ନକଲି ଖବରକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ପୋଷ୍ଟ ସେୟାର କଲେ ରିଷଭ

"ବ୍ରେକିଙ୍ଗ ନ୍ୟୁଜ୍, ଏଲଏସଜି ଆଇପିଏଲ ୨୦୨୬ ପୂର୍ବରୁ ରିଷଭ ପନ୍ତଙ୍କୁ ମୁକ୍ତ କରିପାରେ। ଏଲଏସଜି ପରିଚାଳନାକୁ ଲାଗୁଛି ୨୭ କୋଟି ଟଙ୍କା ରିଷଭଙ୍କ ପାଇଁ ବହୁତ ଅଧିକ: ସାମ୍ବାଦିକ

rey

ନୂଆଦିଲ୍ଲୀ: ଲକ୍ଷ୍ନୌ ସୁପରଜାଏଣ୍ଟସର ଅଧିନାୟକ ରିଷଭ ପନ୍ଥଙ୍କ ପ୍ରଦର୍ଶନ ନିରାଶାଜନକ ରହିଛି। ତାଙ୍କ ଦଳ ମଧ୍ୟ ପ୍ଲେଅଫ୍ ପାଇଁ ଯୋଗ୍ୟତା ଅର୍ଜନ କରିପାରି ନାହିଁ। ରିଷଭ  ଏପର୍ଯ୍ୟନ୍ତ ଖେଳାଯାଇଥିବା ୧୩ଟି ମ୍ୟାଚ୍‌ରେ  ମୋଟ ୧୫୧ ରନ୍ କରିଥିବା ବେଳେ ତାଙ୍କ ଦଳ ମଧ୍ୟ ଲିଗ୍ ପର୍ଯ୍ୟାୟରୁ ବାଦ ପଡ଼ି ଯାଇଛି।।

ଏଭଳି ସମୟରେ ଜଣେ ସାମ୍ବାଦିକ ଟ୍ୱିଟ୍ କରି ଲେଖିଛନ୍ତି, "ବ୍ରେକିଙ୍ଗ ନ୍ୟୁଜ୍, ଏଲଏସଜି ଆଇପିଏଲ ୨୦୨୬ ପୂର୍ବରୁ ରିଷଭ ପନ୍ତଙ୍କୁ ମୁକ୍ତ କରିପାରେ। ଏଲଏସଜି ପରିଚାଳନାକୁ ଲାଗୁଛି ୨୭ କୋଟି ଟଙ୍କା ରିଷଭଙ୍କ ପାଇଁ ବହୁତ ଅଧିକ।"

ପନ୍ତ ଏହି ମନ୍ତବ୍ୟ ଉପରେ କଡ଼ା ପ୍ରତିକ୍ରିୟା ଦେଇ କହିଛନ୍ତି, "ମୁଁ ବୁଝିପାରୁଛି ଯେ ନକଲି ଖବର ଅଧିକ ବିଷୟବସ୍ତୁକୁ ପ୍ରୋତ୍ସାହିତ କରେ। ବିଶ୍ବାସନୀୟ ଖବର ଏକ ଏଜେଣ୍ଡା ସହିତ ନକଲି ଖବର ସୃଷ୍ଟି କରିବା ଅପେକ୍ଷା ଅଧିକ ସାହାଯ୍ୟ କରିବ। ଧନ୍ୟବାଦ, ଆପଣଙ୍କର ଦିନ ଶୁଭ ହେଉ। ଆସନ୍ତୁ ଆମେ ସୋସିଆଲ ମିଡିଆରେ ଯାହା ପୋଷ୍ଟ କରୁ ସେ ବିଷୟରେ ଦାୟିତ୍ବପୂର୍ଣ୍ଣ ଏବଂ ସମ୍ବେଦନଶୀଳ ହେବା।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe