ରୋମ: ଇଟାଲିର ପ୍ରସିଦ୍ଧ ଫୁଟବଲ୍ କ୍ଲବ୍ ନାପୋଲି ତା’ର ସାଁପାଓଲୋ ଷ୍ଟାଡିୟମ୍ର ନାଁ ବଦଳାଇ ମହାନ ଫୁଟବଲର୍ ଡିଏଗୋ ମାରାଡୋନାଙ୍କ ନାଁରେ ନାମିତ କରିଛି। ଦିଂବଗତ ଆର୍ଜେଣ୍ଟେନୀୟ କିଂବଦନ୍ତି ମାରାଡୋନା ୧୯୯୮୪ରୁ ୧୯୯୧ ମଧ୍ୟରେ ୭ ବର୍ଷ ଧରି ନୋପୋଲିର ପ୍ରତିନିଧିତ୍ବ କରି ଏହି ଦଳକୁ ଦୁଇଟି ସିରିଜ୍ ଏ’ ଟ୍ରଫି ଜିତାଇଥିଲେ। ନାପୋଲି ସହର ପରିଷଦ ସର୍ବସମ୍ମତିକ୍ରମେ ସାଁପାଓଲି ଷ୍ଟାଡିୟମର ନାଁକୁ ଡିଏଗୋ ଆର୍ମାଣ୍ଡୋ ମାରାଡୋନା ଷ୍ଟାଡିୟମରେ ନାମିତ କରିଛି। ନଭେମ୍ବର ୨୫ରେ ହୃଦ୍ଘାତରେ ଅକାଳ ବିୟୋଗ ହୋଇଥିବା ମାରାଡୋନାଙ୍କ ପ୍ରତି ଏହା ହିଁ ନୋପୋଲି ଦଳ ଏବଂ ସହର ପକ୍ଷରୁ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେଠାକାର ମେୟର କହିଛନ୍ତି।
ମାରାଡୋନାଙ୍କ ନାଁରେ ଷ୍ଟାଡିୟମ୍
Advertisment
Follow Us