ରଣଜୀ ପ୍ରତ୍ୟାବର୍ତ୍ତନରେ ତାରକା ଫ୍ଲପ୍: ରୋହିତ ୩, ଜୟସ୍ବାଲ ୪, ପନ୍ତ ୧, ଗିଲ୍ ୪

Advertisment

ଘରୋଇ କ୍ରିକେଟ୍ ଖେଳିବାକୁ ବିସିସିଆଇର କଡ଼ା ତାଗିଦ ପରେ ଭାରତୀୟ କ୍ରିକେଟ୍‌ର ଚର୍ଚ୍ଚିତ ତାରକାମାନେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ରଣଜୀ ଟ୍ରଫି ଷଷ୍ଠ ରାଉଣ୍ଡ୍ ମୁକାବିଲା ଖେଳିଛନ୍ତି। ତେବେ ରବୀନ୍ଦ୍ର ଜାଡ଼େଜାଙ୍କୁ ଛାଡ଼ି ବାକି ସମସ୍ତେ ପୂରା ବିଫଳ ହେବା ପ୍ରଶଂସକଙ୍କୁ ଚକିତ କରିଛି।

ଘରୋଇ କ୍ରିକେଟ୍ ଖେଳିବାକୁ ବିସିସିଆଇର କଡ଼ା ତାଗିଦ ପରେ ଭାରତୀୟ କ୍ରିକେଟ୍‌ର ଚର୍ଚ୍ଚିତ ତାରକାମାନେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ରଣଜୀ ଟ୍ରଫି ଷଷ୍ଠ ରାଉଣ୍ଡ୍ ମୁକାବିଲା ଖେଳିଛନ୍ତି। ତେବେ ରବୀନ୍ଦ୍ର ଜାଡ଼େଜାଙ୍କୁ ଛାଡ଼ି ବାକି ସମସ୍ତେ ପୂରା ବିଫଳ ହେବା ପ୍ରଶଂସକଙ୍କୁ ଚକିତ କରିଛି।

sfsfsffs

ମୁମ୍ବାଇ: ଘରୋଇ କ୍ରିକେଟ୍ ଖେଳିବାକୁ ବିସିସିଆଇର କଡ଼ା ତାଗିଦ ପରେ ଭାରତୀୟ କ୍ରିକେଟ୍‌ର ଚର୍ଚ୍ଚିତ ତାରକାମାନେ ଗୁରୁବାରଠାରୁ ଆରମ୍ଭ ହୋଇଥିବା ରଣଜୀ ଟ୍ରଫି ଷଷ୍ଠ ରାଉଣ୍ଡ୍ ମୁକାବିଲା ଖେଳିଛନ୍ତି। ତେବେ ରବୀନ୍ଦ୍ର ଜାଡ଼େଜାଙ୍କୁ ଛାଡ଼ି ବାକି ସମସ୍ତେ ପୂରା ବିଫଳ ହେବା ପ୍ରଶଂସକଙ୍କୁ ଚକିତ କରିଛି। ସବୁଠୁ ବେଶି ନିରାଶ କରିଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ପ୍ରାୟ ଗୋଟିଏ ଦଶନ୍ଧି ପରେ ରଣଜୀ ଟ୍ରଫି ଖେଳିଥିବା ରୋହିତ ଜମ୍ମୁ କଶ୍ମୀର ବିପକ୍ଷରେ ୧୯ ବଲ୍ ଖେଳି ମାତ୍ର ୩ ରନ୍ କରିଛନ୍ତି। ତାଙ୍କୁ ଜମ୍ମୁ କଶ୍ମୀର ବୋଲର ଉମର ନଜିର ଆଉଟ୍ କରିଥିଲେ। ସେହିଭଳି ମୁମ୍ବାଇ ରଣଜୀ ଦଳରେ ତାଙ୍କର ଓପନିଂ ସାଥୀ ତଥା‌ ଭାରତୀୟ ଓପନର୍ ଯଶସ୍ବୀ ଜୟସ୍ବାଲ୍ ୮ ବଲ୍  ଖେଳି ଗୋଟିଏ ଚୌକା ସହ ମାତ୍ର ୪ ରନ୍‌ରେ ଆଉଟ୍ ହୋଇଯାଇଛନ୍ତି। ଏହି ଦୁଇ ଜଣଙ୍କ ସହ ତାରକା ଖଚିତ ମୁମ୍ବାଇ ଦଳର ଅବଶିଷ୍ଟ ବ୍ୟାଟର୍‌ମାନେ ଅନାମଧେୟ ଜମ୍ମୁ କଶ୍ମୀର ବୋଲରଙ୍କ ମୁକାବିଲା କରିବାରେ ସଂପୂର୍ଣ୍ଣ ଅସମର୍ଥ ହୋଇଛନ୍ତି। ଫଳରେ ଘରୋଇ ପରିବେଶରେ ଖେଳୁଥିବା ମୁମ୍ବାଇ ଲଜ୍ଜାଜନକ ଭାବେ ୧୨୦ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଜମ୍ମୁ କଶ୍ମୀର ୭ ୱିକେଟ୍ ବିନିମୟରେ ୧୭୪ ରନ୍ କରି ପ୍ରଥମ ପାଳିରେ ଆଗ୍ରଣୀ ଲାଭ କରିଛି। 

ବେଙ୍ଗାଲୁରୁରେ ଭାରତୀୟ କ୍ରିକେଟର୍‌ ଭବିଷ୍ୟତ ବୋଲାଉଥିବା ଶୁବମନ ଗିଲ୍ କର୍ଣ୍ଣାଟକ ବିପକ୍ଷରେ ପଞ୍ଜାବର ପ୍ରତିନିଧିତ୍ବ କରି ସମଦଶା ଭୋଗିଛନ୍ତି। ସେ ମଧ୍ୟ ୮ ବଲ୍‌ ଖେଳି ୪ ରନ୍ ଆଗକୁ ବଢ଼ି ପାରିନାହାନ୍ତି। କଭର ଅଞ୍ଚଳକୁ ବାଉଣ୍ଡରି ମାରିବା ପରେ ପରେ କର୍ଣ୍ଣାଟକର ଅଭି‌ଳାଷ ସେଟ୍ଟୀ ତାଙ୍କୁ କ୍ୟାଚ୍ କରାଇ ନେଇଥିଲେ। ସେହିଭଳି ରାଜକୋଟରେ ଦିଲ୍ଲୀର ପ୍ରତିନିଧିତ୍ବ କରି ଋଷଭ ପନ୍ତ ୧୦ ବଲ୍‌ ଖେଳି ମାତ୍ର ୧ ରନ୍ କରିଛନ୍ତି। ୨୦୧୭-୧୮ ଋତୁ ପରେ ରଣଜୀ ଟ୍ରଫି ଖେଳୁଥିବା ପନ୍ତଙ୍କୁ ପ୍ରତିପକ୍ଷ ସୌରାଷ୍ଟ୍ର ଦଳର ଭେଟେରାନ୍ ସ୍ପିନର୍ ଧର୍ମେନ୍ଦ୍ର ସିଂହ ଜାଡ଼େଜା ସହଜରେ ଶିକାର କରି ନେଇଥିଲେ। ‌ଶ୍ରେୟସ ଆୟର୍‌ ୧୧, ଅଜିଙ୍କ୍ୟ ରାହାଣେ ୧୨, ଚେତେଶ୍ବର ପୂଜାରା ୬ ମଧ୍ୟ ନିଜ ନିଜ ଦଳରୁ ବିଫଳ ହୋଇଥିଲେ।

ତେବେ ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ଏକମାତ୍ର ଭାରତୀୟ ଖେଳାଳି ଭାବେ ନିଜ ଚମକ ଛାଡ଼ିଥିଲେ। ସୌରାଷ୍ଟ୍ର ଦଳରେ ରହି ସେ ୫ ୱିକେଟ୍ ସଫଳତା ପାଇବା ସହ ୩୬ ବଲ୍‌ରୁ ୩୮ ରନ୍ କରିଥିଲେ। ପ୍ରତିପକ୍ଷ ଦିଲ୍ଲୀ ଦଳର ନଭଦୀପ ସୈନି, ହର୍ଷ ତ୍ୟାଗି, ସନତ ସଙ୍ଗୱାନ୍, ୟଶ୍ ଧୁଲ୍ ଓ ଅଧିନାୟକ ଆୟୁଷ ବାଦୋନୀଙ୍କୁ ଆଉଟ୍ କରିଥିଲେ। ଜାଡ଼େଜା ମଧ୍ୟ ଚତୁର୍ଥ ସୌରାଷ୍ଟ୍ର ବୋଲର ଭାବେ ରଣଜୀ ଟ୍ରଫିରେ ୨୦୦ ୱିକେଟ୍ ପୂରଣ କରିଥିଲେ। ସେହିଭଳି ପଞ୍ଚମ ସ୍ଥାନରେ ବ୍ୟାଟିଂକୁ ଆସି ଆକ୍ରମଣାତ୍ମକ ଖେଳ ଖେଳିବା ସହ ନିଜ ବିସ୍ଫୋରକ ପାଳିରେ ଦୁଇଟି ଚୌକା ଓ ତିନିଟି ଛକା ମାରିଥିଲେ ଜାଡ଼େଜା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe