ରାଜ୍ୟ ଦୌଡ଼କୁଦ: ୪ ନୂଆ ମିଟ୍‌ ରେକର୍ଡ

ରାଜ୍ୟ ଦୌଡ଼କୁଦ: ୪ ନୂଆ ମିଟ୍‌ ରେକର୍ଡ

ଭୁବନେଶ୍ବର: କିଟ୍‌ ବିଶ୍ବବିଦ୍ୟାଳୟ ଆଥ୍‌ଲେଟିକ୍ସ ଷ୍ଟାଡିୟମ୍‌ ଟ୍ରାକ୍‌ରେ ଚାଲିଥିବା ୬୮ତମ ରାଜ୍ୟ ଦୌଡ଼କୁଦ ପ୍ରତିଯୋଗିତାରେ ଅଲିମ୍ପିଆନ୍‌ ଦୂତି ଚାନ୍ଦ ୧୦୦ ମିଟର୍‌ ‌ଦୌଡ଼ରେ ନୂଆ ରାଜ୍ୟ କୀର୍ତ୍ତିମାନ ସହ ସ୍ବର୍ଣ୍ଣ ପଦକ ବିଜୟିନୀ ହୋଇଛନ୍ତି। ଦୂତି ଶନିବାର ପୂର୍ବାହ୍‌ଣରେ ୧୧.୭ ସେକେଣ୍ଡ୍‌ ସମୟ ସହ ପ୍ରଥମ ସ୍ଥାନରେ ରହିଥିଲେ। ପ୍ରତିଯୋଗିତାର ଦ୍ବିତୀୟ ଦିବସରେ ୪ଟି ମିଟ୍‌ ରେକର୍ଡ ପ୍ରତିଷ୍ଠା ହୋଇଛି। ୧୬ ବର୍ଷରୁ କମ୍‌ ବାଳକରେ କଟକର ଓମକାର ପ୍ରସାଦ ନନ୍ଦ (ହାମର ଥ୍ରୋ, ୫୪.୯୨ ମିଟର୍‌), ୨୦ ବର୍ଷରୁ କମ୍ ବାଳକରେ ପୁରୀର ରାଜେଶ କୁମାର ସ୍ବାଇଁ (ହାମର ଥ୍ରୋ, ୪୮.୫୨ ମିଟର୍‌), ଭୁବନେଶ୍ବରର ଆର୍ଯ୍ୟନ ଏକ୍କା (୧୦୦ ମିଟର ଦୌଡ, ୧୦.୬୨ ସେକେଣ୍ଡ୍‌) ଏବଂ ୧୮ ବର୍ଷରୁ କମ୍‌ ବାଳକରେ ନବରଙ୍ଗପୁରର ମହେନ୍ଦ୍ର ସାନ୍ତା (୧୦୦ ମିଟର୍‌, ୧୦.୭୫ ସେକେଣ୍ଡ୍‌) ଏହି ୪ ରେକର୍ଡ କରିଥିଲେ।

ଶୁକ୍ରବାର ପ୍ରଥମ ଦିନରେ ପୁ‌ରୁଷ ବର୍ଗରେ କଟକର ଦେବାଶିଷ ପଟ୍ଟନାୟକ (୮୦୦ ମିଟର୍‌), ଓଡ଼ିଶା ପୁଲିସ୍‌ର ଅଶୋକ ଦଣ୍ଡସେନା (୫୦୦୦ ମିଟର୍‌), ବରଗଡ଼ର ନୈରୁତ୍ତା ସାହୁ (ହାଇଜମ୍ପ), କଟକର ହରି ବେହେରା (ସଟ୍ ପୁଟ୍‌) ଏବଂ ମହିଳାରେ ବରଗଡ଼ର ନମିତା ପ୍ରଧାନ (୮୦୦ ମିଟର୍‌), ଝାରୁସୁଗୁଡ଼ାର ନୈନା ପଟେଲ୍‌ (୫୦୦୦ ମିଟର୍‌), ବରଗଡ଼ର ସୁରସ୍ମିତା ବାଗରା (ଲଙ୍ଗଜମ୍ପ) ଏବଂ ସମ୍ବଲପୁରର ଗୋଲାପୀ କାଲୋ (ଜାଭଲିନ୍‌) ସ୍ବର୍ଣ୍ଣ ପଦକ ଜିତିବାରେ ସକ୍ଷମ ହୋଇଥିଲେ।

ବିଭିନ୍ନ ବୟସ ବର୍ଗରେ ଅନି ସଲବମ୍‌, ଆୟୂଷ ରଂଜନ ସାମଲ, ସନ୍ତୋଷ କିର୍ସାନୀ, ପ୍ରସାଦ ଜାନି, ମୁକୁନ୍ଦ କୋପେ, ଜାନକୀ କେ ନାଏକ, ଓମ୍‌କାର ପ୍ରସାଦ ନନ୍ଦ, ପଙ୍କଜ ମଣ୍ଡଳ, ନାଗେଶ ସୁନେମ, ଦୟାନିଧି ମୁଣ୍ଡା, ରୋହିତ କୁମାର, ନିଖିଳ କୁମାର ଦାସ, ପ୍ରଦ୍ୟୁମ୍ନ ଜୋ, ଦିଲୀପ ନାଏକ, ରଶ୍ମି ରଂଜନ ନାୟକ, ସ୍ବାଧୀନ କୁମାର ମାଝୀ, ଲଛୁମନ ଶର୍ମା, କବିତା ମହାନ୍ତ, ପାର୍ବୀତ ହାଁସଦା, ତେଜସ୍ବିନୀ ଧଳ, ସ୍ମରଣିକା ସାହୁ, ରବିୟା ଫିର୍ଡୋସ୍‌, ରିଚା ଜୟସ୍ବାଲ, ମମତା ପ୍ରଧାନ, ଲକ୍ଷ୍ମୀପ୍ରିୟା କିସାନ୍‌, ସବିତା ଟୋପ୍ପୋ, ଜ୍ୟୋତ୍ସ୍ନା ପି ସାହୁ, ମୋନାଲିସା ରାଉତ, ସୁସ୍ମିତା ସିଂହ, ଆରାଧନା ଗୁପ୍ତା, ଧନଲକ୍ଷ୍ମୀ ଖେସ୍‌, ବିବତା ସାନ୍ତା, ସନ୍ଧ୍ୟା ମୁର୍ମୁ, ମନୀଷା ମେରେଲ୍, ପ୍ରିୟଙ୍କା ସାହୁ, ଲାଲୁ ପ୍ରସାଦ ଭୋଇ ପ୍ରମୁଖ ନିଜ ନିଜ ଇଭେଣ୍ଟରେ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ବରିଷ୍ଠ ବର୍ଗ ସହିତ ୧୪, ୧୬, ୧୮, ୨୦, ୨୩ ବର୍ଷରୁ କମ୍‌ ପୁରୁଷ ଓ ମହିଳା ବର୍ଗରେ ପ୍ରତିଯୋଗିତା ହେଉଛି। ପ୍ରଥମ ଥର ପାଇଁ ରାଜ୍ୟ ପ୍ରତିଯୋଗିତା ଆଥ୍‌ଲେଟିକ୍ ଟ୍ରାକ୍‌ରେ ଆୟୋଜିତ ହୋଇଥିବାରୁ ଖେଳାଳିଙ୍କ ପ୍ରଦର୍ଶନରେ ଏହା ଉନ୍ନତି ଆଣିବ ବୋଲି ଅଲିମ୍ପିଆନ୍ ଅନୁରାଧା ବିଶ୍ବାଳ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe