କଟକ: ରାଜସ୍ଥାନର ଚିରଓ୍ଵାଠାରେ ଫେବ୍ରୁଆରି ୮ରୁ ୧୩ ତାରିଖ ପର୍ଯ୍ୟନ୍ତ ଜାତୀୟ ଉପ କନିଷ୍ଠ ଭଲିବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିରେ ଅଂଶଗ୍ରହଣ କରିବାକୁଥିବା ଓଡ଼ିଶା ଦଳର ଚୟନ ଶିବିର ଫେବ୍ରୁଆରି ୩ ତାରିଖ ସକାଳ ୮ରୁ କିଟ୍ରେ ଅନୁଷ୍ଠିତ ହେବ। ଯେଉଁ ଖେଳଳିମାନେ ୨୦୦୨ ମସିହା ଜାନୁଆରି ୧ ତାରିଖ କିମ୍ବା ତାହା ପରେ ଜନ୍ମଗ୍ରହଣ କରିଥିବେ ସେମାନେ ଶିବିରରେ ଯୋଗଦେଇପାରିବେ। ଦିନିକିଆ ମନୋୟନ ଶିବିରରୁ ଖେଳାଳି ଚୟନ ହେବା ପରେ ସେଠାରେ ଅଭ୍ୟାସ ଶିବିର ଜାରି ରହିବ ବୋଲି ରାଜ୍ୟ ଭଲିବଲ୍ ସଂଘର ସଂପାଦକ ପ୍ରଦୀପ ମହାନ୍ତି ଜଣାଇଛନ୍ତି।
ରାଜ୍ୟ ଭଲିବଲ୍ ଚୟନ ଶିବିର ଫେବ୍ରୁଆରି ୩ରେ
Advertisment
Follow Us