ରାଜ୍ୟ ଭିନ୍ନକ୍ଷମ ବ୍ୟାଡ୍‌ମିଣ୍ଟନ ୧୦ରୁ

Advertisment
ସ୍ୱିସ୍‌ ଓପନ୍‌ ଦ୍ୱିତୀୟ ପର୍ଯ୍ୟାୟରେ ଗୁରୁ, ସୌରଭ ଓ ସମୀର

ଭୁବନେଶ୍ୱର: ଓଡ଼ିଶା ପାରା ବ୍ୟାଡ୍‌ମିଣ୍ଟନ୍‌ ସଂଘ ପକ୍ଷରୁ ରାଜ୍ୟସ୍ତରୀୟ ଭିନ୍ନକ୍ଷମ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା ଫେବ୍ରୁଆରି ୧୦ ଓ ୧୧ ତାରିଖ ଦୁଇ ଦିନ ଧରି ୟୁନିଟ୍‌-୧ ଇନଡୋର୍‌ ହଲ୍‌ରେ ଅନୁଷ୍ଠିତ ହେବ। ଏଥିରେ ଗୋଡ଼, ହାତରେ ଭିନ୍ନକ୍ଷମତା ଏବଂ କମ୍‌ ଉଚ୍ଚତା ବିଶିଷ୍ଟ ପୁରୁଷ ଓ ମହିଳା ଖେଳାଳି ଭାଗ ନେଇ ପାରିବେ। ଏଥିରେ ହ୍ଵିଲ୍‌ଚେୟାର ବିଭାଗ ରଖାଯାଇ ନାହିଁ। ଏଥିରେ ଭଲ ପ୍ରଦର୍ଶନ କରିଥିବା ଖେଳାଳି ଜାତୀୟ ଭିନ୍ନକ୍ଷମ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିବେ। ଆଗ୍ରହୀ ଖେଳାଳିମାନେ ୨ଟି ପାସପୋର୍ଟ ଫଟୋ ସହିତ www.odishapba@gmail.com ରେ ପଠାଇବା ସହିତ ୯୮୬୧୦୦୯୩୯୬ ନମ୍ବରରେ ଯୋଗାଯୋଗ କରିବାକୁ ରାଜ୍ୟ ସଂଘ ସଂଯୋଜକ ସୁନୀଲ ପ୍ରଧାନ ଅନୁରୋଧ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe