ରାଜ୍ୟ ଉପକନିଷ୍ଠ ଚେସ୍‌: ୟାଶିତା, ହର୍ଷିତ ବିଜେତା

Advertisment
ରାଜ୍ୟ ଉପକନିଷ୍ଠ ଚେସ୍‌: ୟାଶିତା, ହର୍ଷିତ ବିଜେତା

ଭୁବନେଶ୍ବର: ରାଜ୍ୟ ଉପକନିଷ୍ଠ (୧୬ ବର୍ଷରୁ କମ୍) ଚେସ୍‌ ପ୍ରତିଯୋଗିତା ପୁରୀରେ ଗୁରୁବାର ଶେଷ ହୋଇଛି। ବାଳିକା ବିଭାଗରେ ଖୋର୍ଦ୍ଧା ଜିଲ୍ଲାର ୟାଶିତା ରାଉତ (୪.୫ ପଏଣ୍ଟ) ଏବଂ ସୁହାନା ଜେନା (୪ ପଏଣ୍ଟ) ଯଥାକ୍ରମେ ବିଜୟିନୀ ଓ ଉପବିଜୟିନୀ ହୋଇଛନ୍ତି। ପୁରୀର ପ୍ରତୀଶା ମିତ୍ର (୪ ପଏଣ୍ଟ) ଓ ଖୋର୍ଦ୍ଧାର ଅନିଶା ପାଣ୍ଡେ (୩.୫ ପଏଣ୍ଟ) ପରବର୍ତୀ ଦୁଇ ସ୍ଥାନରେ ରହିବାରୁ ଏହି ୪ ଜଣ ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାର ପ୍ରତିନିଧିତ୍ବ କରିବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ‌ସେହିଭଳି ଓପନ୍‌ ବର୍ଗରେ କଟକର ହର୍ଷିତ ରଂଜନ ସାହୁ (୫ ପଏଣ୍ଟ) ବିଜେତା ହୋଇଥିବା ବେଳେ ୩ ଖୋର୍ଦ୍ଧା ଖେଳାଳି ଓମ୍‌ ଆଦିତ୍ୟ ଖାଡ଼ଙ୍ଗା (୫ ପଏଣ୍ଟ), ଅରିନ ଅନ୍ବେଷ ସ୍ବାଇଁ, ପ୍ରତ୍ୟୁଷ ମହାପାତ୍ର (ଉଭୟ ୪ ପଏଣ୍ଟ) ପରବର୍ତୀ ୩ ସ୍ଥାନରେ ରହି ଜାତୀୟ ଯୋଗ୍ୟତା ଅର୍ଜନ କରିଛନ୍ତି।

ଜାତୀୟ ଉପକନିଷ୍ଠ ଚେସ୍‌ ପ୍ରତିଯୋଗିତା ବିଶାଖାପାଟଣାରେ ୨୦୨୨ ଜାନୁଆରି ୨୩ରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଗୁରୁବାର ଉଦ୍‌ଯାପନୀ ଉତ୍ସବରେ ନିଖିଳ ଓଡ଼ିଶା ଚେସ୍‌ ସଂଘ ସମ୍ପାଦକ ଦେବବ୍ରତ ଭଟ୍ଟ, ପୁରୀ ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ କୁମାର ସାହୁ, ପୁରୀ ଜିଲ୍ଲା‌ ଚେସ୍‌ ସଂଘ ସଭାପତି ନାରାୟଣ ପାତ୍ର, ଉପସଭାପତି ସୁରେଶ ଚନ୍ଦ୍ର ସାହୁ, ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ଅତିଥି ଭାବେ ଯୋଗଦେଇଥିଲେ। ଫିଡେ ଆର୍ବିଟର ସନ୍ତୋଷ କୁମାର ମହାପାତ୍ର ପ୍ରତିଯୋଗିତାର ମୁଖ୍ୟ ଆର୍ବିଟର ଦାୟିତ୍ବ ତୁଲାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe