ନବମ ବାଲେଶ୍ୱର ପ୍ରିମିୟର ଲିଗ୍‌ ଉଦଘାଟିତ

Advertisment
ନବମ ବାଲେଶ୍ୱର ପ୍ରିମିୟର ଲିଗ୍‌ ଉଦଘାଟିତ

ବାଲେଶ୍ୱର: ବାଲେଶ୍ୱର କ୍ରିକେଟର୍ସ ଆସୋସିଏସନ୍‌ ପକ୍ଷରୁ ଅୟୋଜିତ ବାଲେଶ୍ୱର ପ୍ରିମିୟର ଲିଗର ନବମ ସଂସ୍କରଣ ସ୍ଥାନୀୟ ପରମିଟ୍‌ ପଡିଆରେ ଉଦଘାଟିତ ହୋଇଯାଇଛି। ବାଲେଶ୍ୱର ପୌରପାଳିକାର ଅଧ୍ୟକ୍ଷ ଆଲୋକ ସାହୁ ଏଥିରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ଖେମକା ଅଟୋମୋବାଇଲ୍ସର ପରିଚାଳକ ପ୍ରମୋଦ ଖେମକା ଯୋଗଦେଇଥିଲେ। ୧୧ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍‌ାମେଣ୍ଟରେ ୬ଟି ଟିମ୍‌ ଅଂଶଗ୍ରହଣ କରିଛନ୍ତି। ୯ ଓ ୧୦ ତାରିଖରେ ସେମିଫାଇନାଲ୍‌ ମ୍ୟାଚ୍‌ ଦିବାରାତ୍ର ସହ ୧୧ ତାରିଖରେ ଫାଇନାଲ୍‌ ମ୍ୟାଚ୍‌ ମଧ୍ୟ ଦିବାରାତ୍ର ଅନୁଷ୍ଠିତ ହେବ। ଆସନ୍ତାକାଲି ପ୍ରଥମ ମ୍ୟାଚରେ ବାଲେଶ୍ୱର ୱାରିୟର୍ସ, ପଲ୍ଲବୀ ରାଇଡର୍ସକୁ ଭେଟିବା ଉଦଘାଟନୀ ଉତ୍ସବରେ ଫ୍ରାଞ୍ଚାଇଜି ଦିଲ୍ଲୀପ ତରାଇ, କେଶବ ଦାସ, ପ୍ରକାଶ ନାୟକ, ଦୀପକ ମଲ୍ଲିକ, ସୌଭାଗ୍ୟ ମାନସ, ଗୌରଗୋପାଳ ନାୟକ, ଆସୋସିଏସନ୍‌ ସଭାପତି ଲକ୍ଷ୍‌ମୀନାରାୟଣ ମହାନ୍ତି, ସଂପାଦକ ସପନ କୁମାର ଖିଲାର ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ୬ଟି ଟିମର ସବୁ ଖେଳାଳିଙ୍କୁ ସ୍ୱାଗତ କରାଯିବା ସହିତ ସମ୍ବର୍ଧନା ପ୍ରଦାନ କରାଯାଇଥିଲା। ବାଲେଶ୍ୱର ପ୍ରିମିୟର ଲିଗର ଅଧ୍ୟକ୍ଷ ରାଜେଶ ମହାପାତ୍ର ଏଥିରେ ସଭାପତିତ୍ୱ କରିଥିଲେ। ଅମିତ ଅମିତାଭ ମହାକୁଡ ପରିଚାଳନା କରିଥିବା ବେଳେ କାର୍ଯ୍ୟକାରୀ ସଂପାଦକ ବିଶ୍ୱରଂଜନ ରାଉତ, ସେଖ୍‌ ଇଫତିକାର, ରାଜେଶ ନାୟକ, ନୀଳମାଧବ ବିଶ୍ୱାଳ, ଭରତ ଭୂଷଣ ଦାସ, ରାଜେଶ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe