ରାଜ୍ୟ ଦୌଡ଼କୁଦ ଉଦ୍‌ଯାପିତ: କଟକ ଦଳଗତ ବିଜେତା, ମନୀଷା ଓ ବିଘ୍ନରାଜ ଶ୍ରେଷ୍ଠ

Advertisment

ଦୂତି, ଜଉନା, ଅମିୟଙ୍କ ଆଧିପତ୍ୟ

ଦୂତି, ଜଉନା, ଅମିୟଙ୍କ ଆଧିପତ୍ୟ

ରାଜ୍ୟ ଦୌଡ଼କୁଦ ଉଦ୍‌ଯାପିତ: କଟକ ଦଳଗତ ବିଜେତା, ମନୀଷା ଓ ବିଘ୍ନରାଜ ଶ୍ରେଷ୍ଠ

କଟକ: ବାରବାଟୀ ଷ୍ଟାଡିୟମରେ ତିନିଦିନ ଧରି ଚାଲିଥିବା ୬୭ତମ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତା ସୋମବାର ଉଦ୍‌ଯାପିତ ହୋଇଛି। ମନୀଷା ମେରେଲ ପ୍ରତିଯୋଗିତାର ଶ୍ରେଷ୍ଠ କ୍ରୀଡ଼ାବିତ୍‌ ଭାବେ ପୁରସ୍କୃତ ହୋଇଛନ୍ତି। ୨୦ ବର୍ଷରୁ କମ୍‌ ବାଳିକା ବିଭାଗରେ ମନୀଷା ମୋଟ ୯୨୩ ପଏଣ୍ଟ ହାସଲ କରିଥିଲେ। ସେହିପରି ପୁରୁଷ ବିଭାଗରେ ବିଘ୍ନରାଜ ମିରିଡ଼ିଆ ମୋଟ ୮୭୦ ପଏଣ୍ଟ ସହ ଶ୍ରେଷ୍ଠ କ୍ରୀଡ଼ାବିତ୍‌ ବିବେଚିତ ହୋଇଛନ୍ତି। ଦଳଗତ ଭାବେ କଟକ ୫୫୭ ପଏଣ୍ଟ ସହ ବିଜେତା ଏବଂ ସୁନ୍ଦରଗଡ଼ ୨୬୪ ପଏଣ୍ଟ ସହିତ ଉପ ବିଜେତା ହୋଇଛନ୍ତି। ଅନ୍ୟପକ୍ଷରେ ପୁରୁଷ ବିଭାଗରେ ଓଡ଼ିଶା ପୁଲିସ୍‌ ୧୨୮ ପଏଣ୍ଟ ଓ ମହିଳାରେ କଟକ ୯୩ ପଏଣ୍ଟ ପାଇ ବିଜେତା ହୋଇଥିଲେ। ଅନ୍ୟ ବୟସବର୍ଗ ମଧ୍ୟରେ ୧୪ ବର୍ଷରୁ କମ୍‌ ବାଳିକାରେ ସୁନ୍ଦରଗଡ଼ ୪୩ ପଏଣ୍ଟ, ବାଳକରେ ଭୁବନେଶ୍ବର ୨୬ ପଏଣ୍ଟ, ୧୬ ବର୍ଷରୁ କମ୍‌ ବାଳିକାରେ ଭୁବନେଶ୍ବର ୬୪ ପଏଣ୍ଟ ଓ ବାଳକରେ ୫୩ ପଏଣ୍ଟ, ୧୮ ବର୍ଷରୁ କମ୍‌ ବାଳିକାରେ କଟକ ୫୫ ପଏଣ୍ଟ ଓ ବାଳକରେ ୯୭ ପଏଣ୍ଟ, ୨୦ ବର୍ଷରୁ କମ୍‌ ବାଳିକାରେ କଟକ ୭୦ ପଏଣ୍ଟ ଓ ବାଳକରେ ୬୫ ପଏଣ୍ଟ ପାଇଛନ୍ତି।

ତୃତୀୟ ଦିନରେ ଇଭେଣ୍ଟ ଗୁଡ଼ିକ ମଧ୍ୟରୁ ଦୁଇଟିରେ ନୂଆ କୀର୍ତ୍ତିମାନ ହୋଇଥିଲା। ମହିଳା ୩,୦୦୦ ମିଟର ଷ୍ଟିପଲ ଚେଜ୍‌ରେ ପାର୍ବତୀ ମାଝୀ ୧୨:୧୧.୮ ସେକେଣ୍ତ ସହ ନୂଆ ରାଜ୍ୟ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ୨୦ ବର୍ଷରୁ କମ୍‌ ବାଳକ ହାମର ଥ୍ରୋରେ ଅଭିଷେକ ପଣ୍ତା ୪୩.୦୪ ମିଟର ସହ ନୂଆ ମିଟ୍‌ କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି। ଏହାକୁ ମିଶାଇ ତିନିଦିନ ମଧ୍ୟରେ ମୋଟ ୧୦ କୀର୍ତ୍ତିମାନ ସୃଷ୍ଟି ହୋଇଥିବାବେଳେ ସେଥିମଧ୍ୟରେ ଦୁଇଟି ରାଜ୍ୟ କୀର୍ତ୍ତିମାନ ଅନ୍ତର୍ଭୁକ୍ତ। ଉଦ୍‌ଯାପନୀ ସମାରୋହରେ ରାଜ୍ୟ ଯୁବ କଲ୍ୟାଣ ବୋର୍ଡ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ଓଡ଼ିଶା ଦୌଡ଼କୁଦ ସ˚ଘର ସଭାପତି ଜଗମୋହନ ପଟ୍ଟନାୟକ, ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ସହ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

କଟକ: ବାରବାଟୀ ଷ୍ଟାଡିୟମରେ ସୋମବାର ଉଦ୍‌ଯାପିତ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତା ଶେଷ ଦିନରେ ଆନ୍ତର୍ଜାତିକ ତାରକାମାନେ ସେମାନଙ୍କ ଆଧିପତ୍ୟ କାଏମ ରଖିଥିଲେ। ମହିଳା ୨୦୦ ମିଟର ଦୌଡ଼ରେ ଦୂତି ଚାନ୍ଦ ୨୪.୨ ସେକେଣ୍ଡ୍‌ରେ ସ୍ବର୍ଣ୍ଣ ପାଇଥିଲେ। ତାଙ୍କ ପଛକୁ ବୋନିତା ଲାକ୍ରା ୨୫.୦ ସେକେଣ୍ଡ୍‌ରେ ରୌପ୍ୟ ଓ ବିପ୍ଲବିନୀ ସ ୨୬.୯ ସେକେଣ୍ଡ୍‌ରେ କା˚ସ୍ୟ ପଦକ ପାଇଛନ୍ତି। ୪୦୦ ମିଟର ବାଧାଦୌଡ଼ରେ ଜଉନା ମୁର୍ମୁ ୧:୯.୬ ସେକେଣ୍ଡ୍‌, ଜସ୍ମିନ କିସ୍କୁ ୧:୧୩.୦ ସେକେଣ୍ଡ୍‌ ଓ ଲକ୍ଷ୍ମୀପ୍ରିୟା ରାଉତ ୧:୧୭.୨ ସେକେଣ୍ଡ୍‌ରେ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ହୋଇଛନ୍ତି। ଅନ୍ୟପକ୍ଷରେ ପୁରୁଷ ୨୦୦ ମିଟର ଦୌଡ଼ରେ ଅମିୟ ମଲ୍ଲିକ ୨୨.୫ ସେକେଣ୍ଡ୍‌ ସହ ସ୍ବର୍ଣ୍ଣ ପଦକ ପାଇଛନ୍ତି। ତାଙ୍କ ବ୍ୟତୀତ ମଧୁସୂଦନ ସବର ୨୨.୭ ସେକେଣ୍ଡ୍‌ରେ ରୌପ୍ୟ ଓ ବିରୂପାକ୍ଷ ଡିଗଲ ୨୩.୨ ସେକେଣ୍ଡ୍‌ରେ କା˚ସ୍ୟ ପଦକ ଜିତିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe