ରାଜ୍ୟସ୍ତରୀୟ ବୈତରଣୀ ଫୁଟ୍‌ବଲ୍‌ : ସେମିଫାଇନାଲ୍‌ରେ ବାଲେଶ୍ୱରର ମିସନ୍‌ ଟାଇଗର୍‌

Advertisment
ରାଜ୍ୟସ୍ତରୀୟ ବୈତରଣୀ ଫୁଟ୍‌ବଲ୍‌ : ସେମିଫାଇନାଲ୍‌ରେ ବାଲେଶ୍ୱରର ମିସନ୍‌ ଟାଇଗର୍‌

ବୈତରଣୀରୋଡ଼: ଯାଜପୁର ଜିଲ୍ଲା ବରୁଣ୍ଡେଇ ଡାକ୍ତରଖାନା ପଡ଼ିଆରେ ବୈତରଣୀ ଦୌଡ଼କୁଦ ସଂଘ ଆନୁକୂଲ୍ୟରେ ଚାଲିଥିବା ୪୫ତମ ରାଜ୍ୟସ୍ତରୀୟ ବୈତରଣୀ ଫୁଟ୍‌ବଲ୍‌ ପ୍ରତିଯୋଗିତାର ସେମିଫାଇନାଲ୍‌ରେ ବାଲେଶ୍ୱରର ମିସନ୍‌ ଟାଇଗର୍‌ ଦଳ ପହଞ୍ଚିଯାଇଛି। ସୋମବାର ଦ୍ୱିତୀୟ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ବାଲେଶ୍ୱର ଦଳ ୪-୦ ଗୋଲ୍‌ରେ କେନ୍ଦ୍ରାପଡ଼ା ଦୌଡ଼କୁଦ ସଂଘକୁ ପରାସ୍ତ କରିଦେଇଛି। ପ୍ରଥମାର୍ଧରେ ୩ ଓ ଦ୍ୱିତୀୟାର୍ଧରେ ଗୋଟିଏ ଗୋଲ୍‌ ହୋଇଥିଲା। ମାନସ କୁମାର ବିଶ୍ୱାଳ, ଉତ୍ତମ ବାରିକ ଓ ଜିତେନ୍ଦ୍ର କୁମାର ବାରିକ ଖେଳ ପରିଚାଳନା କରିଥିଲେ। ସ୍କୋରର ହେମନ୍ତ କୁମାର ଦାଶ, ଆଲୋକ ମଲ୍ଲିକ ଓ ନିରଞ୍ଜନ ଚକ୍ରବର୍ତ୍ତୀ ଧାରା ବିବରଣୀ ପ୍ରଦାନ କରିଥିଲେ। ମଙ୍ଗଳବାର ତୃତୀୟ କ୍ୱାର୍ଟର ଫାଇନାଲ ମୟୂରଭଂଜର ନେହରୁ କ୍ଲବ୍‌ ଓ କଟକର ମା’ ମଙ୍ଗଳା କ୍ଲବ୍‌ ମଧ୍ୟରେ ଅନୁଷ୍ଠିତ ହେବ।
ବ୍ୟାସନଗରର ପୂର୍ବତନ ପୌରଧ୍ୟକ୍ଷା ବନ୍ଦିତା ପରିଡ଼ା ମୁଖ୍ୟ ଅତିଥି ଏବଂ ବରୁଣ୍ଡେଇ ସରପଞ୍ଚ ସୌଭାଗ୍ୟ କୁମାର ମହାନ୍ତି, ସମିତି ସଭ୍ୟା ଜୟନ୍ତୀ ସାହୁ, ପୂର୍ବତନ ସରପଞ୍ଚ ଉଦୟନାଥ ପରିଡ଼ା, ଅବସରପ୍ରାପ୍ତ ଶିକ୍ଷକ ବିଶ୍ୱତୋଷ ସିହ୍ନା ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe