାନକୁ ବିଜୟ ଦେବାରେ ସକ୍ଷମ ହୋଇନଥିଲେ । ଫଳରେ ଶ୍ରୀଲଙ୍କା ଏହି ମ୍ୟାଚକୁ ୨୩ ରନ୍‌ରେ ଜିତି ନେଇଥିଲା । ଏହି  ବିଜୟ ସହ ଶ୍ରୀଲଙ୍କା ୬ଷ୍ଠ ଥର ପାଇଁ ଏସିଆ କପ ଟାଇଟଲ ହାସଲ କରିଛି।

ପୂର୍ବରୁ ପାକିସ୍ତାନ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନଇେଥିଲା। ଫଳରେ ଶ୍ରୀଲଙ୍କା ବ୍ୟାଟିଂ କରିଥିଲା। ଭାନୁକା ରାଜପକ୍ଷଙ୍କ ଅର୍ଦ୍ଧଶତକ ବଳରେ ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୬ଟି ୱିକେଟ ହରାଇ ୧୭୦ ରନ୍‌ କରିଥିଲା । ଫଳରେ ପାକିସ୍ତାନକୁ ୧୭୧ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା ଦାସୁନ ଶଣକାଙ୍କ ନେତୃତ୍ବରେ ଶ୍ରୀଲଙ୍କାର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ହୋଇପଡ଼ିଥିଲା। ଟିମ୍‌ର ସ୍କୋର ୨ ରନ୍‌ ଥିବା ବେଳେ ନସିମ୍ ସାହାଙ୍କ ବଲ୍‌ରେ ପ୍ରାରମ୍ଭିକ ବ୍ୟାଟର କୁସାଲ ମେଣ୍ଡିସ୍ (୦) ଆଉଟ୍‌ ହୋଇଥିଲେ। ଦଳୀୟ ସ୍କୋର ୨୩ ରନ୍‌ ହୋଇଥିବାବେଳେ ୨ୟ ଓ ୩୬ ରନ୍‌ରେ ୩ୟ ୱିକେଟ ହରାଇଥିଲା ଶ୍ରୀଲଙ୍କା। ସେହିପରି ଦଳର ସ୍କୋର ୫୩ ରନ୍‌ରେ ୪ର୍ଥ ୱିକେଟ ଭାବେ ଧନଞ୍ଜୟ ଡି ସିଲ୍‌ଭା ଓ ୫୮ ରନ୍‌ରେ ୫ମ ୱିକେଟ ଭାବେ ଦାସୁନ ଶଣକା ଆଉଟ୍‌ ହୋଇଥିଲେ।

ତେବେ ୬ଷ୍ଠ ୱିକେଟ ପାଇଁ ଭାନୁକା ରାଜପକ୍ଷ (ଅପରାଜିତ ୭୧ ରନ୍‌) ଓ ୱାନିନ୍ଦୁ ହସରଙ୍ଗା (୩୬ ରନ୍‌) ଧୈର୍ଯ୍ୟର ସହିତ ଖେଳି ୫୮ ରନ୍‌ର ଭାଗିଦାରୀ ହୋଇପାରିଥିଲେ। ଚମିକା କରୁଣାରତ୍ନେଙ୍କ ବ୍ୟାଟରୁ ଶ୍ରୀଲଙ୍କାକୁ ଅପରାଜିତ ୧୪ ରନ୍‌ ମିଳିଥିଲା। ପାକିସ୍ତାନ ପକ୍ଷରୁ ହାରିସ ରୌଫଙ୍କୁ ସର୍ବାଧିକ ୩ଟି ୱିକେଟ୍‌ ମିଳିଥିଲା। ସେହିପରି ନସିମ୍ ସାହା, ସାଦବ ଖାନ ଓ ଇଫତିକାର ଅହମ୍ମଦ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe