Business Insider India
ଦୁବାଇ: ଅକ୍ଟୋବର ୨୩ ତାରିଖରେ ମେଲବର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡ୍ (ଏମ୍ସିଜି)ରେ ଅନୁଷ୍ଠିତ ହେବାକୁ ଥିବା ଭାରତ-ପାକିସ୍ତାନ ଟ୍ବେଣ୍ଟି-୨୦ ବିଶ୍ବକପ୍ ମ୍ୟାଚ୍ ଲାଗି ଷ୍ଟାଣ୍ଡିଂ ଟିକେଟ୍ ଜାରି କରିଛି ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)। ଏହି ବହୁ ପ୍ରତୀକ୍ଷିତ ମ୍ୟାଚ୍ର ସାଧାରଣ ଟିକେଟ୍ ବିକ୍ରି ଗତ ଫେବ୍ରୁଆରି ମାସରେ ମାତ୍ର ୫ ମିନିଟ୍ ଭିତରେ ଶେଷ ହୋଇଯାଇଥିଲା। ଛିଡ଼ା ହୋଇ ମ୍ୟାଚ୍ ଦେଖିବା ଲାଗି ୪୦୦୦ ଟିକେଟ୍ ଉପଲବ୍ଧ ରହିଛି ଏବଂ ଏହାର ମୂଲ୍ୟ ୩୦ ଅଷ୍ଟ୍ରେଲୀୟ ଡଲାର୍ ରହିଛି। ପ୍ରଥମେ ପ୍ରଥମେ ଆସିଥିବା ଦର୍ଶକଙ୍କୁ ଏହା ମିଳିପାରିବ ବୋଲି ଆଇସିସି ଉଲ୍ଲେଖ କରିଛି। ଏହାଛଡ଼ା ଆଇସିସିର ହସ୍ପିଟାଲିଟି ଓ ଟ୍ରାଭେଲ୍-ଟୁର୍ କାର୍ଯ୍ୟକ୍ରମ ଅଧିନରେ କିଛି ସୀମିତ ପ୍ୟାକେଜ୍ ଉପଲବ୍ଧ ରହିଛି ବୋଲି ଆଇସିସି ଗୁରୁବାର ଜାରି ବିଜ୍ଞପ୍ତିରେ ପ୍ରକାଶ କରିଛି। ଅକ୍ଟୋବର ୧୬ ତାରିଖରେ ଖେଳାଯିବାକୁ ଥିବା ଉଦ୍ଘାଟନୀ ମ୍ୟାଚ୍ ଲାଗି ଆୟୋଜକ ମଧ୍ୟ ଏକ ପୁନଃ-ବିକ୍ରି ପ୍ଲାଟଫର୍ମ ଅଭିଯାନ ଆରମ୍ଭ କରିବ। ଯେଉଁ ପ୍ରଶଂସକମାନେ ଟିକେଟ୍ ମିସ୍ କରିଥିବେ ସେମାନଙ୍କ ପାଇଁ ଏବେ ମଧ୍ୟ ସୁଯୋଗ ରହିବ। ତେବେ ନଭେମ୍ବର ୧୩ ତାରିଖରେ ଏମ୍ସିଜିରେ ଖେଳାଯିବାକୁ ଥିବା ଫାଇନାଲ୍ ମ୍ୟାଚ୍ ପାଇଁ ଏବେ ବି ଟିକେଟ୍ ଉପଲବ୍ଧ ରହିଛି ବୋଲି ଆଇସିସି ଏହି ବିଜ୍ଞପ୍ତିରେ ଉଲ୍ଲେଖ କରିଛି।
Follow Us