ଆଶୀର୍ବାଦ ହେଲେ ଫାଓ ସମ୍ପାଦକ

Advertisment
ଆଶୀର୍ବାଦ ହେଲେ ଫାଓ ସମ୍ପାଦକ

କଟକ: ରାଜ୍ୟ ଫୁଟ୍‌ବଲ ସ˚ଘ (ଫାଓ)ର ସମ୍ପାଦକ ଭାବେ ଆଶୀର୍ବାଦ ବେହେରାଙ୍କ ନାମକୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି। ଯଦିଓ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବା ପରେ ଆଶୀର୍ବାଦ ଅପ୍ରତିଦ୍ବନ୍ଦ୍ବୀ ରହିଥିଲେ। ରବିବାର ଓସିଏ କନ୍‌ଫରେନ୍ସ ହଲ୍‌ରେ ଆୟୋଜିତ ଫାଓ ସାଧାରଣ ପରିଷଦ ବୈଠକରେ ନିର୍ବାଚନ ଅଧିକାରୀ ଉପେନ୍ଦ୍ର କୁମାର ଦାଶ ଏ ସ˚କ୍ରାନ୍ତରେ ଘୋଷଣା କରିଛନ୍ତି। ଆଶୀର୍ବାଦଙ୍କ ସହ ବାରବାଟୀ କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ସଭାପତି ପଦ ବଜାୟ ରଖିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଶ୍ରୀକର ମିଶ୍ର କାର୍ଯ୍ୟକାରୀ ସଭାପତି, ବିଜୟ ଦାସ, ଦିଲ୍ଲୀପ କୁମାର ସାହୁ, ରବିନାରାୟଣ ପଣ୍ତା, ପ୍ରଦୀପ କିଶୋର ମହାନ୍ତି, ହୃଦୟ ର˚ଜନ ବେହେରା, ବସନ୍ତ କୁମାର ପାଣିଗ୍ରାହୀ, ରାଜେନ୍ଦ୍ର କୁମାର ମହାନ୍ତି, ପ୍ରଦୀପ କୁମାର ଦାଶ ଉପସଭାପତି, ଅଭିଜିତ ପାଲ୍‌, ମହମ୍ମଦ ସାହିଦ ଜବାର, ବିଶ୍ବର˚ଜନ ଘଡେ଼ଇ ଯୁଗ୍ମ ସମ୍ପାଦକ ଓ ଭକ୍ତବଲ୍ଲଭ ଦାସ କୋଷାଧ୍ୟକ୍ଷ ଭାବେ ଘୋଷିତ ହୋଇଛନ୍ତି। ଏମାନେ ଆସନ୍ତା ୪ ବର୍ଷ ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ। ଏହି ଅବସରରେ ପୂର୍ବତନ ସମ୍ପାଦକ ତଥା ଓସିଏ ସମ୍ପାଦକ ସ˚ଜୟ ବେହେରାଙ୍କୁ ଫାଓ ପକ୍ଷରୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe