ରାଜ୍ୟ ତୀରନ୍ଦାଜି ପ୍ରତିଯୋଗିତା ଆରମ୍ଭ

ରାଜ୍ୟ ତୀରନ୍ଦାଜି ପ୍ରତିଯୋଗିତା ଆରମ୍ଭ

କଟକ : ଓଡ଼ିଶା ତୀରନ୍ଦାଜି ସ˚ଘ ଆନୁକୂଲ୍ୟରେ ବାରବାଟୀ ଷ୍ଟାଡିୟମରେ ୨୨ତମ ରାଜ୍ୟ ତୀରନ୍ଦାଜି ପ୍ରତିଯୋଗିତା ଶୁକ୍ରବାରଠାରୁ ଆରମ୍ଭ ହୋଇଛି। ପ୍ରତିଯୋଗିତାର ପ୍ରଥମ ଦିବସରେ ଶିଶୁ ବିଭାଗର ଇଣ୍ତିଆନ୍‌ ଓ ରିକର୍ଭ ବିଭାଗରେ ପ୍ରତିଯୋଗିତା ହୋଇଥିଲା। ଇଣ୍ତିଆନ୍‌ ରାଉଣ୍ତ ବାଳକ ବିଭାଗରେ ଭଦ୍ରକର ପୀୟୂଷ ପ୍ରିତମ ଦୀକ୍ଷିତ, ବାଳିକାରେ କଟକର ପ୍ରିଶା ମିଶ୍ର, ରିକର୍ଭ ରାଉଣ୍ତ ବାଳକରେ କଟକର ଜେ ଭିହାନ ରେଡ୍ଡୀ, ବାଳିକାରେ ବୌଦ୍ଧର ହିମାଦ୍ରୀ ବଗର୍ତ୍ତି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହି ପ୍ରତିଯୋଗିତାରେ ଇଣ୍ତିଆନ୍‌, ରିକର୍ଭ ଓ କମ୍ପାଉଣ୍ତ ବିଭାଗରେ କ୍ରୀଡ଼ାବିତ୍‌ମାନେ ପ୍ରତିଦ୍ବନ୍ଦ୍ବିତା କରିବେ। ଶିଶୁ ବ୍ୟତୀତ ମିନି, ଉପ କନିଷ୍ଠ, କନିଷ୍ଠ ଓ ବରିଷ୍ଠ ବିଭାଗରେ ଖେଳ ଅନୁଷ୍ଠିତ ହେବ। ପ୍ରତିଯୋଗିତା ପାଇଁ ପାଖାପାଖି ୨୫୦ ଜଣ ପ୍ରତିଯୋଗୀ ନାମ ପଞ୍ଜିକରଣ କରିଥିବା ସୂଚନା ଦିଆଯାଇଛି।

ସ˚ଘ ଉପସଭାପତି ରବି ପଟ୍ଟନାୟକଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଯୋଜନା, ପରିବହନ ଓ ବାଣିଜ୍ୟ ମନ୍ତ୍ରୀ ପଦ୍ମନାଭ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସା˚ସଦ ସୁବାସ ସି˚ହ, ତୀରନ୍ଦାଜି ସ˚ଘ ଉପସଭାପତି ଶ୍ରୀଧର ଦାସ, ସରୋଜ କୁମାର ସି˚ହ, ସମ୍ପାଦକ ଶ୍ରଦ୍ଧାନନ୍ଦ ଦାସ, ଯୁଗ୍ମ ସମ୍ପାଦକ ସମ୍ପୂର୍ଣ୍ଣାନନ୍ଦ ଦାସ, ଓସିଏ ସମ୍ପାଦକ ସ˚ଜୟ ବେହେରା, ନିଉ ଲାଇଫ ଡାଇଗ୍ନୋଷ୍ଟିକ ସେଣ୍ଟର ପରିଚାଳନା ନିର୍ଦ୍ଦେଶକ କ୍ଷୀତିଶ ଚନ୍ଦ୍ର ପାତ୍ର, ଦିଲ୍ଲୀପ-ସମୀର ଆସୋସିଏଟ୍‌ର ଅ˚ଶୀଦାର ସମୀର କୁମାର ପରିଜା ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe