ରାଜ୍ୟ ଉପକନିଷ୍ଠ ହକି: ସୁନ୍ଦରଗଡ଼ ବିଜେତା

Advertisment
ରାଜ୍ୟ ଉପକନିଷ୍ଠ ହକି: ସୁନ୍ଦରଗଡ଼ ବିଜେତା

ଭୁବନେଶ୍ବର : ହକି ଆସୋସିଏସନ୍‌ ଅଫ୍‌ ଓଡ଼ିଶା (ହାଓ) ଆନୁକୂଲ୍ୟରେ କିଟ୍‌ରେ ଆୟୋଜିତ ରାଜ୍ୟ ଉପକନିଷ୍ଠ ପୁରୁଷ ହକିରେ ସୁନ୍ଦରଗଡ଼ ବିଜେତା ହୋଇଛି। ଶୁକ୍ରବାର ଫାଇନାଲ୍‌ରେ ଏହି ଦଳ ୬-୧ ଗୋଲ୍‌ରେ କିଟ୍‌/କିସ୍‌ ବିଶ୍ବବିଦ୍ୟାଳୟକୁ ପରାସ୍ତ କରିଥିଲା। ତୃତୀୟ/ଚତୁର୍ଥ ସ୍ଥାନ ମ୍ୟାଚ୍‌ରେ ଢେଙ୍କାନାଳ ୬-୧ ଗୋଲ୍‌ରେ ସମ୍ବଲପୁରକୁ ହରାଇ କାଂସ୍ୟ ଜିତିଥିଲା। ସୁନ୍ଦରଗଡ଼ର ବିଲକନ ଓରାମ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ହୋଇଥିଲେ। ସୁନ୍ଦରଗଡ଼ର ବିବେକ ଲାକ୍ରା ଶ୍ରେଷ୍ଠ ଗୋଲ୍‌ରକ୍ଷକ ଓ ଦୀପକ ପ୍ରଧାନ ଶ୍ରେଷ୍ଠ ଅଗ୍ରଭାଗ, କିଟ୍‌ର ସଂଜୀବ ମାଝି ଶ୍ରେଷ୍ଠ ମଧ୍ୟଭାଗ ଓ ଢେଙ୍କାନାଳର ରୋହିତ କୁଲୁ ଶ୍ରେଷ୍ଠ ରକ୍ଷଣଭାଗ ଖେଳାଳି ଭାବେ ପୁରସ୍କୃତ ହୋଇଥିଲେ। ଉଦ୍‌ଯାପନୀ ଉତ୍ସବରେ ଅତିଥି ଭାବେ କିଟ୍‌ ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି, ଅଲିମ୍ପିଆନ୍‌ ଲାଜରୁସ ବାର୍ଲା, ଅନ୍ତର୍ଜାତୀୟ ହକି ଖେଳାଳି ରୋସନ ମିଞ୍ଜ, କ୍ରୀଡ଼ା ବିଭାଗ ଯୁଗ୍ମ ସଚିବ ଶୈଳେନ୍ଦ୍ର କୁମାର ଜେନା ଓ ହକି ‌ନିର୍ଦେଶକ ଡେଭିଡ ଜନ୍‌ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe