ଭୁବନେଶ୍ବର: ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ୍ କୁସ୍ତି ଗୃହରେ ରାଜ୍ୟ କ୍ୟାଡେଟ୍ ଓ କନିଷ୍ଠ ମହିଳା କୁସ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ୭ ଜିଲ୍ଲାରୁ ପ୍ରାୟ ୫୦ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ। କ୍ୟାଡେଟ୍ ବର୍ଗରେ ନାନୁ କେୱାଟ (ସମ୍ବଲପୁର, ୪୦ କେଜି) ପ୍ରଥମ, ନିତୁ କେୱାଟ (ସମ୍ବଲପୁର, ୪୩ କେଜି) ପ୍ରଥମ, ଜସ୍ମିନ ବେଗମ୍ (କଟକ, ୪୩ କେଜି) ଦ୍ବିତୀୟ, ବିନିତା ପାତ୍ର (କଟକ, ୪୬ କେଜି) ପ୍ରଥମ, ଭାରତୀ ଟଣ୍ଡନ (ସମ୍ବଲପୁର) ଦ୍ବିତୀୟ, ମାନସୀ ବଟୁ (କଟକ, ୪୯ କେଜି) ପ୍ରଥମ, ଲିପା ସାହୁ (ପୁରୀ) ଦ୍ବିତୀୟ, ସୋନମ୍ ମହାପାତ୍ର (ପୁରୀ, ୫୩ କେଜି) ପ୍ରଥମ, ଚଞ୍ଚଲ ଜେନା (ସମ୍ବଲପୁର) ଦ୍ବିତୀୟ, ତମନ୍ନା ଗୋପେ (ସମ୍ବଲପୁର, ୫୭ କେଜି) ପ୍ରଥମ, ପୁଷ୍ପାଞ୍ଜଳି ମହାପାତ୍ର (ପୁରୀ) ଦ୍ବିତୀୟ ସ୍ଥାନ ଅକ୍ତିଆର କରିଥିଲେ। ଅନ୍ୟପକ୍ଷରେ କନିଷ୍ଠ ମହିଳା ବର୍ଗର ୫୦ କେଜିରେ ସୁପ୍ରିୟା ମହାପାତ୍ର ପ୍ରଥମ, ଶୁଭଶ୍ରୀ ବେହେରା ଦ୍ବିତୀୟ, ୫୩ କେଜିରେ ଆଲୋକରଶ୍ମି ଗୁରୁ ପ୍ରଥମ, ସନ୍ତୋସୀନି ନାୟକ ଦ୍ବିତୀୟ, ୫୫ କେଜିରେ ଦିବ୍ୟଜ୍ୟୋତି ନାୟକ ପ୍ରଥମ, ୫୭ କେଜିରେ ପିଂଜା ମହାନ୍ତି ପ୍ରଥମ, ମିତାଲି ନାୟକ ଦ୍ବିତୀୟ, ୫୯ କେଜିରେ ମୋନାଲିସା ବଟୁ ପ୍ରଥମ, ୬୨ କେଜିରେ ମୌସୁମୀ ମଧୁସ୍ମିତା ସିଂହ ପ୍ରଥମ ସ୍ଥାନ ପାଇଛନ୍ତି। ପ୍ରତିଯୋଗିତାକୁ ସମ୍ବଲପୁରର ରବି ପଟ୍ଟନାୟକ ଉଦ୍ଘାଟନ କରିଥିଲା ବେଳେ ଦେବେନ୍ଦ୍ର ସାହୁ, ଭାରତଭୂଷଣ ସ୍ବାଇଁ, କିଶୋର ବେହେରା, କାଳନ୍ଦୀ ମାଳିଆ, ସ୍ବପ୍ନେଶ୍ବର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ବୈଷୟିକ ଅଧିକାରୀ ଭାବେ ସନ୍ତୋଷ କୁମାର ଦାସ, ଲକ୍ଷ୍ମୀପ୍ରସାଦ ପଟ୍ଟନାୟକ, ଅମ୍ବାଳିକା ଜେନା, ଶ୍ୟାମସୁନ୍ଦର ମହାପାତ୍ର, କୃଷ୍ଣମୋହନ ପାତ୍ର, ସନ୍ତୋଷ କୁମାର ସାହୁ, କୃଷ୍ଣଚନ୍ଦ୍ର ଦାସ, ହରିହର କର ଓ ଅମ୍ରିତ କୁମାର ସାହୁ ପରିଚାଳନା କରିଥିଲେ। କୁସ୍ତି ପ୍ରତିଯୋଗିତାକୁ ହରିପ୍ରସାଦ ପଟ୍ଟନାୟକ ପରିଚାଳନା କରିଥିଲେ। ରାଜ୍ୟ କୁସ୍ତି ସଂଘର ସଂପାଦକ ବିନୋଦଚନ୍ଦ୍ର ଦାସ ଓ ସଭାପତି ରାମଚନ୍ଦ୍ର ପାଢି କୃତୀ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us