ସୃଷ୍ଟି ରାଜ୍ୟ ଚେସ୍‌ ମହୋତ୍ସବ: ମନୀଷ, ଆରୁଷୀ, ଶିବମ, ଅଦିତି ବିଜେତା

Advertisment
ସୃଷ୍ଟି ରାଜ୍ୟ ଚେସ୍‌ ମହୋତ୍ସବ: ମନୀଷ, ଆରୁଷୀ, ଶିବମ, ଅଦିତି ବିଜେତା

ଭୁବନେଶ୍ବର : ପଞ୍ଚମ ସୃଷ୍ଟି ଚେସ୍‌ ମହୋତ୍ସବରେ ମନୀଷ କୁମାର, ଆରୁଷୀ ଶ୍ରୀଚନ୍ଦନ, ଶିବମ ସାବତ ଓ ଆଦିତି ମହାରଣା ନିଜ ନିଜ ବର୍ଗରେ ଶୀର୍ଷ ସ୍ଥାନରେ ରହି ବିଜେତା ହୋଇଛନ୍ତି। ୧୭ ବର୍ଷରୁ କମ୍‌ ରାଜ୍ୟ ଓପନ୍‌ରେ ମନୀଷ କୁମାର (୨୧୦୫) ୬.୫ ପଏଣ୍ଟ୍ ସହ ଶୀର୍ଷରେ ରହିଥିଲେ। ସତ୍ୟମ ସରବଜିତ ମିଶ୍ର (୬ ପଏଣ୍ଟ), ଜଗଦୀଶ ବାରିକ, ତେଜାସ ଲୋହାନୀ, ଆରିନ ଅନ୍ବେଷ ସ୍ବାଇଁ (୫ ପଏଣ୍ଟ), ହର୍ଷିତ ରଂଜନ ସାହୁ, ବିଶ୍ବପ୍ରୀତ ରାୟ, ସୁରଜ ମହାରଣା, ବିନାୟକ କୁମାର ସାମଲ, ପ୍ରତ୍ୟୁଷ ମହାପାତ୍ର (୪.୫ ପଏଣ୍ଟ) ଯଥାକ୍ରମେ ଦ୍ବିତୀୟରୁ ଦଶମରେ ରହିଥିଲେ। ଏହାର ବାଳିକା ବର୍ଗରେ ଆରୁଷୀ ଶ୍ରୀଚନ୍ଦନ ୪.୫ ପଏଣ୍ଟ ସହ ବିଜେତା ଏବଂ ସୁହାନା ଜେନା (୪ ପଏଣ୍ଟ୍‌) ଦ୍ବିତୀୟରେ ରହିଥିଲେ। ଅନନ୍ୟା ଅନାମିକା, ଜୟଲକ୍ଷ୍ମୀ ସାହୁ (୩.୫ ପଏଣ୍ଟ), ସାଞ୍ଚୀ ସାହୁ, ସନ୍ଦୀପା ପ୍ରିୟଦର୍ଶିନୀ ସାହୁ, ସାଇ ସମ୍ପ୍ରଦା ମହାନ୍ତି, ଶ୍ରଦ୍ଧା ସ୍ମରଣିକା ନନ୍ଦ (୩ ପଏଣ୍ଟ୍‌), ସାଇରୂପା ପି, ପ୍ରତ୍ୟାଶା ଜେନା (୨.୫ ପଏଣ୍ଟ୍‌) ତୃତୀୟରୁ ଦଶମ ସ୍ଥାନ ପାଇଥିଲେ। ୭ ବର୍ଷରୁ କମ୍‌ ଓପନ୍‌ରେ ଶିବମ ସାବତ (୫ ପଏଣ୍ଟ) ପ୍ରଥମ ସ୍ଥାନରେ ଥିବାବେଳେ ପରବ୍ରହ୍ମ ରାଉତ (୪ ପଏଣ୍ଟ୍‌), ଜିତେଶ ସାମଲ, ‌ଶ୍ରେୟାଂଶ ଦାସ, ଆଦ୍ୟ ଅଦ୍‌ଭିତା ଦାସ (୩ ପଏଣ୍ଟ୍‌), ସାତ୍ବିକ ସ୍ବାଇଁ, ଆଦ୍‌ଭିକ ଆଦିତ୍ୟ ସ୍ବାଇଁ (୨ ପଏଣ୍ଟ୍‌), ରିଆନ ଅଗ୍ରୱାଲ, ହାର୍ଦିକ କୁମାର ସାହୁ, ଆଦ୍‌ଭିକ ରାଉତରାୟ (୧ ପଏଣ୍ଟ) ଯଥାକ୍ରମେ ଶୀର୍ଷ ୧୦ରେ ରହିଥିଲେ। ବାଳିକାରେ ଅଦିତି ମହାରଣା (୫) ଓ ଋତୁପ୍ରଜ୍ଞା ମହାପାତ୍ର (୩.୫) ପ୍ରଥମ ଦୁଇ ସ୍ଥାନରେ ରହିଥିଲେ। ଅର୍ଣ୍ଣିକା ଦାଶ, ବନ୍ୟା ଦାସ (୩), ଅନିଶା ଆଚାର୍ଯ୍ୟ (୨.୫), ସ୍ବସ୍ତିକା ସାହୁ (୨), ମହାଶ୍ବେତା ସିଂହ (୧) ଓ ଆର୍ଯ୍ୟା ମହାନ୍ତି (୦) ଶୀର୍ଷ ୮ ମଧ୍ୟରେ ରହି ପୁରସ୍କୃତ ହୋଇଥିଲେ। ୯ ବର୍ଷରୁ କମ୍‌ ବାଳିକାରେ ଶୁଭସ୍ମିତା ପ୍ରିୟଦର୍ଶନୀ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ।

ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ ଅନ୍ତର୍ଜାତୀୟ ମାଷ୍ଟର (ଆଇଏମ୍‌) ଅନ୍ବେଷ ଉପାଧ୍ୟାୟ, ରାଜ୍ୟଗୋଷ୍ଠୀ ପଦକ ବିଜେତା ଶୁନ୍ୟାସକ୍ତା ଶତପଥୀ, ସୃଷ୍ଟି ଏକାଡେମୀ ମାନେଜମେଣ୍ଟ ନିର୍ଦେଶକ ଗଙ୍ଗାଧର ମିଶ୍ର ଏବହ ନିଖିଳ ଓଡ଼ିଶା ଚେସ୍‌ ସଂଘ କୋଷାଧ୍ୟକ୍ଷ ଭବେଶ ମହାନ୍ତି ଯୋଗଦେଇ ପୁରସ୍କାର ବଣ୍ଟନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe