ଚେନ୍ନାଇରେ ବିଜୟ ଉତ୍ସବ ପାଳିବାକୁ ଧୋନିଙ୍କୁ ନିମନ୍ତ୍ରଣ କଲେ ଶ୍ରୀନିବାସନ୍‌

Advertisment
ଚେନ୍ନାଇରେ ବିଜୟ ଉତ୍ସବ ପାଳିବାକୁ ଧୋନିଙ୍କୁ ନିମନ୍ତ୍ରଣ କଲେ ଶ୍ରୀନିବାସନ୍‌

Hindustan News Hub

ଚେନ୍ନାଇ: ଗୁଜରାଟ ଟାଇଟନ୍ସକୁ ୫ ୱିକେଟ୍‌ରେ ପରାସ୍ତ କରି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପଞ୍ଚମ ଥର ଆଇପିଏଲ୍‌ ଟ୍ରଫି ଜିତିଛି। ଏହି ବିଜୟ ପରେ ସିଏସ୍‌କେ ମାଲିକ ତଥା ଇଣ୍ଡିଆ ସିମେଣ୍ଟ୍ସ ଉପାଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଏନ୍‌.ଶ୍ରୀନିବାସନ୍ ମଙ୍ଗଳବାର ସକାଳେ ଧୋନିଙ୍କୁ ଫୋନ୍‌ରେ ଶୁଭେଚ୍ଛା ଜଣାଇଥିଲେ। ତୁମେ ଏକ ଜବରଦସ୍ତ ଅଧିନାୟକ। ଦଳ ପାଇଁ ଚମତ୍କାର କାମ କରିଛ। କେବଳ ତୁମେ ହିଁ ଏହି କାମ କରିପାରିବ। ଏହି ଦଳ ଓ ଖେଳାଳିଙ୍କ ପାଇଁ ଆମେ ଗର୍ବିତ ବୋଲି ଶ୍ରୀନିବାସନ କହିଛନ୍ତି। ଏଥିସହିତ ବିଶ୍ରାମ ନେବା ପରେ ସିଏସ୍‌କେ ଦଳର ଖେଳାଳିଙ୍କ ସହିତ ଚେନ୍ନାଇରେ ବିଜୟ ଉତ୍ସବ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଶ୍ରୀନିବାସନ୍‌ ଧୋନିଙ୍କୁ ନିମନ୍ତ୍ରଣ ଦେଇଥିଲେ। ପ୍ରଶସଂକଙ୍କୁ ମଧ୍ୟ ସେ କୃତଜ୍ଞତା ଜଣାଇଥିଲେ। ପ୍ରତ୍ୟେକ ଷ୍ଟାଡିୟମ୍‌ରେ ପ୍ରଶଂସକମାନେ ସିଏସ୍‌କେ ଓ ଧୋନିଙ୍କୁ ଯେଉଁ ଭଲପାଇବା ଦେଇଛନ୍ତି ତାହାର ଏହା ପରିଣାମ ବୋଲି ଶ୍ରୀନିବାସନ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe