ନଭେମ୍ବର ୩ ସୁଦ୍ଧା ଫାଓ ନିର୍ବାଚନ, ସ˚ଜୟଙ୍କ ଉପରେ କ୍ଷୁବ୍ଧ ହୋଇ ଇସ୍ତଫା ଦେଲେ ବିଜୟ

Advertisment
ନଭେମ୍ବର ୩ ସୁଦ୍ଧା ଫାଓ ନିର୍ବାଚନ, ସ˚ଜୟଙ୍କ ଉପରେ କ୍ଷୁବ୍ଧ ହୋଇ ଇସ୍ତଫା ଦେଲେ ବିଜୟ

କଟକ: ରାଜ୍ୟ ଫୁଟ୍‌ବଲ ସ˚ଘ (ଫାଓ)ରେ କେହି ଜଣେ ବି ସଦସ୍ୟ ନାହାନ୍ତି। ବିନା ସଦସ୍ୟତାରେ ଦୀର୍ଘ ୯ ବର୍ଷ ଧରି ସ˚ଘ କାର୍ଯ୍ୟ କରୁଛି। ସବୁବେଳେ ସ୍ବୀକୃତିପ୍ରାପ୍ତ କ୍ଲବ୍‌, ଅନୁବନ୍ଧିତ ସ˚ସ୍ଥା ବୋଲି କୁହାଯାଇଆସୁଥିଲେ ବି ବାସ୍ତବରେ ଆଇଜିଆର‌୍‌ରେ ପଞ୍ଜିକୃତ ସମ୍ବିଧାନରେ କେହି ଜଣେ ସଦସ୍ୟଙ୍କ ନାମ ଉଲ୍ଲେଖ କରାଯାଇନଥିବା ଜଣାପଡିଛି। ଶନିବାର ‘ଫାଓ’ର କାଉନସିଲ ବୈଠକରେ ଏହାକୁ ନେଇ ଆଲୋଚନା ହୋଇଥିଲା ବେଳେ ନିର୍ବାଚନ ପୂର୍ବରୁ ସମ୍ବିଧାନରେ ସ˚ଶୋଧନ କରାଯାଇ କ୍ଲବ୍‌, ସ୍କୁଲ୍‌, କଲେଜ ଓ ଅନ୍ୟାନ୍ୟ ସ˚ଗଠନମାନଙ୍କ ନାମକୁ ଯୋଡ଼ାଯିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବରୁ ରାଜ୍ୟରେ ଓଡ଼ିଶା ଫୁଟ୍‌ବଲ ସ˚ଘ (ଓଫା) କାର୍ଯ୍ୟ କରୁଥିଲା। କିନ୍ତୁ କେତେକେ ନ୍ୟାୟିକ ସମସ୍ୟା ଦେଖାଦେବାରୁ ଓଫାର ନାମକୁ ଫାଓକୁ ପରିବର୍ତ୍ତନ କରି ନୂଆ ସ˚ଘ ୨୦୧୦ରେ ଗଠନ କରାଗଲା। ତରବରିଆ ଭାବେ ସମ୍ବିଧାନକୁ ପଞ୍ଜୀକରଣ କରାଯାଇଥିବାରୁ ସେଥିରେ ଅନେକ ଅନୁଚ୍ଛେଦକୁ ସ୍ଥାନ ଦିଆଯାଇପାରିନଥିବା କୁହାଯାଇଛି। କିନ୍ତୁ ସ˚ଘ ଗଠନ ହେବା ଦିନଠୁ କୌଣସି କର୍ମକର୍ତ୍ତାଙ୍କୁ କିମ୍ବା କାଉନସିଲ ସଦସ୍ୟଙ୍କୁ ଫାଓ ସମ୍ବିଧାନର ନକଲ ଦିଆଯାଉନଥିଲା। କିନ୍ତୁ ଏବେ କିଛି କର୍ମକର୍ତ୍ତା ଏହା ଉପରେ ଖୋଳତାଡ କରିବା ପରେ ବାସ୍ତବ ସତ ସାମ୍ନାକୁ ଆସିଛି। ସମ୍ବିଧାନ ସ˚ଶୋଧନ ହେବା ପରେ ନଭେମ୍ବର ୩ ତାରିଖ ସୁଦ୍ଧା ନିର୍ବାଚନ ଶେଷ କରିବାକୁ ଏହି ବୈଠକରେ ସ୍ଥିର ହୋଇଥିବା ଜଣାପଡିଛି।

ପୂର୍ବରୁ ସେପ୍ଟେମ୍ବର ୨୨ ତାରିଖରେ ଅଲିମ୍ପିକ ସ˚ଘ ସାଧାରଣ ପରିଷଦ ବୈଠକ ଦିନ ଫାଓ ନିର୍ବାଚନ କରାଇବାକୁ ତାରିଖ ଧାର୍ଯ୍ୟ ହୋଇଥିଲା। କିନ୍ତୁ ବିଭିନ୍ନ ଆଳ ଦେଖାଇ ଏହାକୁ ନଭେମ୍ବର ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ସେହିପରି କୋଷାଧ୍ୟକ୍ଷଙ୍କ ଅନୁପସ୍ଥିତିରେ ଚଳିତ ବର୍ଷ ପାଇଁ ୮୨ ଲକ୍ଷ ଟଙ୍କାର ଅଟକଳ ମଧ୍ୟ ପାସ୍‌ କରାଯାଇଥିବା ଜଣାପଡିଛି। ଫାଓ ସମ୍ପାଦକ ପଦରୁ ସ˚ଜୟ ବେହେରାଙ୍କ ଇସ୍ତଫାକୁ ନେଇ ମଧ୍ୟ ବୈଠକରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ରେଫରି କମିଟି ଅଧ୍ୟକ୍ଷ ସହଦେବ ରାଉତ, ସ˚ଜୟଙ୍କୁ ପ୍ରଶ˚ସାରେ ପୋତି ପକାଇଥିଲେ। ହେଲେ ଯଦି ସେ ଏତେ ଭଲ ଥିଲେ ତାହେଲେ ତାଙ୍କୁ କାହିଁକି ଇସ୍ତଫା ଦେବାରୁ ରୋକାଯାଇନଥିଲା, କୌଣସି ସଦସ୍ୟଙ୍କ ସହିତ ଆଲୋଚନା ନକରି ସେ କିପରି ତାଙ୍କ ପଦବିରୁ ଇସ୍ତଫା ଦେଲେ ବୋଲି ପ୍ରଶ୍ନ ଉଠାଯାଇଥିଲା। ଏପରିକି ଫାଓ ନାମରେ ୩୨ ଲକ୍ଷ ଟଙ୍କାର କରଜ କରାଯାଇଥିବା କୁହାଯାଇଥିଲା ବେଳେ ଏହାକୁ ଶୁଝିବା ସମୟ ବେଳକୁ ସ˚ଜୟ ଇସ୍ତଫା ଦେବା ଗ୍ରହଣୀୟ ନୁହେଁ ବୋଲି ଯୁଗ୍ମ ସମ୍ପାଦକ ବିଜୟ ଦାସ ଯୁକ୍ତି ଉପସ୍ଥାପନ କରିଥିଲେ। କାହା ସହିତ ବିଚାର ବିମର୍ଶ କରିନଥିବାରୁ ବିଜୟ ମଧ୍ୟ ରେଜିଷ୍ଟ୍ରି ପୋଷ୍ଟ ଜରିଆରେ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ଫାଓ ସଭାପତି ଦେବାଶିଷ ସାମନ୍ତରାୟଙ୍କ ନିକଟରୁ ଏହି ଚିଠି ଲେଖିଥିବା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe